ବିବାହ ପରେ ପ୍ରଥମ କରି ବାପାଙ୍କ ଘରକୁ ବୁଲିବାକୁ ଆସିଲେ Prearana, ସାଙ୍ଗରେ ସ୍ଵାମୀ Aswini, ଦେଖନ୍ତୁ କିପରି କରାଗଲା ସ୍ଵାଗତ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନିକଟ ଅତୀତରେ ଓଡିଶାର ବହୁ ଚର୍ଚିତ ଆଙ୍କର ଓ ଆକ୍ଟର ଅଶ୍ଵିନୀ ଓ ମୋଷ୍ଟ ବିଉଟିଫୁଲ ଆଙ୍କର ପ୍ରେରଣାଙ୍କର ବିବାହ କାର୍ଯ୍ୟ ବହୁ ଧୂମଧାମରେ ହୋଇଛି । ତାଙ୍କର ବିବାହର ସବୁ ରିଚ୍ୟୁଆଲସ ଠାରୁ ଆରମ୍ଭ କରି ବାହାଘର ଓ ରିଷେପ୍ସନ ପାର୍ଟିରେ ଓଡିଶାର ବହୁ କଳାକାର ମାନେ ଯୋଗ ଦେଇଥିବାରୁ  ବିବାହର ମାହୋଲ ଆହୁରି ସରଗରମ ହୋଇଯାଇଥିଲା ।

ବାହାଘରର ସବୁ ନୀତି ନିୟମ ଭଳି ସୁନ୍ଦରୀ ପ୍ରେରଣା ଓ ଅଶ୍ଵିନୀଙ୍କର ଆଜି ଅଷ୍ଟମଙ୍ଗଳା ବିଧି କାର୍ଯ୍ୟକ୍ରମ ଅନୁଷ୍ଟିତ ହେଉଛି । ଅଷ୍ଟମଙ୍ଗଳାର ବିଧି ଅନୁସାରେ ଉଭୟ ନବଦମ୍ପତି ତଥା ଅଶ୍ଵିନୀ ଓ ପ୍ରେରଣା ମିଶି ପ୍ରେରଣାଙ୍କ ଘରକୁ ବୁଲି ଆସିଛନ୍ତି । ଯେଉଁ କାରଣରୁ ପ୍ରେରଣାଙ୍କ ବାପଘରେ ଖୁସି ଉଲ୍ଲାସର ମାହୋଲ ଦେଖିବାକୁ ମିଳୁଛି । ପ୍ରେରଣାଙ୍କ ବାପଘର ଲୋକ, ବନ୍ଧୁବାନ୍ଧବ, ସାଙ୍ଗସାଥି ତଥା ଆଖପାଖ ପଡୋଶୀ ମାନେ ନବଦମ୍ପତିଙ୍କୁ ସ୍ଵାଗତ କରିବା ନିମନ୍ତେ ପ୍ରେରଣାଙ୍କ ଘର ସାମ୍ନାରେ ଚାହିଁବସିଥିଲେ ।

ଯେତେବେଳେ ପ୍ରେରଣା ଓ ଅଶ୍ଵନୀ ପ୍ରେରଣାଙ୍କ ବାପାଘରେ ପହଞ୍ଚିଲେ । ସେତେବେଳେ ସେଠାରେ ନବଦମ୍ପତିଙ୍କୁ ସ୍ଵାଗତ କରିବାକୁ ଚାହିଁବସିଥିବା ପ୍ରେରଣାଙ୍କ ଆତ୍ମୀୟ ସ୍ଵଜନ ମାନେ ନୂଆ ଜ୍ଵାଇଁ ଅଶ୍ଵିନୀ ଓ ପ୍ରେରଣାଙ୍କୁ ବନ୍ଦାପନା କରି ଅତି ଆଡମ୍ବର ସହକାରେ ଘର ଭିତରକୁ ପାଛୋଟି ନେଇଯାଇଥିଲେ ।

ପ୍ରେରଣା ବିଭାଘର ପରେ ପ୍ରଥମ କରି ନିଜ ବାପଘରକୁ ବୁଲି ଆସିଥିବାରୁ ବହୁତ ଖୁସି ଥିବାର ପ୍ରେରଣାଙ୍କ ସୁନ୍ଦର ହସରୁ ଜଣାପଡିଯାଉଛି । ଅଶ୍ଵିନୀ ମଧ୍ୟ ବାହାଘର ପରେ ପ୍ରେରଣାଙ୍କ ଘରକୁ ପ୍ରଥମ କରି ଆସିଥିବାରୁ ସେ ମଧ୍ୟ ସମସ୍ତଙ୍କ ସ୍ଵାଗତ ଓ ଅଭ୍ୟର୍ଥନାରେ ଖୁସି ହୋଇ ସମସ୍ତଙ୍କ ସହିତ ବେଶ ହସ ଖୁସି କରିବାରେ ମାତିଯାଇଛନ୍ତି । ପ୍ରେରଣା ପ୍ରଥମେ ଘରକୁ ପ୍ରବେଶ କରି ଘର ଠାକୁରଙ୍କ ପାଖରେ ଦୀପ ପ୍ରଜ୍ଵଳନ କରି ପ୍ରଣାମ କରି ଥିଲେ ।

ତାପରେ ଉଭୟ ପ୍ରେରଣା ଓ ଅଶ୍ଵିନୀ ତାଙ୍କ ଘର ଲୋକଙ୍କ ସହିତ ମିଶି ବହୁତ ମଜାମସ୍ତି କରିଥିଲେ । ପ୍ରେରଣା ଓ ଅଶ୍ଵିନୀଙ୍କ ବାହାଘର ପରେ ପ୍ରଥମ ଥର କରି ନିଜ ବାପାଘରକୁ ନିଜ ସ୍ଵାମୀଙ୍କୁ ନେଇ ଆସିଥିବାରୁ ଝିଅ ଓ ଜ୍ଵାଇଁଙ୍କ ଅତିଥି ସତ୍କାର ପାଇଁ ଘର ଲୋକେ ଖୁବ ଉତ୍ସାହ ଥିବାର ଜଣାପଡୁଛି ।

ସେଥିପାଇଁ ବିଭିନ୍ନ ପ୍ରକାର ଖାଦ୍ୟର ରୋଷେଇ ହେବା ସହ ହସଖୁସିରେ ପ୍ରେରଣାଙ୍କ ଘରର ପରିବେଶ ପୁରା ସରଗରମ ହୋଇଯାଉଛି । ପ୍ରେରଣା ତାଙ୍କ ପରିବାର ଓ ସାଙ୍ଗସାଥିଙ୍କ ସହିତ ମିଶି ବହୁତ ସାରା ମଜା ମସ୍ତି କରୁଛନ୍ତି । ତେବେ ଏକାଧାରାରେ ଆଙ୍କର, ଆଲବମ୍ ର ଆକ୍ଟର ଓ ଡ଼ିରେକ୍ଟର ଅଶ୍ଵିନୀ ଓ ସୁନ୍ଦରୀ ପ୍ରେରଣାଙ୍କ ଦାମ୍ପତ୍ୟ ଜୀବନ ମଧୁରମୟ ରହୁ ।  ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ପସନ୍ଦ ଆସିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *