ଏବେ ଆଉ ନୂଆ ଡ୍ରାଇଭିଙ୍ଗ ଲାଇସେନ୍ସ ବନେଇବା ପାଇଁ କାଟିବାକୁ ପଡିବ ନାହିଁ RTO ଚକ୍କର, ଘରେ ବସି ଏମିତି ବନେଇ ପାରିବେ ଡ୍ରାଇଭିଂ ଲାଇସେନ୍ସ

ବନ୍ଧୁଗଣ, ସୂଚନା ଅନୁଯାୟୀ ଯଦି ଆପଣ ଡ୍ରାଇଭିଙ୍ଗ ଲାଇସେନ୍ସ ଚାହୁଁଛନ୍ତି ତେବେ ଆପଣଙ୍କୁ ଆଉ ଯିବାକୁ ପଡିବ ନାହିଁ RTO ଅଫିସ । କେନ୍ଦ୍ରର ନୂଆ ଗାଇଡଲାଇନ ଅନୁଯାୟୀ ଯଦି ଆପଣ ନୂଆକରି ଡ୍ରାଇଭିଙ୍ଗ ଲାଇସେନ୍ସ କରିବାକୁ ଚାହୁଁଛନ୍ତି କିମ୍ବା ଋନୁ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଖବର । କେନ୍ଦ୍ର ସରକାର ଙ୍କ ପକ୍ଷରୁ ଡ୍ରାଇଭିଙ୍ଗ ଲାଇସେନ୍ସ ତିଆରି କରିବାର ନିୟମରେ ପରିବର୍ତ୍ତନ କରାଯାଇଛି ।

ଏହା ସାଧାରଣ ଲୋକଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଉଛି । ଏହି ନିୟମ ଲାଗୁ ହେବା ପରେ ଡ୍ରାଇଭିଙ୍ଗ ଲାଇସେନ୍ସ ତିଆରି କରିବାକୁ ଆଉ RTO ଅଫିସର ଚକ୍କର କାଟିବାକୁ ପଡିବ ନାହିଁ । କେନ୍ଦ୍ର ସରକାର ଙ୍କ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଡ୍ରାଇଭିଙ୍ଗ ଲାଇସେନ୍ସର ନୂଆ ନିୟମ ପୂର୍ବାପେକ୍ଷା ସହଯୋଗ ହୋଇଛି ।

ଡ୍ରାଇଭିଙ୍ଗ ଲାଇସେନ୍ସ ତିଆରି ପାଇଁ ସଂଶୋଧିତ ନିୟମ ଅନୁସାରେ ବର୍ତ୍ତମାନ ଆପଣଙ୍କୁ RTO ଅଫିସ ଯାଇ କୌଣସି ପ୍ରକାରର ଡ୍ରାଇଭିଙ୍ଗ ଟେଷ୍ଟ ଦେବାକୁ ପଡିବ ନାହିଁ । କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଦ୍ଵାରା ଜାରି ଏହି ନୂଆ ନିୟମ ଜୁଲାଇ ୧ ତାରିଖରୁ ଲାଗୁ ହେବ । ଡ୍ରାଇଭିଙ୍ଗ ଲାଇସେନ୍ସ ତିଆରି କରିବାକୁ ଏଣିକି RTO ରେ ଟେଷ୍ଟ ଦେବାକୁ ପଡିବ ନାହିଁ । ଆପଣ ଯେକୌଣସି ଶୀକୃତି ପ୍ରାପ୍ତ ଡ୍ରାଇଭିଙ୍ଗ ଟ୍ରେନିଂ ସ୍କୁଲରେ DL ପାଇଁ ରେଜିଷ୍ଟେସନ କରି ପାରିବେ ।

ଏଠାରୁ ଟ୍ରେନିଂ ନେବା ସମୟରେ ଆପଣଙ୍କୁ ସେଠାରେ ପରୀକ୍ଷା ଦେବାକୁ ପଡିବ । ଯେଉଁମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ସେମାନଙ୍କୁ ଟ୍ରେନିଂ ସ୍କୁଲ ସାର୍ଟିଫିକେଟ ଦେବ । ଏହି ସାର୍ଟିଫିକେଟ ଆଧାରରେ ଆପଣଙ୍କର DL ହେବ । ଟ୍ରେନିଂ ସେଣ୍ଟର ପାଇଁ ଗାଇଡ ଲାଇନ, ଦୁଇ ଚକିଆ, ତିନି ଚକିଆ ଜାନ ଏବଂ ହାଲୁକା ମୋଟର ଜାନ ପାଇଁ ଟ୍ରେନିଂ ସେଣ୍ଟରରେ ଅତି କମରେ ଏକ ଏକର ଜମି ଥିବା ଆବଶ୍ୟକ ।

ଭାରି ଯାତ୍ରୀବାହୀ, ମାଲବାହୀ କିମ୍ବା ଟ୍ରଲର ପାଇଁ ଟ୍ରେନିଂ ସେଣ୍ଟରର ନିକଟରେ ଅତି କାମରେ ଦୁଇ ଏକରର ଜମି ଥିବା ଆବଶ୍ୟକ । ଟ୍ରେନର ଅତି କମରେ ଦ୍ଵାଦଶ ପାସ କରିଥିବେ । ଏହା ସହିତ ତାଙ୍କ ପାଖରେ ଅତି କମରେ ୫ ବର୍ଷର ଡ୍ରାଇଭିଙ୍ଗ ଅଭିଜ୍ଞତା ଥିବା ଆବଶ୍ୟକ । ଡ୍ରାଇଭିଙ୍ଗ ସେଣ୍ଟର ଗୁଡିକର ସିଲାବସ ଥିୟୋରୀ ଏବଂ ପ୍ରାକ୍ଟିକାଲ ଦୁଇ ଭାଗରେ ବିଭକ୍ତ କରାଯାଇଛି ।

ଟ୍ରେନିଂ ସେଣ୍ଟରରେ ବାୟୋମେଟ୍ରିକ ସିଷ୍ଟମ ରହିବା ଆବଶ୍ୟକ । ମଧ୍ୟମ ଏବଂ ଭାରିଯାନ ପାଇଁ ୬ ସପ୍ତାହରେ ୩୮ କୋର୍ସର ଅବଧି ରହିଛି । ସେଠାରେ ୮ ଘଣ୍ଟା ଥିୟୋରୀ ଓ ଅବଶିଷ୍ଟ ୩୧ ଘଣ୍ଟାର ପ୍ରାକ୍ଟିକାଲ ହେବ । ଏହି ନୂଆ ନିୟମ ଲାଗୁ ହେଲେ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ୱେଟିଙ୍ଗ ଲିଷ୍ଟରେ ରହିଥିବା ହଜାର ହଜାର ଲୋକ ଆଶ୍ଵସ୍ଥ ପାଇବେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *