ବନ୍ଧୁଗଣ ଏହି ଦୁନିଆରେ ବିବାହର ବହୁତ ଧାର୍ମିକ ମାନ୍ୟତା ରହିଛି । ବିବାହର ଲୋକମେ ଖୁସି ବାନ୍ତି ଥାନ୍ତି ଓ ସମସ୍ତଙ୍କୁ ଆମନ୍ତ୍ରଣ କରିଥାନ୍ତି । ଏହି ଦୁନିଆର ସମସ୍ତ ଲୋକ ନିଜ ବିବାହକୁ ମେମୋରେବଲ କରିବା ପାଇଁ ଇଛା କରିଥାନ୍ତି । ହେଲେ କିଛି କ୍ଷେତ୍ରରେ ଭୁଲ କାରଣ ହେତୁ ସେମାନଙ୍କ ବିବାହ ସମସ୍ତଙ୍କ ମନରେ ରହିଯାଇଥାଏ । ବିବାହର କିଛି ମଜାଦାର ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭାଇରାଲ ହେଉଛି ।
ଏହି ସବୁ ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ଗୁଡିକ ବିଷୟରେ ।
୧. ବିବାହର ହଳଦୀ ରସମ ଥାଏ ଯେଉଁଥିରେ ଉଭୟ ପୁଅ ଓ ଝିଅଙ୍କ ଦେହରେ ପରିବାର ଲୋକ ହଳଦୀ ଲଗାଇ ଥାନ୍ତି । ହେଲେ ସୋ-ସି-ଆ-ଲ ମି-ଡି-ଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଏକ ଯୁବକ ଦେହରେ ଏମିତି ହଳଦୀ ଲଗାଇଛନ୍ତି ଯାହା ଦେଖିଲେ ଆପଣଙ୍କ ମୁହଁରୁ ହସ ବାହାରିଯିବ । ସମସ୍ତେ ହଳଦୀ ଲଗାଉଥିବା ସମୟରେ ଏକ ମହିଳା ହଳଦୀ ଗୁଳା କରି ସେହି ପୁଅର ମୁଣ୍ଡରେ ପକାଇଲା । ସୋ-ସି-ଆ-ଲ ମି-ଡି-ଆରେ ଏହି ଭିଡିଓଟି ବହୁତ ଚର୍ଚାରେ ରହିଛି ଓ ଲୋକମାନେ ଏହି ଭିଡିଓ ଦେଖି ବହୁତ ଉପଭୋଗ କରୁଛନ୍ତି ।
୨. ବନ୍ଧୁଗଣ ବିବାହ ସମସ୍ତଙ୍କ ଜୀବନରେ ଖୁସି ନେଇ ଆସିଥାଏ । ବିବାହରେ ଲୋକମାନେ ଏତେ ଖୁସି ହୋଇଯାଇଥାନ୍ତି ଯେ ସେମାନେ ଅଜବ ହରକତ କରିବାକୁ ଲାଗନ୍ତି । ଆମ ଦ୍ଵିତୀୟ ଭିଡିଓରେ ଥିବା ଏକ ବର ମଧ୍ୟ ଆଶ୍ଚର୍ଯ୍ୟ ଜଣକ ହରକତ କରୁଛି ।
ବିବାହରେ ବସିଥିବା ବର ଭିଡିଓରେ ବୋହୁକୁ ସିନ୍ଦୁର ନଲଗାଇ ନିଜ ମଥାରେ ଲଗାଇବାକୁ ଯାଉଥିଲା । ସେହି ସମୟରେ ସେହି ସ୍ଥାନରେ ଥିବା ଲୋକମାନେ ତାକୁ ଏହା କରିବାକୁ ଅଟକାଇ ଥିଲେ । ବିବାହ ପାଇଁ ବସିଥିବା ନବ ବୋହୁ ମଧ୍ୟ ସେହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା ।
୩. ବିବାହରେ ଅଧିକାଂଶ ଲୋକ ଡେକୋରେସନ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି । ଭଲ ଡେକୋରେସନ ପାଇଁ ଲୋକମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି । ଆମ ତୃତୀୟ ଭିଡିଓ ମଧ୍ୟ କିଛି ଡେକୋରେସନ ପାଇଁ ଚର୍ଚାରେ ଅଛି । ଏହି ଭିଡିଓରେ ବିବାହ ଘରେ ଏକ ଭଲ ଡେକୋରେସନ ପାଇଁ ଏକ ଫାଉଣ୍ଟେନ ଲଗା ଯାଇଥିଲା । ଫାଉଣ୍ଟେନକୁ ଲୋକମାନେ ଦେଖି ଉପଭୋଗ କରନ୍ତି ହେଲେ ଭିଡିଓରେ ଆଉ କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ବିବାହକୁ ଆସିଥିବା ଲୋକମାନେ ଭୋଜନ କରି ସେହି ଫାଉଣ୍ଟେନରେ ପ୍ଳେଟ ଧୋଇବାକୁ ଲାଗିଲେ । ବନ୍ଧୁଗଣ ଏହା ବହୁତ ମଜାଦାର ଥିଲା ।
୪. ବିବାହ ପରେ ବର ଓ ବୋହୁ ସ୍ଟେଜ ଉପରେ ଛିଡା ହୁଅନ୍ତି ବା ବସି ଥାନ୍ତି । ଆମ ଶେଷ ଭିଡିଓଟି ବିବାହ ସ୍ଟେଜ ଉପରେ ରହିଛି । ଭିଡିଓରେ ବର ଓ ବୋହୁ ସ୍ଟେଜ ଉପରେ ବସିଥିବାର ନଜର ଆସୁଛନ୍ତି । ସ୍ଟେଜ ଉପରକୁ ଆସି ଲୋକମାନେ ତାଙ୍କ ସହ ଫଟୋ ଉଠାଉ ଥିଲେ । କିଛି ସମୟ ପରେ ସ୍ଟେଜ ଉପରକୁ ଏକ ମହିଳା ଆସି ବର ପାଖରେ ବସି ଫଟୋ ଉଠାଇଲେ ହେଲେ ହଠାତ ମହିଳା ଜଣକ ବରକୁ ଚୁମା ଦେଇଦେଲେ ଯାହାକୁ ଦେଖି ସେଠାକାର ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ ।