ବିବାଦ ପରେ ସକାଳୁ ଚାବି ନେଇ ନିଜ ଘରେ ପହଞ୍ଚିଲେ ଅନୁଭବ, ଘର କବାଟ ଖୋଲି ଭୋ ଭୋ ହୋଇ କାନ୍ଦିଲେ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ଅଭିନେତା ଅନୁଭବ ମହାନ୍ତି “ଲଭ ଇନ ଲଣ୍ଡନ” ର ସୁ-ଟି-ଙ୍ଗ ସାରି ଘରକୁ ଫେରିଛନ୍ତି । ଆଉ ଘରେ ପାଦ ଦେବା ପୂର୍ବରୁ ସେ ଭାବୋବିହୋଳ ହୋଇଯାଇଥିଲେ ଅନୁଭବ ମହାନ୍ତି । କାରଣ ଯେଉଁଘରେ ତାଙ୍କ ପିଲାଦିନ କଟିଥିଲା, ସେହି ଘରକୁ ପଶିବାକୁ ତାଙ୍କୁ କୁଆଡେ ମନା କରାଯାଇଥିଲା । ବର୍ତ୍ତମାନ ସବୁ ଆଇନଗତ ପ୍ରକ୍ରିୟା ଶେଷ ହେବାପରେ ତାଙ୍କୁ ଚାବି ମିଳିଛି ।

ଆଉ ସେ ଚାବି ନେଇ ସେହି ଘରକୁ ଫେରିଛନ୍ତି ଯେଉଁଘରେ ସେ ନିଜର ପିଲାବେଳ କାଟିଛନ୍ତି । ଏହା ସହିତ ଘରକୁ ପଶୁ ପଶୁ ବାମ ପାଖ ଏବଂ ଡାହାଣ ପାଖ ଦୂଆର ବନ୍ଧ କୁ ଜୁହାର ହେବା ସହିତ ଦୂଆର ବନ୍ଧ ମାଟି କୁ ନେଇ ନିଜ ମୁଣ୍ଡରେ ମାରିଛନ୍ତି । ଏହି ଘରେ ଅଭିନେତା ଅନୁଭବ ଙ୍କର ପିଲାଦିନର ଅନେକ ସ୍ମୃତି ରହିଅଛି । କାମରୁ ଟିକିଏ ବିଶ୍ରାମ ପାଇବା ପରେ ରାତି ନ ପାହୁଣୂ ପହଞ୍ଚିଥିଲେ ଅନୁଭବ ମହାନ୍ତି ତାଙ୍କ ବାସ ଭବନରେ ।

ଯେଉଁ ଘରେ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶନୀ ରହି ଆସୁଥିଲେ । ବେସ ବାଦ ବିବାଦ ପରେ ବର୍ଷା ଚାବି ଫେରାଇଥିଲେ । ଆଉ ଚାବି ପାଇ ଆଜି କାମ ସରିବାପରେ ଅନୁଭବ ମହାନ୍ତି ନିଜେ ସକାଳୁ ସକାଳୁ ସେହି ଘରକୁ ଯାଇଛନ୍ତି ଯେଉଁଘରେ ତାଙ୍କ ମା’ ହାତ ତିଆରି ରୋଷେଇ ଖାଇଥିଲେ, ବାପାଙ୍କର ଆକଟ ସହିଥିଲେ, ଭାଇ ସହିତ ମିଶି ତଳ ଉପର ହୋଇ ଖେଳୁଥିଲେ ।

ଆଉ ଏହି ସମୟରେ ଅନୁଭବ ମହାନ୍ତି ବେସ ଭାବୋବିହୋଳ ହୋଇ ପଡିଥିଲେ । ଭୋ ଭୋ ହୋଇ କାନ୍ଦିଥିଲେ ଅଭିନେତା ଅନୁଭବ ମହାନ୍ତି । ଅନୁଭବ କ୍ୟାମେରା ଆଗରେ ଯେତେ ଲୁଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ଲୁହ ବାରି ହୋଇପଡୁଥିଲା । କାରଣ ଏହି ଘର ସହିତ ତାଙ୍କର ଭାବ ଆଉ ଅନେକ ସ୍ମୃତି ଯୋଡି ହୋଇ ରହିଛି ।

ତେବେ ନଭେମ୍ବର 2 ତାରିଖ ସୁଦ୍ଧା ଅନୁଭବ ଙ୍କ ଘରର ଚାବି ଫେରାଇବାକୁ କୋର୍ଟ ନିର୍ଦ୍ଧେଶ ଦେଇଥିଲେ ବର୍ଷା ପ୍ରିୟ ଦର୍ଶନି ଙ୍କୁ । ଆଉ ଏହି ଚାବି ଅନୁଭବ କିମ୍ବା ତାଙ୍କ ଓକିଲଙ୍କୁ ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଧେଶ ଦେଇଥିଲେ । ଯଦି ଅନୁଭବ ଚାବିକୁ ଗ୍ରହଣ ନ କରନ୍ତି ତେବେ ବର୍ଷା ଙ୍କୁ କୋର୍ଟ ରେ ଜମା କରିବା ପାଇଁ ନିର୍ଦ୍ଧେଶ ଦିଆଯାଇଥିଲା ।

ଆଉ ନିର୍ଦ୍ଧେଶ ଅନୁଯାୟୀ ବର୍ଷା ଚାବି ମଧ୍ୟ କୋର୍ଟରେ ଫେରାଇଥିଲେ । ଆଜି ଅନୁଭବ ମହାନ୍ତି ନିଜ ଘରେ ଭାବୋବିହୋଳ ହୋଇ ପାଦ ରଖିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *