Vastu Tips- କିଛି ବି ହେଇ ଯାଉ ନା କାହିଁକି ଭୁଲରେ ବି ପୂଜା ଘରେ ଶେଷ ହେବାକୁ ଦିଅନ୍ତୁ ନାହିଁ ଏହି 3 ଟି ଜିନିଷ, ଦରିଦ୍ରତା ପିଛା ଛାଡିବ ନାହିଁ

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ନିଜ ଘରେ ଆବଶ୍ୟକତା ଜିନିଷ ଗୁଡିକୁ ନିଶ୍ଚୟ ରଖିଥାଏ । ସେହିପରି ବନ୍ଧୁଗଣ ଆପଣ ମାନଙ୍କ ପୂଜା ଘର ପାଇଁ କିଛି ଆବଶ୍ୟକତା ଜିନିଷ ରହିଛି ଯାହାକୁ ସର୍ବଦା ସମ୍ଭାଳିକି ତାଖିବା ଉଚିତ । ଏହାଦ୍ବାରା ଆପଣଙ୍କ ଉପରେ ଦେବିଦେବତା ମାନଙ୍କ ବିଶେଷ କୃପାଦ୍ରୁଷ୍ଟି ରହିଥାଏ । ବନ୍ଧୁଗଣ ଯେଉଁ ଘର ମଧ୍ୟରେ ପୂଜା ଘର ଭଲ ଓ ପବିତ୍ର ଥାଏ ସେହି ଘର ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପାଦ୍ରୁଷ୍ଟି ରହିଥାଏ ।

ସେହି ଘର ସବୁବେଳେ ସୁଖ ଓ ସମୃଦ୍ଧିର ଅଧିକାରୀ ହୋଇଥାଏ । ବନ୍ଧୁଗଣ ପୂଜା ଘରେ ଏପରି କିଛି ଜିନିଷ ରହିଛି ଯାହା କେବେହେଲେ ଶେଷ ନହେବା ଉଚିତ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ଭୁଲ ସେ ମଧ୍ୟ ନିଜ ପୂଜା ଘରୁ ଶେଷ କରିବାକୁ ଦିଅନ୍ତୁ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଜିନିଷ ବିଷୟରେ ।

୧. ବନ୍ଧୁଗଣ ସର୍ବଦା ଆପଣଙ୍କ ପୂଜା ଘରେ ଏକ ତମ୍ବାର କଳସରେ ପାଣି ଭରି ହୋଇ ରହିବା ନିହାତି ଆବଶ୍ୟକ । ଏହା ଆପଣଙ୍କ ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତିକୁ ଦୂର କରିବା ସହିତ ଆପଣଙ୍କ ଘରେ ସକାରାତ୍ମକ ବାତାବରଣ ରଖିଥାଏ । ତେଣୁ ବନ୍ଧୁଗଣ ଆପଣ ଯେତେବେଳେ ସଖାଳ ସମୟରେ ଭଗବାନଙ୍କ ପୂଜା କରୁଛନ୍ତି ସେତେବେଳେ ଆପଣ ଏକ ତମ୍ବା କଳସରେ ଜଳ ଭରି ୨୪ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ । ବନ୍ଧୁଗଣ ଏହି ମୁଖ୍ୟ ଜିନିଷର ଅବହେଳା କେବେହେଲ କରିବେ ନାହିଁ । ଏହା ସହିତ ପରଦିନ ସଖାଳରେ ଆପଣ ସେହି ଜଳକୁ ସେବନ କରନ୍ତୁ ।


୨. ବନ୍ଧୁଗଣ ଦେବିଦେବତା ମାନଙ୍କୁ ପ୍ରସନ୍ନ କରିବା ପାଇଁ ଆମେ ମାନେ ଦୀପ ଓ ଘିଅର ବ୍ଯବହର କରିଥାଉ । ହେଲେ ବନ୍ଧୁଗଣ କେତେଜଣ ଲୋକ ନିଜ ରୋଷେଇ ପାଇଁ ସେହି ଘିଅର ବ୍ଯବହର କରିଥାନ୍ତି । ଏହାଦ୍ବାରା ସେହି ଘିଅ ଅପବିତ୍ର ହୋଇଯାଇଥାଏ । ଯାହାଫଳରେ ଆପଣଙ୍କ ଉପରେ ଦେବିଦେବତା ମାନେ ରୁଷ୍ଟ ହୋଇଯାନ୍ତି । ତେଣୁ ବନ୍ଧୁଗଣ ନିଜ ପୂଜା ଘରେ ଅଲଗା ଦୀପ ଓ ଘିଅ ରଖନ୍ତୁ ଏବଂ ଏହି ଜିନିଷ ସମାପ୍ତ ହେବା ପୂର୍ବରୁ ଆପଣ ପୂଜା ଘରେ ଏହି ଜିନିଷକୁ ରଖିଦିଅନ୍ତୁ ।


୩. ବନ୍ଧୁଗଣ ସାଧାରଣତଃ ଆମେ ଆମର ପୂଜା ଘରେ ଦେବିଦେବତା ମାନଙ୍କୁ କପଡା ପିନ୍ଧାଇ ଥାଉ । ହେଲେ ବନ୍ଧୁଗଣ ଆପଣଙ୍କୁ ଏହି କଥାର ଧ୍ୟାନ ନିଶ୍ଚୟ ରଖିବା ଉଚିତ ଯେ, ସେହି କପଡା ସଂପୂର୍ଣ୍ଣ ସଫା ରହିଥିବ ଓ ଯେମିତି ଚିରା ଫଟା ହୋଇନଥିବ ।

କାରଣ ବନ୍ଧୁଗଣ ଯଦି ଆପଣ ଅପରିଷ୍କାର ବା ଚିରା ଫଟା କପଡା ଦେବୀ ଦେବତାଙ୍କୁ ପିନ୍ଧାଇବେ ତା ହେଲେ ଆପଣଙ୍କ ଜୀବନରେ ବହୁତ ଗୁଡିଏ ସମସ୍ଯା ଆସିଥାଏ, ଯାହାଫଳରେ ଆପଣଙ୍କୁ ଦାରିଦ୍ରତାର ଶିକାର ହେବାକୁ ପଡିପାରେ । ତେଣୁ ବନ୍ଧୁଗଣ ଏହି ତିନୋଟି ଜିନିଷର ଧ୍ୟାନ ସବୁବେଳେ ରଖିବେ ଓ କେବେହେଲେ ଏହାର ଅବହେଳା କରିବେ ନାହିଁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *