ଏକ ଭୂକମ୍ପ କାରଣରୁ ନିକଟତ୍ତର ହେଇଥିଲେ ଅନିଲ ଓ ଟିନା, ବିବାହ ପାଇଁ ହେଇଗଲେ ନିଜ ପରିବାରର ବିରୁଦ୍ଧରେ, ଆଉ ତା ପରେ…

ବଲିଉଡର ଜଣାଶୁଣା ଅଭିନେତ୍ରୀ ଟିନା ଅମ୍ବାନୀ ଓ ଅନିଲ ଅମ୍ବାନୀଙ୍କ ଯୋଡି କୌଣସି ଉଦାହରଣ ଠାରୁ କମ ନୁହେଁ । ଯେଉଁ ସମୟରେ ଟିନା ମୁନିମ ଫିଲ୍ମରେ କାମ କରୁଥିଲେ ସେହି ସମୟରେ ତାଙ୍କ ନାମ ଟିନା ମୁନିମ ଥିଲା । ଟିନା ଅମ୍ବାନୀ ଏକ ଗୁଜୁରାତି ଜୈନ ପରିବାର ର ଅଟନ୍ତି । ଟିନା ଅମ୍ବାନୀ ୧୯୭୫ମସିହାରେ ଫେମିନା ଟିନ ପ୍ରିନସେସ ଇଣ୍ଡିଆର ଉପାଧି ଜିତିଥିଲେ । ସେ ୧୯୭୮ମସିହାରେ ଆନନ୍ଦଙ୍କ ଫିଲ୍ମ ‘ଦେଶ ପରଦେଶ’ରୁ ବଲିଉଡରେ ନିଜର ପାଦ ରଖିଥିଲେ ।

ଟିନା ମୁନିମ ଓ ଅନିଲ ଅମ୍ବାନୀଙ୍କର ପ୍ରେମ କାହାଣୀ କୌଣସି ଫିଲ୍ମରୁ କମ ନୁହେଁ । ଟିନା ଓ ଅନିଲଙ୍କର ପ୍ରଥମ ଦେଖା ଜଣେ ସାଙ୍ଗଙ୍କ ବିବାହରେ ହୋଇଥିଲା । ବିବାହରେ ହଠାତ ଅନିଲଙ୍କ ନଜର କଳା ଶାଢି ପିନ୍ଧିଥିବା ଟିନାଙ୍କ ଉପରେ ପଡିଗଲା । ଟିନାଙ୍କ ସୁନ୍ଦରତା ଓ ଭାରତୀୟ ପରମ୍ପରାର ରୂପରଙ୍ଗ ଅନିଲଙ୍କୁ ବହୁତ ଭଲ ଲାଗିଥିଲା । କିନ୍ତୁ ସେହି ସମୟରେ ଟିନା ଅନିଲଙ୍କୁ ଦେଖି ବି ନଥିଲେ । ପୁଣି ଥରେ ସେମାନେ ଫିଲାଡେଲଫିଲୟା ରେ ଦେଖା ହୋଇଥିଲେ । ଅନିଲ ନିଜ କାମରେ ସେଠାକୁ ଯାଇଥିଲେ ଓ ଟିନା ଏକ ଫଙ୍କସନରେ ସାମିଲ ହେବା ପାଇଁ ଯାଇଥିଲେ ।

ଟିନାଙ୍କୁ ଦେଖି ଅନିଲ ସମୟ ନଷ୍ଟ ନ କରି ଟିନାଙ୍କୁ ନିଜ ସହିତ ବାହାରକୁ ଯିବା ପାଇଁ ପଚାରିଲେ କିନ୍ତୁ ଟିନା ତାଙ୍କୁ ଅଣଦେଖା କରିଦେଲେ । କିନ୍ତୁ ଟିନା ଅନିଲଙ୍କୁ ମନା କରିଦେଲେ । ସେହି ସମୟର ଟିନା ବଲିଉଡର ଫେମସ ଅଭିନେତା ରାଜେଶ ଖାନ୍ନାଙ୍କ ସହିତ ପ୍ରେମ ସମ୍ପର୍କରେ ଥିଲେ । ପରେ ଏହି ଦୁଇଜଣଙ୍କର ବ୍ରେକପ ହୋଇଗଲା ଓ ଟିନା ଆମେରିକା ଯିବା ପାଇଁ ନିଷ୍ପତି ନେଲେ । ୧୯୮୯ମସିହାରେ ଆମେରିକାରେ ଏକ ବହୁତ ବଡ ଭୂମିକମ୍ପ ଆସିଲା ଏବଂ ଯେଉଁ କାରଣରୁ ଟିନା ଓ ଅନିଲ ସବୁଦିନ ପାଇଁ ଏକାଠି ହୋଇଗଲେ ।

ଅନିଲ ଟିନାଙ୍କର ଫୋନ ନମ୍ବର ଖୋଜି ତାଙ୍କୁ ଫୋନ କଲେ ଏବଂ ତାଙ୍କର ହାଲଚାଲ ପଚାରିଲେ । ଏହି ଘଟଣା ପରେ ଦୁଇଜଣ କଥା ହେବା ଆରମ୍ଭ କରିଦେଲେ । ଧୀରେ ଧୀରେ ତାଙ୍କ ଭିତରେ ଭଲପାଇବା ହୋଇଗଲା । କିନ୍ତୁ ଏମାନଙ୍କର ଭଲପାଇବାରେ ବହୁତ ବାଧା ଆସିଲା , ଘର ଲୋକଙ୍କର ଅରାଜି ପରେ ବି ସେମାନଙ୍କର ଲଭ ଷ୍ଟୋରି ନିଜ ଲକ୍ଷ ସ୍ଥଳରେ ପହଁଚିଲା ।

ଅନିଲଙ୍କ ପରିବାର ଏହି ସମ୍ପର୍କ ବିରୁଦ୍ଧରେ ଥିଲେ କିନ୍ତୁ ଅନିଲଙ୍କ ଜିଦ ଆଗରେ ସେମାନଙ୍କୁ ମୁଣ୍ଡ ନୁଆଁଇବାକୁ ପଡିଲା ଓ ସେମାନେ ତାଙ୍କର ବିବାହ କରିବାକୁ ରାଜି ହୋଇଗଲେ । ୧୯୯୧ମସିହାରେ ସେମାନଙ୍କର ବିବାହ ହେଲା । ଟିନା ଓ ଅନିଲଙ୍କର ପ୍ରେମ କାହାଣୀ କୌଣସି ଫିଲ୍ମ ଠାରୁ ବି କମ ନୁହେଁ । ଲେଖାଟି ଭଲ ଲାଗିଥିଲେ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *