ଭାରତ ଆମେରିକାକୁ ଔଷଧ ରପ୍ତାନିକୁ ନେଇ ଟ୍ରମ୍ଫ ଦେଲେ ପରିଣାମ ଭୋଗିବାର ଧମକ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଭାରତ ଠାରୁ ହାଇଡ୍ରୋକ୍ସିକ୍ଳୋରୋକ୍ଵିନ ଔଷଧର ଆବଶ୍ୟକତା ପଡିଥିବାରୁ ସାହାଯ୍ୟ ମାଗିଥିଲେ । ସେ ମିଡିଆକୁ ସଂବୋଧିତ କରି କହିଲେ ମୁଁ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ସହିତ ରବିବାର ଦିନ ଏହି ବିଷୟରେ କଥା ହୋଇଥିଲି । ଯଦି ସେ ଔଷଧର ଆବଶ୍ୟକତାକୁ ପୂରଣ କରିବା ପାଇଁ ଅନୁମତି ଦେବେ ତାହେଲେ ଆମେ ତାଙ୍କ ପଦକ୍ଷେପ ପାଇଁ ତାଙ୍କୁ କୃତଜ୍ଞତା ଜଣାଇବୁ । ଯଦି ସେ ସାହାଯ୍ୟ ନ କରିବେ ତାହଲେ କିଛି କଥା ନାହିଁ କିନ୍ତୁ ସେ ଆମ ଠାରୁ ବି ଏହି ପ୍ରକାରର ପ୍ରତିକ୍ରିୟାର ଆଶା ରଖିବେ ।

ଟ୍ରମ୍ଫ କହିଛନ୍ତି କି ଭାରତ କିଛି ବର୍ଷରୁ ଆମେରିକା ବେପାର ନିୟମରର ଫାଇଦା ଉଠାଉଛି । ଯଦି ସେ ଏହି ଔଷଧ ରପ୍ତାନିକୁ ଅଟକାଇବେ ତାହେଲେ ସେ ହଇରାଣ ହେବେ ।ସେ କହିଛନ୍ତି ଯଦି ଏହା ତାଙ୍କର ନିଷ୍ପତ୍ତି ତାହେଲେ ମତେ ଆଶ୍ଚର୍ଯ୍ୟ  ଲାଗିବ ତାଙ୍କୁ ଏହି ବିଷୟରେ ମତେ କହିବାକୁ ହେବ । ମୁଁ ରବିବାର ଦିନ ସକାଳୁ ତାଙ୍କ ସହିତ କଥା ହେବା ପାଇଁ ଫୋନ କଲି ଏବଂ କହିଲି ଆମେ ଏହି କଥାର ପ୍ରଶଂସା କରିବୁ ଯଦି ଆପଣ ରପ୍ତାନି ହେବାକୁ ଦେବେ । ଯଦି ସେ ଏହାକୁ ସିକୃତି ଦେବେ ନାହିଁ ତାହେଲେ ଠିକ ସମୟରେ ଏହାର ପ୍ରତିକ୍ରିୟା ହୋଇପାରେ ।

ଆମେରିକାର ବିଦେଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୋମବାର ଦିନ କହିଛନ୍ତି କି ଭାରତ ଔଷଧ କ୍ଷେତ୍ରରେ ଆମେରିକାର ସହଯୋଗ କରୁଛି ଏବଂ ଏହା ଜଣାଯାଉଛି କି ଏହି ଦୁଇ ଦେଶ ଭିତରେ ତାଳମେଳ ଜାରି ରହିବ ।

ଭାରତ ଗତ ମାସରେ ହାଇଡ୍ରୋକ୍ସିକ୍ଳୋରୋକ୍ଵିନର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲା ଯେତବେଳେ କରୋନା ଭାଇରସ ସଂକ୍ରମଣର ଚିକିତ୍ସା ପାଇଁ ଟ୍ରମ୍ଫ ଏହି ଔଷଧର ପ୍ରତିନିଧିତ୍ଵ କରୁଥିଲେ । ଭାରତକୁ ଶ୍ରୀଲଙ୍କା ଓ ନେପାଳ ଭଳି ପଡୋଶୀ ଦେଶ ସହିତ ଅନ୍ୟ ଦେଶରୁ ବି ଅନୁରୋଧ ମିଳିଛି । ଭାରତ କହିଛି କି ସେ ନିଜର ରପ୍ତାନି ପ୍ରତିବନ୍ଧକ ଆଦେଶର ସମୀକ୍ଷା କରୁଛି ।

କରୋନା ଭାଇରସ ସଂକ୍ରମଣରେ ଆମେରିକାରେ ତିନି ଲକ୍ଷରୁ ଅଧିକ ସଂକ୍ରମିତ ଏବଂ ୧୦,୦୦୦ରୁ ଅଧିକ ମୃତ୍ୟୁ ହୋଇଛି । ଏହି ଭାଇରସର ଏ ପର୍ଯ୍ୟନ୍ତ କୌଣସି ଚିକିତ୍ସା ମିଳିନାହିଁ । ଏବେ ଦୁନିଆର ସବୁ ବୈଜ୍ଞାନିକ ଦିନ ରାତି ଏକାଠି କରି ଏହି ଭାଇରସ ପାଇଁ ଟୀକା ବା ଚିକିତ୍ସା ଖୋଜିବାରେ ଲାଗିଛନ୍ତି ଯାହାଦ୍ୱାରା ଲୋକଙ୍କ ଜୀବନ ବଞ୍ଚାଇ ହେବ । ଏହି ମହାମାରୀ କାରଣରୁ ଦୁନିଆରେ ୭୪,୦୦୦ରୁ ଅଧିକ ଲୋକଙ୍କର ଜୀବନ ଯାଇ ସାରିଲାଣି ଏବଂ ୧୩ ଲକ୍ଷରୁ ବି ଅଧିକ ଲୋକ ସଂକ୍ରମିତ ଅଟନ୍ତି ।

ଟ୍ରମ୍ଫ କରୋନା ଭାଇରସର ଚିକିତ୍ସା ପାଇଁ ଏହି ଔଷଧକୁ ଉପଯୋଗ କରିବା ପାଇଁ କହୁଛନ୍ତି । ଏହି ଔଷଧ ସବୁ ରୋଗର ଉପଚାର ରେ କାମରେ ଆସିଥାଏ । ଗତ ଶନିବାର ଠାରୁ କିଛି ଅନ୍ୟ ଔଷଧ ସହିତ ମ୍ୟାଲେରିଆର ଔଷଧକୁ ଉପଯୋଗ କରି ନୁୟର୍କରେ ପ୍ରାୟ ୧୫୦୦ କରୋନା ରୋଗୀଙ୍କର ଉପଚାର କରାଯାଉଛି । ଟ୍ରମ୍ଫ କହିଛନ୍ତି ଔଷଧର ସକରାତ୍ମକ ପରିଣାମ ଦେଖିବାକୁ ମିଳୁଛି । କରୋନା ଭାଇରସର ଉପଚାର ପାଇଁ ଆମେରିକା ପ୍ରଥମରୁ ପ୍ରାୟ ୨୯ମିଲିୟନ ଔଷଧ ଯୋଗାଡ କରି ସାରିଛି । ଟ୍ରମ୍ଫ ମୋଦିଙ୍କୁ ଅନୁରୋଧ କରିଛନ୍ତି କି ସେ ଆମେରିକା ପାଇଁ ହାଇଡ୍ରୋକ୍ସିକ୍ଳୋରୋକ୍ଵିନର ଉତ୍ପାଦନ ବଢାଇ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *