କରୋନା ବିପକ୍ଷରେ ଭାରତକୁ ମିଳି ଯାଇଛି ମୃତ୍ୟୁ ସଞ୍ଜିବନୀ, ଜୁନ ମାସ ଆରମ୍ଭରୁ ଦେଶର ସମସ୍ତ ସ୍ଥାନରେ ହେବ ଉପଲବ୍ଧ

ବନ୍ଧୁଗଣ ଦେଶରେ କୋରନା ମହାମାରୀ ଦ୍ଵିତୀୟ ଲହର ର ପ୍ରକୋପ ଜାରି ରହିଛି । ଏଥିରେ ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ସଂଗଠନ (ଡିଆରଡିଓ) ଦ୍ଵାରା ବିକଶିତ ୨-ଡିଅକ୍ସି-ଡି ଗ୍ଲୁକୋଜ (୨ଡିଜି) ଔଷଧ ର ପ୍ରଥମ ନିଦାନ ସୋମବାର ଲୋକାର୍ପିତ ହୋଇଛି ।

ଏହି ଔଷଧ କୋରନା ଆକ୍ରାନ୍ତ ଙ୍କ ଉପରେ କିପରି ପ୍ରଭାବ ପକାଇବ ସେ ନେଇ ଡିଆରଡିଓ ଅଧ୍ୟକ୍ଷ ଡା.ଜି. ସତୀଶ ରେଡ୍ଡୀ ଗଣ ମାଧ୍ୟମ କୁ ସୂଚିତ କରିଛନ୍ତି । ଡା. ରେଡ୍ଡୀ କହିଛନ୍ତି ଯେ ଔଷଧ ଭୁତାଣୁ ଚିନ୍ହେନା । ତେବେ ଏହା ଭୁତାଣୁ ଦ୍ଵାରା ସଂକ୍ରମିତ କୋଷିକା ମାନଙ୍କ ଉପରେ କାମ କରୁଛି । ଶରୀର ରେ ଔଷଧ ର ପ୍ରତିକ୍ରିୟା ଆରମ୍ଭ ହେବା ମାତ୍ରେ ଭୂତାଣୁ ନିଷ୍କ୍ରିୟ ହେଉଛି । ଭାରତ ରେ କୋରନା ବିସ୍ଫୋରଣ କାଳ ରେ ଡିଆରଡିଓ ଙ୍କ ଦ୍ଵାରା ପ୍ରସ୍ତୁତ ଏହି ଔଷଧ ମୃତ୍ୟୁ ସଂଜୀବନୀ ହେବ ବୋଲି ଆଶା କରା ଯାଉଛି ।

ଏହି ଔଷଧ ର ଦ୍ଵିତୀୟ ନିଦାନ ମେ ୨୭ ପାଖାପାଖି ମିଳିବ ବୋଲି ଜଣା ପଡ଼ିଛି । ତେବେ ଜୁନ ମାସ ପ୍ରାରମ୍ଭ ରୁ ଔଷଧ ର ନିୟମିତ ଉତ୍ପାଦନ ଆରମ୍ଭ ହେବା ସହିତ ଦେଶର ପ୍ରତ୍ୟେକ ସ୍ଥାନରେ ସବୁବେଳେ ଉପଲବ୍ଧ ହେବ ବୋଲି ଅଧ୍ୟକ୍ଷ କହିଛନ୍ତି ।

ଏହି ଔଷଧ ଏକ ପ୍ୟାକେଟ ରେ ପାଉଡର ଆକାର ରେ ମିଳୁଛି । ଯାହାକୁ ରୋଗୀ ଙ୍କୁ ସାଧାରଣ ପାଣି ରେ ଗୋଳାଇ ପିଇବାକୁ ପଡ଼ିବ । ଔଷଧ ଶରୀର କୁ ଯିବା ପରେ କାର୍ଯ୍ୟକାରୀ ହେବାକୁ ଲାଗିବ । ମଧ୍ୟମ ରୁ ଗୁରୁତର ଆକ୍ରାନ୍ତ ଯେଉଁମାନେ ଅକ୍ସିଜେନ ର ସପୋର୍ଟ ଆବଶ୍ୟକ କରୁଛନ୍ତି ସେମାନଙ୍କ ଠାରେ ଔଷଧ ରାମବାଣ ଭଳି କାମ କରିବ ।

ଏଥିରେ ରୋଗୀ ଙ୍କ ଲାଗି ଆଉ ଅକ୍ସିଜେନ ର ଆବଶ୍ୟକତା ରହିବ ନାହିଁ ଏବଂ ଆକ୍ରାନ୍ତ ଭୁତାଣୁ ସଂକ୍ରମଣ ରୁ ଶୀଘ୍ର ସୁସ୍ଥ ହେବେ । ଦେଶରେ ଏହି ଔଷଧ ର ଜରୁରୀ ଉପଯୋଗ ଲାଗି ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଙ୍କ ଅନୁମୋଦନ ଅନେକ ପୂର୍ବରୁ ମିଳି ସାରିଛି । ତେବେ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *