ଭଲ ସମୟ ଆସିବା ପୂର୍ବରୁ ଇଶ୍ଵର ଦେଇଥାନ୍ତି ଆପଣଙ୍କୁ ଏହି ଗୋପନୀୟ ଶୁଭ ସଙ୍କେତ

ଆପଣ ତ ଜାଣିଛନ୍ତି ଭାଗ୍ଯ ଠାରୁ ଅଧିକ ଓ ସମୟ ପୂର୍ବରୁ ମଣିଷକୁ କିଛି ବି ମିଳେ ନାହିଁ । ମାନେ ସବୁ ମଣିଷ ଭାଗ୍ୟରେ ଯେତିକି ଲେଖା ହୋଇଥିବ ତାକୁ ସେତିକି ହିଁ ମିଳିବ ଓ ସମୟ ଆସିଲେ ହିଁ ମିଳିବ । ସମୟ ମଣିଷ ଜୀବନରେ ଏକ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରଖିଥାଏ । କେବେ କେବେ ମଣିଷ ଜୀବନରେ ଭଲ ସମୟ ଆସିଥାଏ ତ କେବେ ସମୟ ଖରାପ ଆସିଥାଏ । କୁହାଯାଏ କି ଯେମିତି ଭଲ ସମୟ ଅଧିକ ଦିନ ପର୍ଯ୍ୟନ୍ତ ରୁହେ ନାହିଁ ଠିକ ସେହିପରି ଖରାପ ସମୟ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ରୁହେ ନାହିଁ ।

ସମୟ ଚକ୍ର ସବୁବେଳେ ବୁଲୁଥାଏ । ଯଦି କାହାର ସମୟ ଭଲ ରହିବ ତେବେ ତାହାକୁ ସବୁ ପ୍ରକାରର ସୁଖ ପ୍ରାପ୍ତି ହେବ । ତେବେ ଆଜି ଆମେ ଆପଣଙ୍କୁ କହିବୁ କି କେଉଁ ସବୁ ସଙ୍କେତ ରୁ ଆପଣ ଜାଣି ପାରିବେ କି ଆପଣଙ୍କର ଭଲ ସମୟ ଆସିବାକୁ ଯାଉଛି ଓ ଆପଣଙ୍କ ସହିତ କିଛି ଭଲ ହେବାକୁ ଯାଉଛି ।

୧. ଯେଉଁ ଦିନ ସକାଳୁ ଉଠିବା ମାତ୍ରେ ଯଦି ଆପଣଙ୍କୁ ନିଜ ମଧ୍ୟରେ ଏକ ଅଲଗା ହିଁ ଖୁସି ଅନୁଭବ ହୋଇଥାଏ ଓ ଯେତେବେଳେ ଆପଣ ନିଜ ଚେହେରା ଆଇନାରେ ଦେଖନ୍ତି ତେବେ ଆପଣଙ୍କ ଚେହେରାରୁ ଏକ ଅଲଗା ହିଁ ଚମକ ନଜର ଆସେ ତେବେ ଆପଣ ବୁଝି ଯାଆନ୍ତୁ କି ଏହି ଦିନ ଆପଣଙ୍କ ସହିତ କିଛି ଭଲ ହେବାର ଅଛି ବା ଆପଣଙ୍କ ଜୀବନରେ ଚାଲୁଥିବା ସମସ୍ଯା ସମାପ୍ତ ହେବାର ଅଛି ।

୨. ଯଦି ବିନା କିଛି କାରଣରେ ଆପଣଙ୍କୁ ପରିବାର ର କୌଣସି ସଦସ୍ୟଙ୍କ ଠାରୁ ଟଙ୍କା ମିଳେ ତେବେ ଏହାର ଅର୍ଥ ଆପଣଙ୍କୁ କୌଣସି କାମରେ ସଫଳତା ମିଳିବାର ଅଛି ଓ ଆପଣଙ୍କର ଯେଉଁ ଖରାପ ସମୟ ଥିଲା ତାହା ଦୂର ହେବାକୁ ଯାଉଛି । ଏହା ସହିତ ଆପଣଙ୍କ ଧନରେ ବୃଦ୍ଧି ହେବାର ସମ୍ଭାବନା ମଧ୍ୟ ରହିଛି ।

୩. ଯଦି ଆପଣ କୌଣସି କାମରେ ଘରୁ ବାହାରକୁ ଯାଉଛନ୍ତି ଓ ଆପଣଙ୍କୁ ରାସ୍ତାରେ ପାଣି ପୂର୍ଣ୍ଣ ମାଠିଆ ବା କ୍ଷୀର ପୂର୍ଣ୍ଣ ବାସନ ଦେଖାଯାଏ ତେବେ ଏହାକୁ ଶୁଭ ସଙ୍କେତ ମନା ଯାଇଥାଏ । ଏହାର ଅର୍ଥ ଆପଣଙ୍କ କାର୍ଯ୍ୟ ସଫଳ ହେବ ।

୪. ପଶୁ ପକ୍ଷୀ ମଧ୍ୟ ଆମକୁ ଆସନ୍ତା ସମୟର ସଙ୍କେତ ଦେଇଥାନ୍ତି । ଯଦି ଆପଣଙ୍କ ଘରେ ବା ଆଖ ପାଖରେ ବିଲେଇ ପିଲାମାନଙ୍କୁ ଜନ୍ମ ଦେଉଛି ତେବେ ଏହା ଭଲ ସମୟର ସଙ୍କେତ ହୋଇଥାଏ ।

୫. ଯଦି ଘରୁ ବାହାରକୁ ଯାଉଥିବା ସମୟରେ କୌଣସି ହସୁଥିବା ପିଲାଟିଏ ଦେଖାଯାଏ ତେବେ ବୁଝିଯିବେ କି ଆପଣଙ୍କର ଭଲ ସମୟ ଆସିବାର ଅଛି ଓ ଏହା ସହିତ ଆପଣଙ୍କ ଦିନ ମଧ୍ୟ ଭଲ ରହିବ ।

ବନ୍ଧୁମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟ ଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *