ଭଲ ସମୟ ଆସିବା ପୂର୍ବରୁ ଜାଣିବେ କିପରି ? ପଢନ୍ତୁ ଆଜିର ୧୦ + Anuchinta

୧. ଆପଣ ଯଦି କୌଣସି ବିଶେଷ କାର୍ଯ୍ୟ ରେ ବାହାରକୁ ଯାଉଛନ୍ତି ଏବଂ ଯିବା ସମୟରେ ବୁଢ଼ିଆଣି ଜାଲ ବୁଣୁ ଥିବାର ଦେଖୁଛନ୍ତି ତେବେ ଆପଣ କାର୍ଯ୍ୟ ରେ ସଫଳ ହେବେ । ୨. ଘରୁ ବାହାରକୁ ଯିବା ସମୟରେ ଯଦି ଆପଣଙ୍କ ସାମ୍ନା କୁ ଗୋଟିଏ ପକ୍ଷୀ ଆସିଯାଏ ଏବଂ କିଛି ସମୟ ନିରବ ରେ ବସେ । ତେବେ ଏହାର ଅର୍ଥ ଆପଣଙ୍କ ମନୋସ୍କାମନା ପୂର୍ଣ୍ଣ ହେବ । ୩. ଯଦି କୌଣସି କାର୍ଯ୍ୟ ରେ ଆପଣ ବାହାରକୁ ଯାଉଛନ୍ତି ଏବଂ ବାଟରେ ଗାଈ କିମ୍ବା ନଡ଼ିଆ କୁ ଦେଖୁଛନ୍ତି ତେବେ ଏହା ଆପଣଙ୍କ କାର୍ଯ୍ୟ ସଫଳ ହେବାର ସଂକେତ ଦେଇଥାଏ ।

୪. ଆପଣ ସକାଳ ସମୟରେ ଜଳଖିଆ ଖାଇବା ବେଳେ ଯଦି ଛିଙ୍କ ଆସିଥାଏ ତେବେ ଏହା କିଛି ଶୁଭ ଖବର ମିଳିବାର ସଂକେତ ଦେଇଥାଏ । ୫. ଯଦି ଆପଣ ଶୋଇବା ସମୟରେ ସ୍ୱପ୍ନ ରେ ସଫା ପାଣି ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସଂକେତ ଦେଇଥାଏ ।

୬. ଯଦି ଆପଣ ପିନ୍ଧା ବସ୍ତ୍ର କୁ ବଦଳିବା ସମୟରେ ଆପଣଙ୍କ ପକେଟ ରୁ ପଇସା ତଳେ ପଡ଼ିଯାଏ ତେବେ ଏହା ଧନ ଲାଭ ର ସଂକେତ ଦେଇଥାଏ ।

୭. ଠାକୁର ଙ୍କୁ ପୂଜା କରିବା ସମୟରେ ଯଦି ଠାକୁର ଙ୍କ ଉପରେ ଚଢ଼ା ଯାଇଥିବା ଫୁଲ ତଳେ ପଡ଼ିଥାଏ ତେବେ ଏହା ଆପଣଙ୍କ ମନୋସ୍କାମନା ପୂର୍ଣ୍ଣ ହେବାର ସଂକେତ ଦେଇଥାଏ ।

୮. ଯଦି ଆପଣ କୌଣସି କାମ ପାଇଁ ବାହାରକୁ ଯାଉଛନ୍ତି ଏବଂ ଯିବା ସମୟରେ କୌଣସି ନାରୀ ଙ୍କୁ ଲାଲ ଶାଢ଼ୀ ରେ ଦେଖୁଛନ୍ତି ତେବେ ଏହା ଉତ୍ତମ ଜୀବନ ସାଥି ମିଳିବାର ସଂକେତ ଦେଇଥାଏ ।

୯. ଯଦି ଆପଣ ରାସ୍ତା ରେ ଯାଉଥିବା ସମୟରେ ପଇସା ପାଆନ୍ତି ତେବେ ଏହା ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବାର ସଂକେତ ଦେଇଥାଏ ।

୧୦. ଯଦି ଆପଣ ଘରୁ କିଛି ଜରୁରୀ କାମ ରେ ବାହାରକୁ ଯାଉଥାନ୍ତି ଏବଂ ଆପଣଙ୍କୁ କୌଣସି ଜିନିଷ ଭୁଲି ଯିବାର ମନେ ପଡ଼ିଥାଏ ତେବେ ଏହା ଆପଣଙ୍କ ଜୀବନରୁ ଖରାପ ସମୟ ଟଳି ଯିବାର ସଂକେତ ଦେଇଥାଏ ।

୧୧. ରାସ୍ତା ରେ ଯିବା ସମୟରେ ଯଦି ଆପଣ ଫୁଲ ପଡ଼ି ଥିବାର ଦେଖନ୍ତି ତେବେ ଏହା ଆପଣଙ୍କ ଜୀବନରେ ଭଲ ସମୟ ଆସିବାର ସଂକେତ ଦେଇଥାଏ ।

୧୨. ସକାଳୁ ଉଠିବା ପରେ ଯଦି ଆପଣ କ୍ଷୀର କିମ୍ବା କ୍ଷୀର ଜାତୀୟ ଦ୍ରବ୍ୟ ଦେଖନ୍ତି ତେବେ ଏହା ଆପଣଙ୍କୁ କିଛି ଶୁଭ ସଂକେତ ଦେଇଥାଏ ।

୧୩. ଯଦି ଶରୀରର ଡାହାଣ ପଟ ଅଙ୍ଗ ରେ କମ୍ପନ ଦେଖା ଦେଇଥାଏ ତେବେ ଏହା ଆପଣଙ୍କ ଜୀବନ ରେ ସୁଖ ସମୃଦ୍ଧି ଆସିବାର ସଂକେତ ଦେଇଥାଏ ।

୧୪. ଯଦି ମାଙ୍କଡ଼ ଫଳ ଖାଇ ଆପଣଙ୍କ ଛାତ ଉପରେ ପକାଇଥାଏ ତେବେ ଏହା ଶୁଭ ସମୟ ଆସିବାର ସଂକେତ ଦେଇଥାଏ ।

୧୫. ଯଦି ଆପଣଙ୍କ ଅନାବଶ୍ୟକ ଖର୍ଚ୍ଚ ହଠାତ ବୃଦ୍ଧି ହୋଇଥାଏ ତେବେ ଏହା ଆପଣଙ୍କ ଶୁଭ ସମୟର ଆଗମନ ର ସଂକେତ ଦେଇଥାଏ ।

୧୬. ଯଦି ଆପଣଙ୍କ ଘର ପାଖରେ କୌଣସି କୋଇଲି ରାଵ ଦେଇଥାଏ ତେବେ ଆପଣ ଜାଣିବେ ଏହା ଆପଣଙ୍କ ଜୀବନ ରେ ସୁଖ ଓ ସୌଭାଗ୍ୟ ବୃଦ୍ଧି ର ସଂକେତ ଦେଇଥାଏ ।

୧୭. ଯଦି କୌଣସି ପକ୍ଷୀ କିଛି ଖାଦ୍ୟ ବା ଫଳ ଆଣି ଆପଣଙ୍କ ଘର ଛାତ ଉପରେ ପକାଇଥାଏ ତେବେ ଏହା ଧନ ପ୍ରାପ୍ତି ର ସଂକେତ ଦେଇଥାଏ ।

୧୮. ଯଦି ଆପଣ ସକାଳୁ ଉଠିବା ପରେ ନେଉଳ କୁ ଦେଖନ୍ତି ତେବେ ଏହା ଆପଣଙ୍କୁ ଧନ ପ୍ରାପ୍ତି ଏବଂ ଅଟକି ରହିଯାଇଥିବା ଧନ କୁ ଫେରି ପାଇବାର ସଂକେତ ପ୍ରଦାନ କରିଥାଏ

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *