‘ଭଲ ପାଇ ଭୁଲ କଲି…’ Live ଆସି ନିଜ ଦୁଃଖ ବଖାଣିଲେ ସାଂସଦ Anubhav Mohanty, କହିଲେ କିଛି ଏମିତି… ଦେଖନ୍ତୁ ଏହି Video 

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ଅନୁଭବ ମହାନ୍ତିଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଅନୁଭବ ହେଉଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ସେ ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ଗୁଡିକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ନିଜ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ବିବାଦକୁ ନେଇ ଗତ କିଛି ଦିନ ହେବ ଅନୁଭବ ଚର୍ଚ୍ଚାରେ ଅଛନ୍ତି ।

କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଏବେ ଗୋଟେ ଭିଡିଓ ପାଇଁ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ପ୍ରାୟ ଅଧ ଘଣ୍ଟା ଏ ଭିଡିଓରେ ସେ ନିଜ ମନର କଥା କହିଛନ୍ତି । ବର୍ଷାଙ୍କୁ ସେ ଭଲ ପାଇ ବାହା ହୋଇଥିଲେ ଆଉ ଏହି ଭିଡିଓରେ ସେ ଭଲ ପାଇ ଭୁଲ କରିବା କଥା ସେ କହିଛନ୍ତି । ଅନୁଭବ କହିଛନ୍ତି 2008ରେ ସେ ବର୍ଷାଙ୍କୁ ବହୁତ ଅଧିକ ଭଲ ପାଉଥିଲେ ଆଉ ତାଙ୍କ ଛଡା ସେ ଆଉ କାହା କଥା ଭାବି ନଥିଲେ । କିନ୍ତୁ ଏବେ ସେ ବହୁତ ବଡ ଭୁଲ କରିଛନ୍ତି ।

କେବଳ ଏତିକି ନୁହେଁ ଉଭୟଙ୍କ ଘରେ ବାହାଘର ପାଇଁ ରାଜି ନଥିଲେ । ତଥାପି ବାହାଘର ହୋଇଥିଲା । ମହିଳା ବୋଲି ଯାହା କହିବେ ତାହା କଣ ଠିକ ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ । ତାଙ୍କର କୌଣସି ଏକ ବଡ ପାୱାରକୁ ନଷ୍ଟ କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡା ସାଂସଦ ।

ଅନୁଭବ ସେହି ଭିଡିଓରେ କହିଛନ୍ତି, ସେ ବର୍ଷାଙ୍କୁ ଭଲ ପାଇଲେ ଆଉ ବର୍ଷା ବି ତାଙ୍କୁ ଭଲ ପାଇଲେ । ଅନୁଭବ ସମସ୍ତଙ୍କୁ ବିବାହ ପାଇଁ ମନେଇଲେ ବୁଝେଇଲେ କାରଣ ତାଙ୍କ ଘରେ କେହି ରାଜି ନଥିଲେ । ଏହା ସହ ବର୍ଷାଙ୍କ ଘରେ ବି କେହି ରାଜି ନଥିଲେ । ହେଲେ ପରେ ସେ ଅନେକ କିଛି ଜାଣିବାକୁ ପାଇଥିଲେ । ଅନୁଭବ କହିଛନ୍ତି, ଭଲ ପାଇକି ମଣିଷ ଥାନା ଆଉ କୋର୍ଟ ଦଉଡିବ ଏଇଟା କେଉଁଠି ଲେଖା ହେଇଛି ।

ଜଣେ କଣ କେବଳ ମହିଳା ବୋଲି ଯାହା କହିବେ ସେଇଟା ହିଁ ସତ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଅନୁଭବ ଭାବବିହୁଳ ହୋଇ ନିଜ ମନର କଥା କହିଛନ୍ତି । ତେବେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *