କରୋନା ଠିକ ହେବା ପରେ ହଲ୍କା ଜ୍ଵର କାହିଁକି ରହିଥାଏ ? Dr. K. K. Agrawal

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରୋନା ମହାମାରୀ ର ପ୍ରଭାବ ସମଗ୍ର ବିଶ୍ୱରେ ଅଧିକ ମାତ୍ରାରେ ବଢି ଚାଲିଛି । ବିଶେଷ କରି ଏହାର ପ୍ରଭାବ ଭାରତ ରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି ।

ଭାରତ ର ଅନେକ ରାଜ୍ୟ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଯାହା ଫଳରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଅନେକ ଲୋକ ଭର୍ତ୍ତି ହେଉଛନ୍ତି । କରୋନା ପାଇଁ ଭାରତ ର ଅନେକ ସ୍ଥାନ ରେ ଅମ୍ଳଜାନ ର ଅଭାଵ ପାଇଁ ଲୋକ ମୃ-ତ୍ୟୁ ମୁଖ ରେ ପଡିବାର ଖବର ବର୍ତ୍ତମାନ ଦେଖିବାକୁ ମିଳୁଛି ।

ଦିଲ୍ଲୀ, ମହାରାଷ୍ଟ୍ର ଭଳି ବଡ଼ ବଡ଼ ରାଜ୍ୟ ମାନଙ୍କ ରେ ବର୍ତ୍ତମାନ କରନା ନିମନ୍ତେ ଅନେକ ଲୋକ ମୃ-ତ୍ୟୁ ବରଣ କରୁଛନ୍ତି । ସେହିପରି କରନା ରୁ ସୁସ୍ଥ ହେବା ପରେ ମଧ୍ୟ ଅନେକ ଲୋକ ଙ୍କର ହାଲୁକା ଜ୍ଵର ଲାଗିରହୁଛି । ତେବେ ଏହା କଣ ପାଇଁ ହେଉଛି ସେ ବିଷୟରେ ଆଜି ଆମେ ଆପଣଂକୁ ଜଣାଇବାକୁ ଯାଉଛୁ । ତେବେ ଆସନ୍ତୁ ଏହି ବିଷୟରେ ଅଧିକ ଜାଣିବା ।

ବନ୍ଧୁଗଣ ଅନେକ ଲୋକ କରୋନା ରୁ ସୁସ୍ଥ ହେବା ପରେ ମଧ୍ୟ ପ୍ରାୟ ତିନି ମାସ ପର୍ଯ୍ୟନ୍ତ ସେମାନଙ୍କ ଠାରେ ଜ୍ଵର ରହିଥିବାର ଦେଖା ଯାଇଥାଏ । ବିଶେଷଜ୍ଞ ମାନଙ୍କ ମତରେ ଯେଉଁ ମାନେ କରୋନା ରୁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇଯାଉଛନ୍ତି ସେମାନେ କୌଣସି ପ୍ରକାର ଚିନ୍ତା କରିବା ଅନୁଚିତ କିନ୍ତୁ ଯେଉଁମାନଙ୍କ ଠାରେ ସୁସ୍ଥ ହେବା ପରେ ମଧ୍ୟ ଜ୍ଵର ରହୁଛି ସେମାନେ ମଧ୍ୟ ଚିନ୍ତା କରିବା ର କୌଣସି ଆବଶ୍ୟକତା ନାହିଁ ।

ଅନେକ ଲୋକ ଭାବିଥାଆନ୍ତି କି ସେମାନେ ପୁଣି ଥରେ ସଂକ୍ରମିତ ହୋଇଯାଇଛନ୍ତି ତେବେ ଆମେ ଏଠାରେ ଆପଣଂକୁ ଜଣାଇ ରଖୁଛୁ କି ଏପରି କିଛି କଥା ନାହିଁ ଯଦି ୩ମାସ ପରେ ଏପରି କିଛି ଲକ୍ଷଣ ଦେଖାଯାଏ ତେବେ ଆପଣ ହୁଏ ତ ସଂକ୍ରମିତ ହୋଇପାରିଥାନ୍ତି କିନ୍ତୁ ୩ମାସ ମଧ୍ୟରେ କୌଣସି ଅସୁବିଧା ନ ଥାଏ । କରୋନା ରୁ ସୁସ୍ଥ ହେବା ପରେ ୩ମାସ ପର୍ଯ୍ୟନ୍ତ ପ୍ରାୟ ୩୦ପ୍ରତିଶତ ଲୋକ ଙ୍କ ର ୧ଡିଗ୍ରୀ ତାପମାତ୍ରା ଦ୍ଵାରା ଶରୀର ଉଷୁମ ରହିଥାଏ । ଯାହାର କାରଣ IL-6 ଅଟେ ।

କରୋନା ଭୁତାଣୁ ଆମ ଶରୀର ରେ ପ୍ରବେଶ କରିବା ଦ୍ୱାରା ଆମ ଶରୀର ର ତାପମାତ୍ରା ୧ଡିଗ୍ରୀ ବଢିଯାଇଥାଏ ଓ ଆମେ ସୁସ୍ଥ ହେବା ପରେ ମଧ୍ୟ ତାହା ସେହିପରି ହିଁ ଥାଏ । କାରଣ କରୋନା ରେ ଥିବା ଏହି IL-6 ଆମ ମସ୍ତିଷ୍କ ଭିତରକୁ ପ୍ରବେଶ କରି ଆମ ତାପମାତ୍ରା କୁ ୧ଡିଗ୍ରୀ ବଢ଼ାଇ ଦେଇଥାଏ ଓ ଏହା ପୁଣି ପୂର୍ବ ଅଵସ୍ଥା କୁ ଫେରିବା ପାଇଁ ପ୍ରାୟ ୩ମାସ ସମୟ ଲାଗିଥାଏ । ତେଣୁ ଏହି ସମୟ ରେ ଆମକୁ ହାଲୁକା ଜ୍ଵର ଆସିଲା ପରି ଲାଗିଥାଏ ।

କିନ୍ତୁ ଜ୍ଵର ଆମେ ତାକୁ କହିବା ଯେତେବେଳେ ଶରୀର ର ତାପମାତ୍ରା ୨ଡିଗ୍ରୀ ବଢିଯାଇଥାଏ । ବେଳେବେଳେ ଏପରି ମଧ୍ୟ ହୋଇଥାଏ କି ଆମକୁ କିଛି ସମୟ ପାଇଁ ଜ୍ଵର ଆସିଥାଏ ଓ ପୁଣି ଠିକ ହୋଇଯାଇଥାଏ ତେବେ ଏହାର କାରଣ ହେଉଛି ତାପମାନ ନିୟନ୍ତ୍ରଣ ର ଅବ୍ୟବସ୍ଥା । ଏହି କାରଣ ରୁ ଆପଣଙ୍କ ଶରୀର ର ତାପମାତ୍ରା ବଢିଥାଏ ଓ କମିଥାଏ । ଏହା ମଧ୍ୟ କରୋନା ରୁ ସୁସ୍ଥ ହେବାର ୩ମାସ ପର୍ଯ୍ୟନ୍ତ ଲାଗି ରହିଥାଏ । ତେଣୁ ଆପଣଙ୍କ ର ଯଦି ଏପରି ହେଉଛି ତେବେ ଆପଣ ବିଲକୁଲ ଚିନ୍ତା କରନ୍ତୁ ନାହିଁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *