ଭାଇ ଏକ ବଡ ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥାପି ଭଉଣୀ ବିକନ୍ତି ଚା’, ଏମିତି ସ୍ଵାଭିମାନ କୁ ଦେଶ କରିଥାଏ କୋଟି କୋଟି ପ୍ରଣାମ

ଆମ ହିନ୍ଦୁଧର୍ମରେ ନାରୀକୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ମାନା ଯାଇଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଚାହା ଓ ପକୁଡି ବିକ୍ରି କରନ୍ତି ।

ହେଲେ ତାଙ୍କ ଭାଇ ହେଉଛନ୍ତି ଏକ ବଡ ରାଜ୍ୟର ମୁଖ୍ୟମତ୍ରୀ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କ ନାମ ହେଉଛି ଶଶି ଦେବୀ । ସେ ଉତ୍ତରାଖଣ୍ଡର ପୋଡି ଗଡବାଲ ଜିଲ୍ଲାରେ ଅବସ୍ଥିତ କୁଠାର ଗାଁରେ ରୁହନ୍ତି । ଶଶିଙ୍କ ଭାଇ ଉତ୍ତର ପ୍ରଦେଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଟନ୍ତି ।

ବନ୍ଧୁଗଣ ସେହି ମୁଖ୍ୟମନ୍ତ୍ରୀଙ୍କ ନାମ ହେଉଛି ଯୋଗୀ ଆଦିତ୍ୟନାଥ । ବନ୍ଧୁଗଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଶଶି ହେଉଛନ୍ତି ଯୋଗୀ ଆଦିତ୍ୟନାଥଙ୍କ ବଡ ଭଉଣୀ । ଗୋଟେ ମୁଖ୍ୟମନ୍ତ୍ରୀର ଭଉଣୀ ହୋଇ ମଧ୍ୟ ଶଶି ନିଜ ସ୍ଵାମୀଙ୍କ ସହ ମିଶି ଏକ ଚାହା ଦୋକାନ ଚଲାଉଛନ୍ତି । ତାଙ୍କର ଗୋଟେ ପୁଅ ଓ ଦୁଇଟି ଝିଅ ମଧ୍ୟ ଅଛନ୍ତି ।

ତାଙ୍କର ଏହି ଚାହା ଦୋକାନ ତୀର୍ଥ ନଗରି ଋଷିକେଶରେ ଅଛି । ଶଶି ଦେବୀଙ୍କର ଦୁଇଟି ଚାହା ଦୋକାନ ଅଛି । ବନ୍ଧୁଗଣ ଋଷିକେଶରେ ଶଶିଙ୍କର ଶଶୁର ଘର ଅଛି । ତାଙ୍କ ସ୍ଵାମୀଙ୍କ ନାମ ହେଉଛି ପୁରନ ସିଂହ ପୟାଲ ଓ ସେ ମଧ୍ୟ ପୂର୍ବ ଗ୍ରାମ ପ୍ରଧାନ ରହି ଆସିଛନ୍ତି ।

ଚାହା ଦୋକାନ ବ୍ଯତୀତ ତାଙ୍କର ନୀଳକଣ୍ଠ ମନ୍ଦିର ପାଖରେ ଏକ ଲଜ୍ ମଧ୍ୟ ଅଛି । ଏହି ମନ୍ଦିର ପାଖରେ ତାଙ୍କର ପ୍ରଥମ ଚାହା ଦୋକାନ ଅଛି । ଦୁତୀୟ ଚାହା ଦୋକାନଟି ତାଙ୍କର ଭୁବନେଶ୍ଵରୀ ମନ୍ଦିର ପାଖରେ ଅଛି । ଏହି ଦୋକାନରେ ସେ ଚାହା ଓ ପକୁଡି ସହ ପ୍ରସାଦ ମଧ୍ୟ ଦେଇଥାନ୍ତି । ବନ୍ଧୁଗଣ ଶଶି ଦେବୀଙ୍କ ଅନୁସାରେ ତାଙ୍କ ଭାଇ ଆଦିତ୍ୟନାଥଙ୍କ ଅସଲ ନାମ ହେଉଛି ଅଜୟ ସିଂହ ବିଷ୍ଟ ।

ସେ ସନ୍ୟାସ ନେବା ପରେ ନିଜ ନାମ ବଦଳାଇ ଯୋଗୀ ଆଦିତ୍ୟନାଥ ରଖିଦେଇଛନ୍ତି । ଶଶିଙ୍କ ମତରେ ଯୋଗୀ ଯେତେବେଳେ ତାଙ୍କ ପାଖରେ ରହୁଥିଲେ ସେତେବେଳେ ସେ ନିଜ ଭଉଣୀଙ୍କ ହାତ ରନ୍ଧା ରୋଷେଇ ଖାଉଥିଲେ । ହେଲେ ଯେବେଠୁ ସେ ସନ୍ୟାସ ନେଲେଣି ସେବେଠାରୁ ସେ ନିଜ ଭଉଣୀର ହାତ ରନ୍ଧା ଖାଦ୍ୟ ଖାଇ ନାହାନ୍ତି । ଶଶି ଦେବୀ ଶେଷ ଥର ପାଇଁ ନିଜ ଭାଇକୁ ୧୧ ଫେବୃୟାରି ୨୦୧୭ ମସିହାରେ ସାକ୍ଷାତ କରିଥିଲେ । ଶଶିଙ୍କର ଇଛା ଏହା ଅଛି ଯେ, ତାଙ୍କ ଭାଇ ଉତ୍ତରାଖଣ୍ଡ ପାଇଁ କିଛି ଭଲ କାମ କରୁ ।

ଏହା ଉପରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *