ଆଜି ବହୁତ ବଦଳି ଯାଇଛନ୍ତି TV ସିରିଏଲ ବୀର କି ଅରଦାସ ବୀରା ର ଏହି 2 Child Actor, ଯାହାଙ୍କୁ ଏବେ ଚିହ୍ନିବା ବି ମୁସ୍କିଲ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ନିଶ୍ଚୟ ଦେଖିଥିବେ । ଏହି ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ସିରିଏଲ ଗୁଡିକ ମଧ୍ୟରେ କେତେକ ସିରିଏଲ ପ୍ରସିଦ୍ଧି ହାସଲ କରିଥାଏ ତ ଅନ୍ୟ କେତେକ ସିରିଏଲକୁ ଦର୍ଶକ ମାନେ ଅଧିକ ପସନ୍ଦ କରିନଥାନ୍ତି । ଆପଣ ମାନେ ସମସ୍ତେ ଟିଭି ଇଣ୍ଡଷ୍ଟ୍ରିର ଫେମସ ସିରିଏଲ ‘ଏକ ବୀର କି ଅରଦାସ ବୀରା’ ସିରିଏଲଟିକୁ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ରଣବିଜୟ ଓ ବୀରା ନାମକ ଦୁଇଜଣ ଭାଇ ଭଉଣୀଙ୍କ ଉପରେ ଆଧାରିତ ଥିଲା ।

ସିରିଏଲ ର ଏହି କାହାଣୀଟି ଦର୍ଶକ ମାନଙ୍କ ମନକୁ ଜିତି ପାରିଥିଲା । ଏହା ସହିତ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ମଧ୍ୟ ନିଜର ସୁନ୍ଦର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନରେ ସ୍ଥାନ ବନାଇ ପାରିଲେ । ହେଲେ ବନ୍ଧୁଗଣ ଆଜିକୁ ଏହି ସିରିଏଲଟି ବନ୍ଦ ହେବାର ୫ ବର୍ଷ ହୋଇ ସାରିଛି । ଏହି ସିରିଏଲରେ ଅଭିନୟ କରିଥିବା ଶିଶୁ କଳାକାର ମାନେ ମଧ୍ୟ ବହୁତ ଅଧିକ ବଦଳି ଯାଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଶିଶୁକଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏମାନଙ୍କ ବିଷୟରେ ।

ହର୍ଷିତା ଓଝା- ଏହି ସିରିଏଲରେ ଛୋଟ ବୀରାର ଭୂମିକା ପଦର୍ଶନ କରୁଥିବା ଶିଶୁକଳକାରଙ୍କ ନାମ ହେଉଛି ହର୍ଷିତା ଓଝା । ହର୍ଷିତାଙ୍କ ଜନ୍ମ ୧୦ ଫେବୃୟାରି ୨୦୦୭ ମସିହାରେ ଝାରଖଣ୍ଡର ଧନବାଗରେ ହୋଇଥିଲା । ହର୍ଷିତା ନିଜର ଅଭିନୟ କାରିୟରର ଆରମ୍ଭ ‘ଏକ ବୀର ଅରଦାସ ବୀରା’ ସିରିଏଲରୁ କରିଥିଲେ ।

ଏହି ସିରିଏଲରେ ସେ ବୀରାର ଭୂମିକା କରି ଘରେ ଘରେ ପ୍ରସିଦ୍ଧି ହାସଲ କରିଥିଲେ । ଯାହା ଫଳରେ ତାଙ୍କୁ ଅନ୍ୟ ସିରିଏଲରେ ଅଭିନୟ କରିବା ପାଇଁ ମଧ୍ୟ ମଉକା ମିଳିଥିଲା । ଏହା ପରେ ସେ ସାବଧାନ ଇଣ୍ଡିଆ ପରି ସିରିଏଲରେ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି ଓ ଟିଭି ଇଣ୍ଡଷ୍ଟ୍ରିରେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି । ହର୍ଷିତା ଆଜିକୁ ୧୩ ବର୍ଷ ବୟସର ହୋଇ ସାରିଛନ୍ତି ଓ ପୂର୍ବ ଅପେକ୍ଷା ବହୁତ ଅଧିକ ବଦଳି ଯାଇଛନ୍ତି ।


ଭାବେଶ ବଳଚାନ୍ଦେନି- ଏହି ସିରିଏଲରେ ରଣବିଜୟର ଭୂମିକା ପଦର୍ଶନ କରିଥିବା ଶିଶୁକଳାକାରଙ୍କ ନାମ ହେଉଛି ଭାବେଶ ବଳଚାନ୍ଦେନି । ଭାବେଶଙ୍କ ଜନ୍ମ ୧୪ ଏପ୍ରିଲ ୨୦୦୧ ମସିହାରେ ଗୁଜୁରାଟର ସୁରଟ ସହରରେ ହୋଇଥିଲା । ଭାବେଶ ନିଜର ଅଭିନୟ କାରିୟର ର ଆରମ୍ଭ ୨୦୧୧ରେ ଆସିଥିବା ସିରିଏଲ ‘ଫୁଲୁବା’ ରେ କରିଥିଲେ । ଏହି ସିରିଏଲରେ ସେ ବାବୁର ଭୂମିକା ପଦର୍ଶନ କରିଥିଲେ ।

ଏହି ସିରିଏଲ ପରେ ତାଙ୍କୁ ଅନ୍ୟ ସିରିଏଲରେ ମଧ୍ୟ ଅଭିନୟ କରିବାର ମଉକା ମିଳିଲା । ଏହା ପରେ ସେ ବାଲ କ୍ରୀଷ୍ଣା ଓ ଭକ୍ତୋ କି ଭକ୍ତି ଆଦି ସିରିଏଲରେ କାମ କରି ନିଜର ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି । ଭାବେଶ ଆଜିକୁ ୧୯ ବର୍ଷ ବୟସର ହୋଇ ସାରିଛନ୍ତି ଓ ପୂର୍ବ ଅପେକ୍ଷା ସେ ବହୁତ ଅଧିକ ବଦଳି ଯାଇଛନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହି ଦୁଇ ଚାଇଲ୍ଡ ଆର୍ଟିସ୍ଟ ଙ୍କ ଅଭିନୟ କିପରି ଲାଗେ ଆମ ନିଶ୍ଚୟ କମେନ୍ଟ କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିଦେବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *