TV ସିରିଏଲ Udan ରୁ ଫେମସ ହୋଇଥିବା ଏହି Actor ଙ୍କର ରିଅଲ ଲାଇଫ ପତ୍ନୀ ଆଉ ଝିଅ ଅଟନ୍ତି ଟିଭି ଇଣ୍ଡଷ୍ଟ୍ରି ର ଏହି 2 ଫେମସ Actress, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ନିଶ୍ଚୟ ଦେଖିଥିବେ । ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ସିରିଏଲ ମଧ୍ୟରୁ ଏପରି କିଛି ସିରିଏଲ ଅଛି ଯାହା ବହୁତ ଅଧିକ ପ୍ରସିଦ୍ଧି ହାସଲ କରିଛି ଓ ଏପରି ମଧ୍ୟ କିଛି ସିରିଏଲ ରହିଛି ଯାହାକୁ ଲୋକମାନେ ଅଧିକ ପସନ୍ଦ କରିଲେ ନାହିଁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଫେମସ ସିରିଏଲ ‘ଉଡ଼ାନ’ ନିଶ୍ଚୟ ଦେଖିଥିବେ । ଟିଭି ଜଗତରେ ଏହି ସିରିଏଲଟି ପ୍ରସିଦ୍ଧି ହାସଲ କରିଥିଲା । ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ମଧ୍ୟ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ସିରିଏଲରେ କମଲ ନାରାୟାଣର ଏକ ଭୂମିକା ଥିଲା । ଏହି ଭୂମିକାଟି ଥିଲା ବିବାନଙ୍କର ପିତାର ଭୂମିକା । କମଲ ନାରାୟଣ ଭୂମିକାଟି ନକରାତ୍ମକ ଥିଲେ ମଧ୍ୟ ଦର୍ଶକ ମାନେ ଏହି ଭୂମିକାକୁ ବହୁତ ଅଧିକ ପସନ୍ଦ କରିଥିଲେ । କାରଣ ଏହି ଏକ୍ଟର ଙ୍କ ଅଭିନୟ ଦମଦାର ଥିଲା ।

ଆଜି ଆମେ ଆପଣ ମାନଙ୍କୁ ଏହି କମଲ ନାରାୟଣର ଭୂମିକା ପଦର୍ଶନ କରୁଥିବା ଅଭିନେତାଙ୍କ ଜୀବନ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତାଙ୍କ ବିଷୟରେ । ୨୦୧୪ ମସିହାରେ ଆସିଥିବା ଫେମସ ସିରିଏଲ ‘ଉଡ଼ାନ’ରେ ମୁଖ୍ୟ ଭୂମିକା କମଲ ନାରାୟଣର ଅଭିନୟ କରିଥିବା ଅଭିନେତାଙ୍କର ଅସଲି ନାମ ହେଉଛି ସାଇ ଭଲ୍ଲାଲ ।

ଏହି ସିରିଏଲ କରି ସେ ଫେମସ ହୋଇ ଯାଇଥିଲେ । ସାଇଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା । ସେ ନିଜର ପାଠ ପଢା ଶେଷ କରିବା ପରେ ଅଭିନୟ ଦୁନିଆରେ ପାଦ ଦେଇଥିଲେ । ସେ ନିଜ ଅଭିନୟ କ୍ୟାରିୟରର ଆରମ୍ଭ ୨୦୦୧ ମସିହାରେ ଆସିଥିବା ସିରିଏଲ ‘କୁଟୁମ୍ବ’ରୁ କରିଥିଲେ ।

ଏହି ସିରିଏଲରେ ସେ ବହୁତ ଭଲ ପଦର୍ଶନ କରିଥିଲେ । ଯାହା ଫଳରେ ତାଙ୍କୁ ଅନ୍ୟ ବହୁତ ସିରିଏଲରେ ଅଭିନୟ କରିବାର ମଉକା ମିଳିଥିଲା । ସେ ଉଡ଼ାନ, ଫୁଲବା, ପାପା କାଣ୍ଟ ଡ୍ୟାନ୍ସ ଶାଲା ଓ ଗବର ଆଦି ସିରିଏଲ ଓ ଫିଲ୍ମ କରିଛନ୍ତି । ସେ ଆଜି ପର୍ଯ୍ୟନ୍ତ ଅଭିନୟ ଦୁନିଆରେ ନିଜ ଭୂମିକା ପଦର୍ଶନ କରୁଛନ୍ତି ଓ ଶେଷ ଥର ପାଇଁ ସେ ଫିଲ୍ମ ‘ପ୍ୟାର କେ ସାଇଡ ଇଫେକ୍ଟ’ରେ ନଜର ଆସିଥିଲେ ।

ସାଇଙ୍କର ରିଅଲ ଲାଇଫ ସ୍ତ୍ରୀଙ୍କ ନାମ ହେଉଛି ସମା ଦେସପାଣ୍ଡେ । ସମା ମଧ୍ୟ ଏକ ଅଭିନେତ୍ରୀ ଅଟନ୍ତି । ସେ ‘କ୍ୟୁ କି ସାସ ବି କଭି ବୋହୁ ଥି, ପ୍ୟାର ତୋ ହୋନା ହି ଥା ଓ କହୋ ନା ପ୍ୟାର’ ଆଦି ଫିଲ୍ମ ଏବଂ ଟିଭି ସିରିଏଲ ଆଦି କରିଛନ୍ତି । ସାଇ ଓ ସମା ଙ୍କର ସିରିଏଲ ‘କୁଟୁମ୍ବ’ରେ ସାକ୍ଷାତ ହୋଇଥିଲା । ସେ ପରସ୍ପରକୁ ପ୍ରେମ କରି ବିବାହ କରିଥିଲେ । ଏହି ଦୁଇ ଜଣଙ୍କର କୌଣସି ପିଲା ନାହାନ୍ତି ହେଲେ ସେମାନେ ଉଡ଼ାନ ସିରିଏଲର ଅଭିନେତା ବିଜେନ୍ଦ୍ର କୁମେରିଆ ଓ ମୀରା ଦେଓସ୍ତାଲେଙ୍କୁ ନିଜ ପିଲା ପରି ମାନନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହି ଯୋଡି କେମିତି ଲାଗିଲା ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଟିଭି ଦୁନିଆରା ଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *