ବୃଦ୍ଧ ବୟସରେ ବିବାହ କରିଛନ୍ତି Bollywood ର ଏହି 7 ଜଣ ଷ୍ଟାର, ନମ୍ବର 6 ତ ନିଜ ୭୦ ତମ ଜନ୍ମ ଦିନରେ କରିଥିଲେ ବିବାହ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଭଲ ପାଇବାର ବୟସ ନଥାଏ । ଏହା ତ ଆପଣ ମାନେ ଶୁଣିଥିବେ । ଏହା ବିବାହ କ୍ଷେତ୍ରରେ ମଧ୍ୟ ଲାଗୁ ହୋଇଥାଏ । ମନୁଷ୍ୟ କୁ ଯେବେ ସତ ଭଲ ପାଇବା ମିଳିଥାଏ ସେତେବେଳେ ବିବାହ କରିବା ଦ୍ୱାରା କୌଣସି ଆପତ୍ତି ହୋଇ ନଥାଏ ।

ଅଧିକାଂଶ ସମୟ ଦେଖିବାକୁ ମିଳିଥାଏ ଯେ ପ୍ରଥମ ବିବାହ ତିଷ୍ଠି ପାରି ନଥାଏ ଯେଉଁ କାରଣରୁ ଲୋକମାନେ ଦ୍ଵିତୀୟ ବିବାହ କରିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ର ଏଭଳି କିଛି କଳାକାର ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ୪୦ ବର୍ଷ ବୟସ ଅତିକ୍ରମ କରିବା ପରେ ବିବାହ କରିଛନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ସୁହାସିନୀ ମୁଲେ- ଟିଭି ଓ ବଲିଉଡ ଇଣ୍ଡଷ୍ଟ୍ରୀ ଉଭୟ କ୍ଷେତ୍ରରେ ନିଜର ଅଭିନୟ ପ୍ରଦର୍ଶନ କରିଥିବା ଅଭିନେତ୍ରୀ ସୁହାସିନୀ ମୁଲେ ୬୦ ବର୍ଷ ବୟସ ରେ ବିବାହ କରିଛନ୍ତି । ସେ ନିଜ ଜୀବନସାଥୀ ରୂପରେ ପ୍ରଫେସର ଅତୁଲ ଗୁର୍ତୁ ଙ୍କୁ ବାଛିଛନ୍ତି । ସୁହାସିନୀ କହିଥିଲେ ଯେ ତାଙ୍କୁ ଯେବେ ସତ ଭଲ ପାଇବା ମିଳିଲା ସେବେ ସେ ବିବାହ କରିଥିଲେ । ଏଥିରେ ବୟସ ର କୌଣସି ମହତ୍ତ୍ୱ ନାହିଁ ।

୨. ନୀନା ଗୁପ୍ତା- ବଲିଉଡ ଇଣ୍ଡଷ୍ଟ୍ରୀ ର ଜଣାଶୁଣା ଚେହେରା ନୀନା ଗୁପ୍ତା ୪୬ ବର୍ଷ ବୟସ ରେ ଦିଲ୍ଲୀ ର ବିବେକ ମେହରା ଙ୍କୁ ବିବାହ କରିଥିଲେ । ବିବେକ ଜଣେ ସି.ଏ ଅଟନ୍ତି । ଦୁହିଁଙ୍କ ବିବାହ ଆମେରିକା ରେ ହୋଇଥିଲା । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଏହା ଆଗରୁ ନୀନା ୱେଷ୍ଟଇଣ୍ଡିଜ ର ପୂର୍ବ କ୍ରିକେଟର ବିବିୟନ୍ ରିଚର୍ଡସ୍ ଙ୍କ ସହ ସମ୍ପର୍କ ରେ ଥିଲେ । କିନ୍ତୁ ଦୁହିଁଙ୍କ ବିବାହ ହୋଇ ନଥିଲା । କିନ୍ତୁ ନୀନା ଙ୍କୁ ବିବିୟନ ଙ୍କ ଠାରୁ ମସାବ ନାମକ ଜଣେ ଝିଅ ଅଛନ୍ତି ।

୩. ମନୀଷା କୋଇରାଲା- ୯୦ ଦଶକ ର ଲୋକପ୍ରିୟ ଅଭିନେତ୍ରୀ ମନୀଷା କୋଇରାଲା ୪୧ ବର୍ଷ ବୟସ ରେ ନିଜ ଠାରୁ ୭ ବର୍ଷ ବୟସରେ ଛୋଟ ସମ୍ରାଟ ଦହଲ ଙ୍କୁ ବିବାହ କରିଥିଲେ । ଏମାନଙ୍କ ବିବାହ ଗୁପ୍ତ ଭାବରେ ରେ ହୋଇଥିଲା । ଯଦିଓ ବିବାହ ର କିଛି ମାସ ପରେ ଏହି ଯୋଡ଼ି ଙ୍କ ମଧ୍ୟରେ ଛାଡପତ୍ର ହୋଇଯାଇଥିଲା ।

୪. ପ୍ରୀତି ଜିନ୍ଟା- ବଲିଉଡ ଇଣ୍ଡଷ୍ଟ୍ରୀ ର ଦିମ୍ପଲ୍ ଗାର୍ଲ ପ୍ରୀତି ଜିନ୍ତା ୪୦ ବର୍ଷ ବୟସ ରେ ଆମେରିକା ର ବିଜନେସ ମ୍ୟାନ୍ ଗୁଇଡ଼ନଫ ଙ୍କୁ ବିବାହ କରିଥିଲେ । ପ୍ରୀତି ଗୁଇଡ଼ନଫ ଙ୍କ ଠାରୁ ବୟସ ରେ ୧୦ ବର୍ଷ ବଡ଼ ଅଟନ୍ତି । ଏହି ଯୋଡ଼ି ବିବାହ ପୂର୍ବରୁ ରିଲେସନ ରେ ମଧ୍ୟ ଥିଲେ ।

୫. ଉର୍ମିଲା ମାତୋଣ୍ଡକର୍- ୯୦ ଦଶକ ରେ ଅଭିନେତ୍ରୀ ଉର୍ମିଲା ମାଟୋଣ୍ଡକର୍ ମଧ୍ୟ ନିଜ ଅଭିନୟ ରେ ଧୁମ ମଚାଇ ଥିଲେ । ବଲିଉଡ ର ‘ରଙ୍ଗିଲା ଗାର୍ଲ’ ୪୩ ବର୍ଷ ବୟସ ରେ ବିବାହ କରିଥିଲେ । ସେ ନିଜ ଠାରୁ ବୟସ ରେ ୯ ବର୍ଷ ଛୋଟ ମୋହସିନ ଅକ୍ତର ମୀର ଙ୍କୁ ବିବାହ କରିଥିଲେ । ମୋହସିନ କାଶ୍ମୀର ର ବାସିନ୍ଦା ଅଟନ୍ତି ଏବଂ ସେ ପେସା ରୁ ଜଣେ ମଡେଲ ଓ ବିଜନେସ ମ୍ୟାନ୍ ଅଟନ୍ତି ।

୬. କବୀର ବେଦୀ- କବୀର ବେଦୀ ଙ୍କ ବିବାହ ସବୁଠାରୁ ଅଧିକ ଚର୍ଚ୍ଚା ର ବିଷୟ ସାଜିଥିଲା । କାରଣ ସେ ୭୦ ବର୍ଷ ବୟସ ରେ ବିବାହ କରିଥିଲେ । ସେ ନିଜର ୭୦ ତମ ଜନ୍ମ ଦିବସ ରେ ନିଜର ଘନିଷ୍ଠ ବନ୍ଧୁ ପର୍ବିନ ଦୁସାଞ୍ଜ ଙ୍କୁ ତୃତୀୟ ବିବାହ କରିଥିଲେ । ପର୍ବୀନ କବୀର ଙ୍କ ଠାରୁ ବୟସ ରେ ୨୮ ବର୍ଷ ସାନ ଅଟନ୍ତି । ଏହି ବିବାହ ରେ ସମସ୍ତ ଦର୍ଶକ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ ।

୭. ସୈଫ ଅଲ୍ଲୀ ଖାଁ- ସୈଫ ୪୦ ବର୍ଷ ବୟସ ଅତିକ୍ରମ କରିବା ପରେ କରିନା କପୁର ଙ୍କୁ ଦ୍ଵିତୀୟ ବିବାହ କରିଥିଲେ । କରିନା ବୟସ ରେ ସୈଫ ଙ୍କ ଠାରୁ ୧୩ ବର୍ଷ ସାନ ଅଟନ୍ତି । ସୈଫ ଏହା ପୂର୍ବରୁ ଅମୃତା ସିଂ ଙ୍କୁ ବିବାହ କରିଥିଲେ ଯିଏ ବୟସ ରେ ସୈଫ ଙ୍କ ଠାରୁ ୧୨ ବର୍ଷ ବଡ଼ ଅଟନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *