ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଡାକ୍ତରଖାନା ମୋ ପୂଅ କୁ ନେଇକି ଯିବାର ଅଛି ଟିକେ ବାଟ ଛାଡ ! ହେଲେ ଟ୍ରାଫିକ ଜାମ୍ କାରଣରୁ ଆମ୍ବୁଲାନ୍ସଟି ବିଳମ୍ବରେ ଡାକ୍ତରଖାନାରେ ପହଞ୍ଚିଲା ହେଲେ ପିଲାଟିର ଜୀବନ ବଞ୍ଚାଇ ହୋଇପାରିନଥିଲା । ତେବେ ଘଟଣାଟି ହେଉଛି ୨୦୨୦ ମସିହା ଫେବୃଆରି ୧୧ ତାରିଖରେ ଘଟିଥିଲା । ଗୋଟିଏ ଛୋଟ ପିଲାର ଦେହ ଗୁରୁତର ଅସୁସ୍ଥ ହୋଇଯିବାରୁ କାପିଟାଲ ଡାକ୍ତରଖାନାରୁ ଘର ଲୋକେ ପିଲାଟିକୁ ଏକ ଘରୋଇ ହସ୍ପିଟାଲ ନେଇକି ଯାଉଥିଲେ ।
ପଟିଆ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ପିଲାଟିକୁ ଅକ୍ଷିଜେନ ମାସ୍କ ପିନ୍ଧାଇ ନେଇକି ଯାଉଥିଲେ । ଯେତେ ଶୀଘ୍ର ଆମ୍ବୁଲାନ୍ସଟି ମେଡିକାଲରେ ପହଞ୍ଚିବ । ସେତେ ଶୀଘ୍ର ପିଲାଟିର ଚିକିତ୍ସା ହୋଇପାରିଥିଲେ । ହେଲେ ବିଳମ୍ବ କାରଣରୁ ସବୁକିଛି ଓଲଟ ପାଲଟ ହୋଇପଡିଥିଲା । ରାସ୍ତାରେ ଅନବରତ ଆମ୍ବୁଲାନ୍ସ ଦ୍ଵାରା ଛୋଟ ପିଲାଟିକୁ ଡାକ୍ତରଖାନାରେ ପହଞ୍ଚିବା ପାଇଁ ଉଦ୍ୟମ ଚାଲିଥିଲା । ହେଲେ ଠିକ ନାଲକୋ ଛକ ନିକଟ ଠାରୁ ଆରମ୍ଭ ହୋଇଯାଇଥିଲା ଟ୍ରାଫିକ ଜାମ୍ ପରିସ୍ଥିତି ।
ଅସୁସ୍ଥ ଥିବା କୁନି ପୁଅ ପ୍ରତୀକର ବାପା ଓ ଦାଦା ଗାଡିରୁ ଓହ୍ଲାଇ ପଡିଥିଲେ । ତାପରେ ଏପରି ଟ୍ରାଫିକ ଜାମ୍ ଦେଖି ନେହୁରା ହୋଇ ରାସ୍ତା ଫାଙ୍କା ଟିକେ କରିବା ପାଇଁ ଲୋକ ମାନଙ୍କୁ କହିଥିଲେ । ହେଲେ ଟ୍ରାଫିକ ଦ୍ଵାରା ଅବରୋଧ ହୋଇଥିବା ରାସ୍ତା ଖାଲି ହୋଇପାରିନଥିଲା । ସେଥିପାଇଁ ଅନେକ କାର ଠାରୁ ନେଇ ବାଇକ ପର୍ଯ୍ୟନ୍ତ ଟିକେ ରାସ୍ତା ଫାଙ୍କା କରିଦେବାକୁ ବହୁ ଅନୁରୋଧ ମଧ୍ୟ କରିଥିଲେ ।
ରାସ୍ତାର ବାମ ପାର୍ଶ୍ଵ ଜାଗା ଟିକେ ଆମ୍ବୁଲାନ୍ସ ଯିବା ପାଇଁ ଛାଡି ଦିଅନ୍ତୁ । ମୋ ପୁଅ ଜୀବନ ଓ ମରଣ ସହ ସଂଗ୍ରାମ କରୁଛି । ହେଲେ କୌଣସି ଗାଡି ମଧ୍ୟ ରାସ୍ତା ଫାଙ୍କା କରିବା ପାଇଁ ପ୍ରସ୍ତୁତ ନଥିଲେ । ତେବେ ଏହିପରି ଭାବେ ମେଡିକାଲରେ ଆମ୍ବୁଲାନ୍ସ ଯାଇ ବିଳମ୍ବରେ ପହଞ୍ଚିଲା ବେଳକୁ ସବୁ ସରିଯାଇଥିଲା । କାରଣ କୁନି ପୁଅ ପ୍ରତୀକର ଜୀବନ ସେତେବେଳକୁ ଆଉ ନଥିଲା । ଗଣ ମାଧ୍ୟମ ଜରିଆରେ ନିଜ ପୁଅ ପ୍ରତୀକ ପାଇଁ ଘର ଲୋକେ ନ୍ୟାୟ ମଧ୍ୟ ମାଗିଥିଲେ ।
ତେବେ ଘର ଲୋକଙ୍କ କହିବା ମୁତାବକ ଆଉ ଯଦି କୌଣସି ପ୍ରକାର ଟ୍ରାଫିକ ଜାମ୍ ପାଇଁ କୌଣସି ପିଲାର ଜୀବନ ନଯାଉ ସେଥିପ୍ରତି ସରକାର ଯତ୍ନବାନ ହୋଇବା ଉଚିତ । ଯାହା ଦ୍ଵାରା ଆମ ପୁଅ ପ୍ରତୀକକୁ ନ୍ୟାୟ ମିଳିପାରିବ । ଯେଉଥି ପାଇଁ ପ୍ରତୀକର ବାପା ନିଜ ଅଟୋର ପଛ ପଟେ ରାସ୍ତାର ବାମପାର୍ଶ୍ଵକୁ ସର୍ବଦା ଆମ୍ବୁଲାନ୍ସ ପାଇଁ ଫାଙ୍କା ରଖନ୍ତୁ ବୋଲି ଅନୁରୋଧ କରିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ