ବର୍ଷାଙ୍କୁ ଟାର୍ଗେଟ କରି ସୋସିଆଲ ମିଡିଆରେ ମୁହଁ ଖୋଲିଲେ ଜାଗୃତି ଶୁକ୍ଲା, କହିଲେ ଏମିତି କଥା

ନମସ୍କାର ବନ୍ଧୁଗଣ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଗତ କିଛି ଦିନ ହେବ ବର୍ଷା ଓ ଅନୁଭବ ଙ୍କ ବିବାଦ ଥମିବାର ନାଁ ନେଉ ନାହିଁ। କିଛି ଦିନ ତଳେ ଦୁହିଁଙ୍କ ବୈବାହିକ ଜୀବନରେ ଝଡ ଆସିଥିଲା । ଏହା ପରେ ବର୍ଷା ନ୍ୟାୟ ପାଇଁ ଅଦାଲତ ର ଦ୍ଵାରସ୍ଥ ହୋଇଥିଲେ । ଏହା ର ବିପରିତରେ ଅନୁଭବ ମହାନ୍ତି ବର୍ଷାଙ୍କ ବିପକ୍ଷରେ ଡିଭୋର୍ସ ଫାଇଲ କରିଥିଲେ । ଏହା ସହିତ ଦୁହେଁ ଦୁହିଙ୍କ ବିରୁଦ୍ଧରେ ବହୁତ ସଙ୍ଗିନ ଅଭିଯୋଗ ସବୁ ଆଣିଥିଲେ ।

ଏମିତି କି ଅନୁଭବ ଙ୍କ ବିରୁଦ୍ଧରେ ବର୍ଷା ଘରୋଇ ହିଂସା ର ମଧ୍ୟ ଅଭିଯୋଗ ଆଣିଥିଲେ । ଏହା ମଧ୍ୟରେ ଦିଲ୍ଲୀ ର ସାମ୍ବାଦିକା ଜାଗୃତି ଶୁକ୍ଲା ଓ ଅନୁଭବ ମହାନ୍ତି ଙ୍କ ସମ୍ପର୍କ କୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ବର୍ତ୍ତମାନ ଜାଗୃତି ଶୁକ୍ଲା ବର୍ଷାଙ୍କୁ ଟାର୍ଗେଟ କରି ମୁହଁ ଖୋଲିଛନ୍ତି । ସେ କଣ କହିଛନ୍ତି ଆସନ୍ତୁ ଆଜି ଆମେ ଜାଣିବା ।

ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ବର୍ଷା ଓ ଅନୁଭବ ଙ୍କ ବିବାଦ ମଧ୍ୟରେ ସାମ୍ବାଦିକା ଜାଗୃତି ଶୁକ୍ଲା ଓ ଅନୁଭବ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି ବୋଲି ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ଜାଗୃତି ଶୁକ୍ଲାଙ୍କ ନାଁ ରେ ଅନେକ ପ୍ରକାରର ଅପପ୍ରଚାର ହେବାକୁ ଲାଗିଛି । ବର୍ଷାଙ୍କ ଫ୍ୟାନ ମାନେ ବର୍ଷାଙ୍କୁ ସପୋର୍ଟ କରୁଥିବା ବେଳେ ଜାଗୃତି ଙ୍କ ନାମରେ ବିଭିନ୍ନ ପ୍ରକାରର କଥା ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବର୍ତ୍ତମାନ ଜାଗୃତି ମଧ୍ୟ ଏହାର ଉଚିତ ଜବାବ ଦେଇଛନ୍ତି ଓ ସେ କହିଛନ୍ତି କି “ବର୍ଷା ପ୍ରିୟଦର୍ଶିନୀ ଙ୍କ ଫ୍ୟାନ ମାନେ ସୋସିଆଲ ମିଡିଆରେ ମୋର ଚରିତ୍ର ଉପରେ ଅପପ୍ରଚାର କରୁଛନ୍ତି । ବର୍ଷା ଓ ଅନୁଭବ ଙ୍କ ବିବାଦରେ ବିନା କାରଣରେ ମୋ ନାମକୁ ସାମ୍ନା କୁ ଅଣା ଯାଉଛି । ଆପଣ ମାନେ ଜଣେ ମହିଳାଙ୍କୁ ସପୋର୍ଟ କରି କିପରି ଆଉ ଜଣେ ମହିଳାଙ୍କୁ ନିନ୍ଦିତ କରୁଛନ୍ତି ? ଏହାର ମୁଁ ଉଚିତ ଜବାବ ଦେବି ।

ମୁଁ ପୋଲିସ ରେ ଅଭିଯୋଗ କରିବା ସହିତ ଆଇନ ର ଆଶ୍ରୟ ନେବି । ମତେ ବଦନାମ କରିବା ପାଇଁ କରା ଯାଉଥିବା ଉଦ୍ୟମ ର ମୂଳ ପର୍ଯ୍ୟନ୍ତ ପହଞ୍ଚିବି । ମୋର ମର୍ଯ୍ୟାଦାରେ କେହି ଆଞ୍ଚ ଆଣୁ ଏହାକୁ ମୁଁ କଦାପି ବରଦାସ୍ତ କରିବି ନାହିଁ । ଆପଣ ମାନେ ସମସ୍ତେ ଜାଣି ରଖିବା ଦରକାର ଯେ ଆଇନ ଆଖିରେ ସମସ୍ତେ ସମାନ ସେ ସେଲିବ୍ରିଟି ବର୍ଷା ପ୍ରିୟଦର୍ଶିନୀ ହୁଅନ୍ତୁ କି ସାଧାରଣ ଜନତା । ଅନୁଭବ ଙ୍କ ସହିତ ମୋର କେବଳ ପ୍ରଫେସନାଲ ସମ୍ପର୍କ ରହିଛି । ଆମେ ବହୁତ ଭଲ ସାଙ୍ଗ ଅଟୁ ।”

ତେବେ ଜାଗୃତି ବର୍ଷା ଙ୍କୁ ଟାର୍ଗେଟ କରି ଏମିତି କହିଥିବାର ଜଣା ପଡୁଛି । ତେବେ ଆପଣ ମାନଙ୍କର ଏହା ଉପରେ ମତା ମତ କଣ ଆମକୁ କମେନ୍ଟ କରି ଜଣାନ୍ତୁ ଓ ଆଗକୁ ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *