ବାରିପଦାରେ ଅନୁଷ୍ଟିତ ହେଉଥିବା ରଥଯାତ୍ରାରେ ମା’ ସୁଭଦ୍ରାଙ୍କ ରଥକୁ ମହିଳାମାନେ ହିଁ କାହିଁକି ଟାଣନ୍ତି ? ଜାଣନ୍ତୁ ଏହା ପଛରେ ଥିବା କାରଣ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଚଳିତ ବର୍ଷ ରଥଯାତ୍ରା ପୁରୀ ଠାରେ ବେସ୍ ଉତ୍ସାହ ସହକାରେ ପାଳନ କରଯାଇଥିଲା । ସେଠାରେ ଲୋକମାନଙ୍କ ଗୋହଳି ଅତ୍ୟଧିକ ମାତ୍ରାରେ ପରିଲକ୍ଷିତ ହୋଇଥାଏ । ତେବେ ପୁରୀର ଗୋଟାଏ ଦିନ ପରେ ଆରମ୍ଭ ହୋଇଥାଏ ବାରିପଦା ରଥଯାତ୍ରା ଏବଂ ଏହା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଭିନ୍ନ ଧରଣରେ ଅନୁଷ୍ଟିତ କରାଯାଇଥାଏ ।

ରଥଯାତ୍ରାରେ ଲୋକେ ମହାପ୍ରଭୁ ଜଗନ୍ନାଥ ,ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାକୁ ଦର୍ଶନ କରିବାକୁ ଯାଇଥାନ୍ତି । ଭାଇ ଭଉଣୀକୁ ସାଥିରେ ନେଇ ମାଉସୀ ଘରକୁ ଯିବେ କଳା ଠାକୁର । ଶ୍ରୀକ୍ଷେତ୍ର  ଭଳି ରୀତି ନୀତିରେ  ବାରିପଦାରେ ଅନୁଷ୍ଟିତ କରାଯାଇଥାଏ । ବାରିପଦା ରଥଯାତ୍ରାକୁ ଦେଖିବା ପାଇଁ ଲୋକେ ବହୁଳ ମାତ୍ରାରେ ଆସିଥାନ୍ତି କାରଣ ଏଠାରେ ଭିନ୍ନ ଆଚାର ପାଳନ କରାଯାଇଥାଏ ।

ବାରିପଦା ରଥଯାତ୍ରାରେ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଥାନ୍ତି ଏବଂ ଏହି ପରମ୍ପରା ବାରିପଦାରେ ଦେଖିବାକୁ ମିଳିଥାଏ । ପୁରୀଧାମ ପରି ଏଠାରେ ମଧ୍ୟ ଭକ୍ତମାନଙ୍କୁ ନିୟନ୍ତ୍ରଣ କରିବା ବହୁତ କଷ୍ଟକର ବିଷୟ ହୋଇଥାଏ । 1975 ମସିହା ମହିଳା ଦିବସରେ କେତେକ ବୁଦ୍ଧି ବ୍ୟକ୍ତି ଓ କମିଟି ଅଧକ୍ଷ ମାନେ ରଥଯାତ୍ରାର ବିଶେଷତାକୁ ବୃଦ୍ଧି କରିବା ପାଇଁ ଓ ମହିଳାମାନଙ୍କୁ ଦୃଷ୍ଟି ରଖି ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିବାର ନିୟମ କରାଯାଇଥିଲା ।

ତେଣୁ ତେବେ ଠାରୁ ମହିଳାମାନେ ସୁଭଦ୍ରାଙ୍କ ରଥ ଟାଣିବାର ଆରମ୍ଭ କରିଥିଲେ ଏବଂ ଏବେ ଯାଏ ତାହା ହୋଇ ଆସୁଛି । ଦେଶର କେଉଁଠି ବି ରଥଯାତ୍ରାରେ ଏଭଳି ରୀତି ନ ଥାଏ ଯାହା କେବଳ ବାରିପଦାରେ ଦେଖିବାକୁ ମିଳିଥାଏ । ପୁରୀର ଗୋଟେ ଦିନ ପରେ ଏହା ଅନୁଷ୍ଟିତ ହେବା କାରଣରୁ ଲୋକେ ଏହାକୁ ଦେଖିବାକୁ ଅଧିକ ମାତ୍ରାରେ ଆସିଥାନ୍ତି ।

ଦର୍ଶକମାନଙ୍କର କହିବା ଅନୁସାରେ କରୋନା ଯୋଗୁଁ ରଥଯାତ୍ରା ହେଉନଥିଲା । ମାତ୍ର ମହାପ୍ରଭୁଙ୍କ ଦୟାରୁ ଚଳିତ ବର୍ଷ ରଥଯାତ୍ରା ଭଲ ପାଗ ଥିବା ହେତୁ ଜଗନ୍ନାଥଙ୍କ ଭକ୍ତମାନେ ତାଙ୍କୁ ଦର୍ଶନ କରିପାରିଲେ ଓ ରଥଯାତ୍ରାର ଆର୍ଶୀବାଦ ପ୍ରାପ୍ତ କରିପାରିଲେ ତେଣୁ ସବୁ ଗୌରବ ତାଙ୍କରି ହେଉ। ବାରିପଦାର ରଥଯାତ୍ରା ଲୋକମାନଙ୍କୁ ମନମୁଗ୍ଧ କରୁଛି । ତେବେ ଏହି ବର୍ଷ ରଥଯାତ୍ରା ମହାପ୍ରଭୁଙ୍କ ଦୟାରୁ ହେଇଛି । ତେବେ ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *