ବାପା ହେଲେ ଓଲିଉଡ ସୁପରଷ୍ଟାର Babusan Mohanty

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ସୁପରଷ୍ଟାର ବାବୁସାନ ମହାନ୍ତି ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତା ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଅନେକ ସୁପରହିଟ ଫିଲ୍ମ ପ୍ରଦାନ କରିଛନ୍ତି । ତାଙ୍କ ଫିଲ୍ମ ଗୁଡ଼ିକ ମଧ୍ୟରୁ ସୁପର ମିଛୁଆ, ଆଖିରେ ଆଖିରେ, ସିଷ୍ଟର ଶ୍ରୀଦେବୀ, ଶ୍ରୀମାନ ସୁରଦାସ ଆଦି ଫିଲ୍ମ ଅନ୍ୟତମ ଓ ପ୍ରମୂଖ । ଏହି ଅଭିନେତା ଓଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ଲୋକପ୍ରିୟ ଅଭିନେତା ଅଟନ୍ତି ।

ଦର୍ଶକ ମାନେ ତାଙ୍କ ଅଭିନୟ ଏବଂ ତାଙ୍କୁ ଖୁବ ପସନ୍ଦ କରନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଖବର ଆସିଛି ଯେ ଅଭିନେତା ବାବୁସାନ ମହାନ୍ତି ବାପା ହୋଇସାରିଛନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ବାବୁସାନ ମହାନ୍ତି ୨୦୧୪ ମସିହାରେ ତୃପ୍ତି ଙ୍କୁ ବିବାହ କରିଥିଲେ । ତାଙ୍କ ବିବାହ ପ୍ରେମ ବିବାହ ଥିଲା । ତେବେ ଏହି ସୁନ୍ଦର ଯୋଡ଼ି ଙ୍କ ୨୦୨୧ ମସିହାରେ ଏକ ପୁତ୍ର ସନ୍ତାନ ହୋଇଛି ଏବଂ ଦୁହେଁ ମାତାପିତା ହୋଇଛନ୍ତି ।

ଏହି ଖବର ବର୍ତ୍ତମାନ ସୋସିଆଲ ମିଡିଆ ରେ ସମ୍ପୂର୍ଣ୍ଣ ରୂପରେ ଭାଇରାଲ ହେବାରେ ଲାଗିଛି ଏବଂ ବାବୁସାନ ଓ ତୃପ୍ତି ଙ୍କ କୁନି ପୁଅ ଙ୍କ ଫଟୋ ଓ ଭିଡିଓ ମଧ୍ୟ ସୋସିଆଲ ମିଡିଆ ରେ ଭାଇରାଲ ହୋଇଛି । ବାବୁସାନ ତାଙ୍କ ପୁଅ ସହିତ ଖେଳୁ ଥିବାର ମଧ୍ୟ ନଜର ରେ ଆସିଛନ୍ତି । ତେବେ ଦର୍ଶକ ମାନେ ଏହି ଖବର ଶୁଣି କହୁଛନ୍ତି ଯେ ଜୁନିଅର ବାବୁସାନ ଙ୍କ ଜନ୍ମ ହୋଇଛି ।

ଅଭିନେତା ବାବୁସାନ ମହାନ୍ତି ଙ୍କୁ ଏହି ଖୁସି ଖବର ରେ ଓଲିଉଡ ର ସମସ୍ତ ସେଲିବ୍ରିଟି ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ଏବଂ ଟ୍ୱିଟର ରେ ମଧ୍ୟ ଶୁଭେଚ୍ଛା ପ୍ରଦାନ କରିଛନ୍ତି । ଓଡ଼ିଆ ସେଲିବ୍ରିଟି ମାନେ ମଧ୍ୟ କମେଣ୍ଟ ସେକ୍ସନ ରେ ବାବୁସାନ ଙ୍କ କୁନି ପୁଅ ଙ୍କୁ ଜୁନିୟର ବାବୁସାନ ବୋଲି କହିଛନ୍ତି । ବାବୁସାନ ଓ ତୃପ୍ତି ଙ୍କ ପ୍ରେମ ବିବାହ ପରେ ଶେଷରେ ଆଜି ତାଙ୍କର ଏକ ପୁତ୍ର ସନ୍ତାନ ହୋଇଛି ।

ତେବେ ବର୍ତ୍ତମାନ ପ୍ରଶ୍ନ ଏହା ଉଚିଛି ଯେ ଅଭିନେତା ବାବୁସାନ ମହାନ୍ତି ନିଜ ପୁଅ ଙ୍କୁ ତାଙ୍କ ଭଳି ଅଭିନେତା କରିବେ ଅଥବା ଅନ୍ୟ କୌଣସି ଲାଇନ ରେ ଛାଡ଼ିବେ? ତେବେ ବନ୍ଧୁଗଣ ଅଭିନେତା ବାବୁସାନ ମହାନ୍ତି ଙ୍କ ପୁଅ ହେବାର ଖୁସି ଖବର ରେ ଆମ ତରଫ ରୁ ମଧ୍ୟ ତାଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା । ପ୍ରଭୁ ଜଗନ୍ନାଥ ତାଙ୍କୁ ଖୁସି ରେ ରଖନ୍ତୁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *