Special Report: ବନ୍ୟା ପରେ ନଦୀରୁ ବାହାରୁଥିବା ରୂପା ମୁଦ୍ରା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମଧ୍ୟପ୍ରଦେଶ ରେ ସତେ ଯେମିତି ଇନ୍ଦ୍ର ଙ୍କ କୋପ ଜାରି ରହିଛି । ଲଗାଣ ବର୍ଷା ଲୋକ ମାନଙ୍କ ଜୀବନ ଜୀବିକା କୁ ବହୁ ମାତ୍ରାରେ ପ୍ରଭାବିତ କରିଛି । ଲୋକ ନାହିଁ ନଥିବା ହଇରାଣ ହରକତ ର ସମ୍ମୁଖୀନ ହେଉଛନ୍ତି ।

ଏହାରି ଭିତରେ ଏଭଳି ଏକ ଖବର ସାମ୍ନା କୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି । ଅଶୋକ ନଗର ପଞ୍ଚାବଲି ଗାଁ ର ଏହି ଘଟଣା । ଲଗାଣ ବର୍ଷା ଯୋଗୁଁ ସିନ୍ଧ ନଦୀ ରେ ଜଳସ୍ତର ବିପଦ ସଂକୁଳ ଅବସ୍ଥାରେ ରହିଥିଲା । କିନ୍ତୁ ଯେତେବେଳେ ନଦୀର ଜଳସ୍ତର କମିଥିଲା ସେତେବେଳେ ଗ୍ରାମ ବାସୀ ଙ୍କୁ ନଦୀ ରୁ ରୁପା ର କଏନ୍ ମିଳିଥିଲା । ଏହି ଖବର ଜଙ୍ଗଲ ର ନିଆଁ ପରି ସମ୍ପୂର୍ଣ୍ଣ ଗ୍ରାମ ରେ ବ୍ୟାପି ଯାଇଥିଲା ।

ଏହାପରେ ଗ୍ରାମବାସୀ ନଦୀ କୁଳ ରେ କଏନ୍ ଖୋଜିବା ଆରମ୍ଭ କରି ଦେଇଥିଲେ । ତିନି ଦିନ ଧରି ହୋଇଥିବା ଲଗାଣ ବର୍ଷା ପାଇଁ ସିନ୍ଧ ନଦୀ ରେ ଜଳସ୍ତର ବିପଦ ସଂକୁଳ ଅବସ୍ଥାରେ ରହିଥିଲା । କିନ୍ତୁ ଯେତେବେଳେ ନଦୀର ଜଳସ୍ତର କମିବାକୁ ଲାଗିଲା ସେତେବେଳେ ସେହି ବାଟ ଦେଇ ଯାଉଥିବା ଗ୍ରାମବାସୀ ଙ୍କୁ ରୁପା ର କଏନ୍ ମିଳିଥିଲା । ମିଳିଥିବା ରୂପାର କଏନ୍ ଖୁବ ଖାସ ନଜର ଆସୁଥିଲା ।

ରୁପା କଏନ୍ ଗୁଡ଼ିକ ଉପରେ ଇଂରେଜ ଅମଳ ର ସଙ୍କେତ ଥିବା ଦେଖିବାକୁ ମିଳିଛି । ପ୍ରଥମେ ଗୋଟିଏ ଦୁଇଟି କଏନ୍ ମିଳିଥିଲା । କିନ୍ତୁ ପରେ ଯେତେବେଳେ ଗ୍ରାମବାସୀ ଛାନବିନ କରି ଥିଲେ ସେତେବେଳେ ସାତ ରୁ ଆଠ ଟି ଏପରି ଓଜନିଆ ରୁପା କଏନ୍ ମିଳିଥିଲା । ଏହାପରେ ଗ୍ରାମବାସୀ ଙ୍କୁ ଲାଗିଥିଲା କି, ନଦୀ କୁ କୌଣସି ଅଞ୍ଚଳ ରୁ ଗୁପ୍ତ ସମ୍ପତ୍ତି ବୋହି ଆସିଛି । ଏହି ଖବର ଖୁବ ଜୋରେ ଗ୍ରାମ ରେ ପ୍ରଚାର ହେବା ପରେ ପରବର୍ତ୍ତୀ ସମୟ ରେ ବହୁ ସଂଖ୍ୟାରେ ଗ୍ରାମବାସୀ ସେହି ଅଞ୍ଚଳରେ ପହଞ୍ଚି ରୁପା କଏନ୍ ଖୋଜିବା ଅଭିଯାନ ଆରମ୍ଭ କରିଲେ ।

ଏହି ମାମଲାରେ ଯେବେ କୋଲାରସ ଏସଡିପିଓ ଙ୍କୁ ଅବଗତ କରାଗଲା ସେତେବେଳେ ସେ କହିଲେ ସୋସିଆଲ ମିଡିଆ ରେ ଏହି ସମ୍ପର୍କ ରେ ତାଙ୍କୁ ସୂଚନା ମିଳିଛି । ସମ୍ପୂର୍ଣ୍ଣ କଥାର ଯାଞ୍ଚ ପାଇଁ ଥାନା ଅଧିକାରୀ ଘଟଣା ସ୍ଥଳ କୁ ଯାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି କଥା ସ୍ପଷ୍ଟ ହୋଇନାହିଁ କି, ଏହି ରୁପା ର କଏନ୍ କେଉଁଠାରୁ ଆସିଲା ।

କିନ୍ତୁ ଏହି ରୁପା କଏନ୍ କୁ ନେଇ ଚର୍ଚ୍ଚା ଥମିବାର ନାଁ ମଧ୍ୟ ଧରୁନାହିଁ । ତେବେ କିଛି ଲୋକଙ୍କ କହିବାନୁସାରେ କୌଣସି ବ୍ୟକ୍ତି ଙ୍କ ଘରେ ରଖା ଯାଇଥିବା ଏହି ରୁପା କଏନ୍ ବନ୍ୟା ପାଇଁ ନଦୀ କୁ ବୋହି ଆସିଛି, ତ ଆଉ କିଛି ଲୋକ ଙ୍କ କହିବାନୁଯାୟୀ ଧାର୍ମିକ ଆସ୍ଥା ଅନୁସାରେ ଲୋକମାନେ ନଦୀ ରେ କଏନ୍ ଦାନ କରିଥାନ୍ତି । ଲୋକ ମାନଙ୍କ କହିବାନୁସାରେ ବନ୍ୟା ର ପାଣି କମ ହେବା ପରେ ରୁପା କଏନ୍ ଗୁଡ଼ିକ ନଦୀ କୂଳକୁ ବୋହି ଆସିଛି ।

Leave a Reply

Your email address will not be published. Required fields are marked *