ସିଙ୍ଗର Aseema Panda ଙ୍କୁ ଘେରି ଗଲେ ପୋଲିସ୍, କାହିଁକି ଘେରିଗଲେ ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଐତିହାସିକ କଟକ ବାଲିଯାତ୍ରା ରେ ଗାୟିକା ଅସୀମା ପଣ୍ଡା ଙ୍କୁ ଦେଖିବାକୁ ମିଳିଥିଲା । ପୋଲିସ ମାନେ ତାଙ୍କୁ ଘେରି ତାଙ୍କ ସହିତ ଫଟୋ ଉଠାଇଥିଲେ । ଏହାକୁ ନେଇ ଅସୀମା ପଣ୍ଡା କହିଛନ୍ତି ଯେ ସେ ଷ୍ଟଲ ଆଦୌ ବୁଲିନଥିଲେ କାରଣ ତାଙ୍କର ଷ୍ଟେଜରେ ପ୍ରୋଗ୍ରାମ ଥିଲା । ତାଙ୍କର ସୋ ସରିଗଲା ମାତ୍ର ସେ କାଲି ଆସି ମାସ୍କ ପିନ୍ଧି ବୁଲିବେ ବାଲିଯାତ୍ରା ବୋଲି କହିଥିଲେ ।

ଏହା ସହିତ ସେ କଲେକ୍ଟର ସାର ଙ୍କୁ ବହୁତ ବହୁତ ଧନ୍ୟବାଦ ଦେଇ କହିଛନ୍ତି ଯେ ସାର ଙ୍କ ପାଇଁ ସେ ଆଜି ଏହି ମଞ୍ଚ ପାଇଛନ୍ତି । ବାଲିଯାତ୍ରା ରେ ପର୍ଫର୍ମ କରିବା ଗୋଟିଏ ଆର୍ଟିଷ୍ଟ ପାଇଁ ସୌଭାଗ୍ୟ ର ବିଷୟ । ବାଲିଯାତ୍ରା ରେ ଅଛି ସ୍ଵର୍ଗତ ଅକ୍ଷୟ ମହାନ୍ତି ଙ୍କ ମଞ୍ଚ । ଗଣକବି ବୈଷ୍ଣବ ପାଣି ଙ୍କ ମଞ୍ଚ । ତାଙ୍କର ଯେଉଁ ମଞ୍ଚ ରେ ପର୍ଫୋର୍ମ କରିବାର ଥିଲା ତାହା ହେଉଛି ଗଣକବି ବୈଷ୍ଣବ ପାଣି ଙ୍କ ମଞ୍ଚ ।

ଏହାକୁ ନେଇ ତାଙ୍କ ମନରେ ଶ୍ରଦ୍ଧା ଆସୁଥିଲା ଯେ ଏହି ମଞ୍ଚ ରେ ସୁଯୋଗ ମିଳିଲେ ତାହା ତାଙ୍କ ପାଇଁ ଭାଗ୍ୟ ବୋଲି କହିଥିଲେ । ବାଲିଯାତ୍ରା ରେ ପର୍ଫୋର୍ମ କରିବାକୁ ବହୁତ ଖୁସି ଲାଗେ । ଆଉ ନିଜକୁ ସୌଭାଗ୍ୟଶାଳୀ ମାନେ କରନ୍ତି ବାଲିଯାତ୍ରା ମଞ୍ଚ ରେ ଯଦି ତାଙ୍କୁ ଖୋଜାଯାଏ ତେବେ ଏହିଭଳି ବାଲିଯାତ୍ରା ଚଳିତବର୍ଷ ଆହୁରି ଅଧିକ ସୁନ୍ଦର ହୋଇଛି ।

ଏଣୁ ଯଥାସମ୍ଭବ ଗହଳୀ ଦେଖିବାକୁ ମିଳିଛି । ଏତେ ସୁନ୍ଦର ତଥା ସୂଚାରୁ ଭାବରେ ସବୁ ଆରେଜମେଣ୍ଟ କରିଛନ୍ତି । ବାଲିଯାତ୍ରା ର ଏରିଆ ଆହୁରି ଅଧିକ କଲର ଫୁଲ ହୋଇଯାଇଛି । ଆଉ ବହୁତ କଲରଫୁଲ ମଧ୍ୟ ହୋଇଯାଇଛି । ଆଗର ବାଲିଯାତ୍ରା ଏବଂ ବର୍ତ୍ତମାନର ବହୁତ ପାର୍ଥକ୍ୟ ଅଛି । ଅଧିକ ସ୍ପେସ ମଧ୍ୟ ଅଛି । ଏଣୁ ଭିଡ ମଧ୍ୟରେ ମଧ୍ୟ ଆରାମ ରେ ବୁଲି ହେଉଛି ।

ବାଲିଯାତ୍ରା କୁ ଆସିଲେ ନିଜେ ଜାଣିପାରିବେ ଯେ ବାଲିଯାତ୍ରା କାହିଁକି ଏତେ ସୁନ୍ଦର । ଆଗରୁ ବାଲିଯାତ୍ରାରେ ବହୁତ ଧୁଳି ହେଉଥିଲା ମାତ୍ର ବର୍ତ୍ତମାନ ପ୍ରଶାସନ କାର୍ପେଟ ପକାଇ ବହୁତ ସୁରକ୍ଷିତ କରିଦେଇଛି । ଏଥର ବାଲିଯାତ୍ରା କୁ ଯେଉଁମାନେ ଆସିବେ ସେମାନେ ଆଦୌ ମାନଦୁଃଖ କରିବେ ନାହିଁ ବୋଲି କହିଛନ୍ତି କଣ୍ଠଶିଳ୍ପୀ ଅସୀମା ପଣ୍ଡା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *