ମୃତ୍ୟୁ ଟାଣିନେଲା ମୋ ଗେହ୍ଲି ଝିଅକୁ, ଏବେ ଫୋନ କରି କଥା ହେଲା ଆଉ ଦୁଇଘଣ୍ଟା ପରେ ମୋ ଝିଅ ଆରପାରିକୁ ଚାଲିଗଲା…

ବନ୍ଧୁଗଣ, ସୂଚନା ଅନୁଯାୟୀ ମା ସାଙ୍ଗରେ ଝିଅ ଜଣକ ଫୋନ ମାଧ୍ୟମରେ କଥା ହେଉଥିଲା । ମାତ୍ର ଝିଅ ଫୋନ ରଖିବାର ୨ ଘଣ୍ଟା ପରେ ଖବର ଆସିଲା ଯେ ଆପଣଙ୍କ ଝିଅ ଆଉ ଏହି ଦୁନିଆରେ ନାହିଁ । ଆଉ ଏହି ଖବର ପାଇବା ପରେ ବାପା ମା’ ଙ୍କ ପାଦତଳୁ ମାଟି ଖସିଯାଇଥିଲା । ହସଖୁସି ର ସଂସାର ଭିତରେ ଯେତେବେଳେ ବିପଦ ମାଡିଆସେ ସହିବାର ଧର୍ଯ୍ୟ ମଣିଷ ହରାଇ ବସିଥାଏ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଚାନ୍ଦି ବାଉଁଶ ବୁଣା ପଞ୍ଚାୟତ ର ଢୋଲମରା ଗାଁ ର ପରମେଶ୍ଵର ପ୍ରଧାନ ଙ୍କ ଭାଗ୍ୟରେ ମାଡି ଆସିଛି ଅଜସ୍ର ଦୁଃଖ ।

ପରିବାରର ବଡ ପୁଅ ୨୫ ବର୍ଷ ରେ ଆରପାରିକୁ ଚାଲିଯାଇଛନ୍ତି । ଝିଅ କୁ ରାଜକନିକା କଲେଜ ରେ ପାଠ ପଢାଇ ଚାକିରୀ କରାଇଥିଲେ । କମ୍ପାନୀ ରେ ରହି ସେ କାମ କରୁଥିଲେ । ୩.୪୦ ରେ ସେ ନିଜ ମା’ ଙ୍କ ସହିତ କଥା ହୋଇଛନ୍ତି । ମାତ୍ର ୫ ଟା ବେଳେ ସେ ଆରପାରିକୁ ଛାଡି ଚାଲିଗଲା । ପରମେଶ୍ଵର ଙ୍କ ଘର ସମୁଦ୍ର ଗର୍ଭ ରେ ଲୀନ ହୋଇଯାଇଥିଲା । ଦୀର୍ଘ ୧୦ ବର୍ଷ ରୁ ଉର୍ଦ୍ଧ ହେବ ପରମେଶ୍ଵର ନିଜ ଶଶୁର ଘର ଢୋଲମରା ଗ୍ରାମରେ ରହି ଆସୁଛନ୍ତି ।

ଗତବର୍ଷ ପରମେଶ୍ଵର ଙ୍କ ର ବଡପୁଅ ପ୍ରକାଶ ପ୍ରଧାନ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ । ଏହାପରେ ପରିବାରରେ ଦେଖା ଦେଇଥିଲା ଅଭାବ ଅନାଟନର କଷ୍ଟ । ଆଉ ଏହାପରେ ସାନଝିଅ ପାର୍ବତୀ ପ୍ରଧାନ ଗ୍ରାଜୁଏସନ ପରେ ବ୍ୟାଙ୍ଗଲୋର ଯାଇଥିଲେ । ସେଠାରେ ସେ ଏକ ଘରୋଇ କମ୍ପାନୀ ରେ କମ୍ପ୍ୟୁଟର ସେକ୍ସନରେ କାର୍ଯ୍ୟ କରି ଘରକୁ ଟଙ୍କା ମଧ୍ୟ ପକାଉଥିଲେ ।

ଗତ ୧୨ ନଭେମ୍ବର ସନ୍ଧ୍ୟା ସମୟରେ ବ୍ୟାଙ୍ଗଲୋର ରୁ ଫୋନ ଆସିଥିଲା । ତୁମ ଝିଅ ଅସୁସ୍ଥ ହୋଇଗଲାଣି । ଆମ୍ଭେ ତାକୁ ମେଡିକାଲ ନେଇ ଯାଉଛୁ । ଆଉ ଏହାର କିଛି ସମୟ ପରେ ଫୋନ ଆସିଲା ଯେ ଆମ୍ଭେ ମେଡିକାଲ ନେଇ ଆସିଥିଲୁ କିନ୍ତୁ ଆପଣଙ୍କ ଝିଅ ଆଉ ଏହି ଦୁନିଆରେ ନାହିଁ । ଏହିଭଳି ଦୁଃଖଦ ଘଟଣା ପରିବାର ଲୋକେ ଶୁଣିବା ପରେ ପରିବାର ଲୋକେ ସ୍ତବ୍ଧ ହୋଇଗଲେ ।

ଏହି ଖବର ଜାଣିବା ପରେ ଢୋଲମରା ଗ୍ରାମରେ ଦୁଃଖର ଲହରୀ ଦେଖିବାକୁ ମିଳିଛି । ତେବେ ଝିଅର କିଭଳି ମୃତ୍ୟୁ ହେଲା ବ୍ୟାଙ୍ଗାଲୋର ସରକାର ଙ୍କୁ ତଦନ୍ତ ପାଇଁ ନିର୍ଦ୍ଧେଶ ଦେବା ସହିତ ପରିବାରକୁ କିଛି ଆର୍ଥିକ ସହାୟତା ଯୋଗାଇ ଦେଲେ ପରିବାର ଲୋକେ ମରୁ ମରୁ ବଞ୍ଚିଯିବେ । ତେବେ ବନ୍ଧୁଗଣ ଏହି ଦୁଃଖଦ ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *