ଏମାନେ ହେଉଛନ୍ତି ବଲିଉଡର ବେଷ୍ଟ ନଣନ୍ଦ – ଭାଉଜ ଯୋଡି, ଏମାନଙ୍କ ଭିତରେ ଅଛି ନିଜ ଭଉଣୀ ଠାରୁ ବି ଅଧିକ ଭଲ ପାଇବା

କୁହାଯାଏ କି ଯେବେ ଗୋଟେ ଝିଅର ବିବାହ ହୋଇଥାଏ ତେବେ ତାଙ୍କ ସହିତ କେତେ ନୁଆ ସମ୍ପର୍କ ଯୋଡ଼ି ହୁଏ । ଏହି ସବୁ ସମ୍ପର୍କ ମଧ୍ୟରୁ ଖାସ ହୋଇଥାଏ ଭାଉଜ ଓ ନଣନ୍ଦର ସମ୍ପର୍କ । କହିବାକୁ ଗଲେ ଏହି ସମ୍ପର୍କ ବହୁତ ଖଟା ମିଠା ହୋଇଥାଏ । ଯେଉଁ ଭଲ ପାଇବା ନଣନ୍ଦ ଓ ଭାଉଜର ସମ୍ପର୍କରେ ଦେଖାଯାଇଥାଏ ଏହା ଅନ୍ୟ କେଉଁ ସମ୍ପର୍କରେ ଦେଖିବାକୁ ମିଳି ନଥାଏ । ଯେଉଁ ପ୍ରକାରରେ ମାମୁଲି ଲୋକଙ୍କ ଜୀବନରେ ଏହି ସମ୍ପର୍କର ମହତ୍ୱ ରହିଥାଏ , ସେହିପରି ବଲିଉଡ କଳାକାର ମାନେ ମଧ୍ୟ ଏହି ସମ୍ପର୍କକୁ ସଜାଡିକି ରଖିଥାନ୍ତି । ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ ବଲିଉଡର କିଛି ଏମିତି ନଣନ୍ଦ ଓ ଭାଉଜଙ୍କ ଯୋଡିମାନଙ୍କ ସହ ମିଳେଇବାକୁ ଯାଉଛୁ ଯାହା ଆପଣ ପ୍ରଥମେ କେବେ ଦେଖି ନଥିବେ ।

୧. କରିନା କପୁର ଖାନୋ ଶୋହା ଅଲି ଖାନ

ଏହି ଲିଷ୍ଟରେ ସର୍ବ ପ୍ରଥମେ ଏହି ଯୋଡି ଅଛନ୍ତି କାହିଁକି ନା ଏହି ଦୁଇ ଜଣଙ୍କ ମଧ୍ୟରେ ନିଜ ଭଉଣୀ ଭଳି ସମ୍ପର୍କ ଅଛି । କରିନା ଓ ସୋହାଙ୍କ ଏହି ଯୋଡି ସବୁବେଳେ ଏକା ସହିତ ଥିବାର ଦେଖା ଯାଇଥାନ୍ତି । ସବୁବେଳେ ଏକାସହ ଦୁହେଁ ହଲିଡେଜରେ ବୁଲିବାର ଦେଖା ଯାଆନ୍ତି । ଦୁହେଁ ଦୁହିଁଙ୍କୁ ବହୁତ୍ ଭଲ ପାଆନ୍ତି । ଯାହା ସୋସିଆଲ ମିଡିଆରେ ଦେଖା ଯାଇଛି ।

୨. ଏଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ସ୍ଵେତା ନନ୍ଦା

ବଲିଉଡର ଦ୍ଵିତୀୟ ସବୁଠୁ ଚର୍ଚ୍ଚିତ ନଣନ୍ଦ ଓ ଭାଉଜଙ୍କ ଯୋଡି ଏଶ୍ୱର୍ଯ୍ୟା ରାୟ ଓ ସ୍ଵେତା । ଦୁହେଁ ବହୁତ ଥର ବଡ଼ ବଡ଼ ଇଭେଣ୍ଟ ଓ ବାହାଘରରେ ଏକା ସହ ଦେଖା ଯାଆନ୍ତି । ସ୍ଵେତା ନନ୍ଦା ‘କଫି ୱିଥ କରନ ‘ ସୋରେ ମଧ୍ୟ କହିଥିଲେ କି ସେ ଏଶ୍ୱର୍ଯ୍ୟା ରାୟଙ୍କୁ ବହୁତ୍ ଭଲ ପାଆନ୍ତି ଓ ସେ ଖୁସି ମଧ୍ୟ ବହୁତ୍ ଅଛନ୍ତି କାହିଁକି ନା ଅଭିଷେକ ଓ ଏଶ୍ୱର୍ଯ୍ୟା ଏକା ସହ ଅଛନ୍ତି ।

୩.  ସୋନାକ୍ଷି ସିହ୍ନା ଓ ତରୁଣା ଅଗ୍ରୱାଲ

ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ଓ ଚର୍ଚିତ ଅଭିନେତ୍ରୀ ସୋନାକ୍ଷି ସିହ୍ନାଙ୍କ ବିଷୟରେ ସବୁଲୋକ ଜାଣିଛନ୍ତି ଓ ତାଙ୍କ ଭାଉଜଙ୍କ ନାମ ତରୁଣା ଅଗ୍ରୱାଲ । ବହୁତ୍ କମ୍ ଲୋକ ଜାଣିଥିବେ କି ତରୁଣା ୨୦୧୫ ରେ ବିବାହ କରିଥିଲେ । ଏହି ନଣନ୍ଦ ଓ ଭାଉଜଙ୍କର ନିଜ ଭିତରେ ବହୁତ ଭଲ ପାଇବା ଅଛି । ତରୁଣା ମଧ୍ୟ ତାଙ୍କୁ ନିଜ ଛୋଟ ଭଉଣୀ ଭଳି ଭଲ ପାଆନ୍ତି ।

୪. ରାଣୀ ମୁଖାର୍ଜୀ ଓ ଜ୍ୟୋତି ମୁଖାର୍ଜୀ

ବଲିଉଡର ସୁନ୍ଦରୀ ଅଭିନେତ୍ରୀ ରାଣୀ ମୁଖାର୍ଜୀ ନିଜ ଭାଉଜ ଜ୍ୟୋତି ମୁଖାର୍ଜୀଙ୍କର ବହୁତ ନିକଟତ୍ତର ଅଟନ୍ତି । ତାଙ୍କ ଭାଇ କେବେ ବି ନିଜ ପରିବାରର କିଛି ଦାୟିତ୍ବ ଗଭୀରତା ସହ କେବେ ନେଇ ନାହାନ୍ତି । ସେଥିପାଇଁ ରାଣୀ ନିଜର ଭାଉଜ ଓ ତାଙ୍କ ପିଲାଙ୍କ ଦାୟିତ୍ବ ଉଠେଇ ଥିଲେ । ରାଣୀ ମୁଖାର୍ଜୀ ଓ ତାଙ୍କର ନଣନ୍ଦ ଜ୍ୟୋତି ମୁଖାର୍ଜୀଙ୍କ ମଧ୍ୟରେ ଭଲ ସମ୍ପର୍କ ଦେଖିବାକୁ ମିଳେ ।

୫.  ଟ୍ଵିଙ୍କିଲ ଖନ୍ନା ଓ ଅଲ୍କା ଭାଟିୟା

ଫେମଶ ଅଭିନେତ୍ରୀ ଟ୍ଵିଙ୍କିଲ ଖନ୍ନା ଓ ଅଲ୍କା ଭାଟିୟା ନଣନ୍ଦ କମ ସାଙ୍ଗ ଅଧିକ । ଏମାନଙ୍କ ମଧ୍ୟରେ ଭଲ ବୁଝମଣା ଅଛି । ଅଲ୍କାଙ୍କ ସହ ଯୋଡ଼ା ଗୋଟେ ଘଟଣା କହୁଛି । ଯେବେ ସେ ଜଣେ ଏମିତି ବ୍ୟକ୍ତିଙ୍କ ସହ ବିବାହ କରିବା ପାଇଁ ଚାହୁଁଥିଲେ ଯିଏ ତାଙ୍କଠୁ 15 ବର୍ଷ ବୟସରେ ବଡ଼ ଥିଲେ ଓ ତାଙ୍କର ଡିଭୋର୍ସ ହୋଇ ସାରିଥିଲା ଓ ଟ୍ଵିଙ୍କିଲ ନିଜେ ଏହି ବିବାହ ପାଇଁ ଅକ୍ଷୟଙ୍କୁ ରାଜି କରାଇ ଥିଲେ । ଏଠି ଟ୍ଵିଙ୍କିଲ ନିଜ ଭାଉଜ ହେବାର କାମ କରିଥିଲେ ଓ ଅଳ୍କାଙ୍କୁ ତାଙ୍କ ଭଲ ପାଇବା ସହ ମିଶେଇ ଦେଇଥିଲେ ।

୬. ମୀରା ରାଜପୁତ କପୁର ଓ ସନାହ କପୁର

ମୀରା ରାଜପୁତ କପୁର ଓ ସନାହ କପୁର ଦୁହେଁ ଦୁହିଁଙ୍କ ସହିତ ସବୁ କଥା ସେୟାର କରିଥାନ୍ତି । ସନାହ ଓ ମୀରା ଦୁହେଁ ଏକା ସାଙ୍ଗରେ ସପିଙ୍ଗ ମଧ୍ୟ କରନ୍ତି ଦୁହେଁ ଦୁହିଁଙ୍କ ସହିତ ସବୁ ସିକ୍ରେଟ ସେୟାର କରିଥାଆନ୍ତି ।

୭. ଅନୁଷ୍କା ଶର୍ମା ଓ ଭାବନା କୋହଲି ଢିଙ୍ଗରା

ଭାରତୀୟ କ୍ରକେଟ ଟିମର କ୍ୟାପଟେନ ବିରାଟ କୋହଲି ଓ ତାଙ୍କ ସ୍ତ୍ରୀ ଅଭେନେତ୍ରି ଅନୁଷ୍କା ଶର୍ମାଙ୍କ ବିଷୟରେ ସମସ୍ତେ ଜାଣିଛନ୍ତି । କିନ୍ତୁ ବିରାଟଙ୍କ ଭଉଣୀ ଭାବନା କୋହଲିଙ୍କ ବିଷୟରେ ବହୁତ କମ ଲୋକେ ଜାଣିଥିବେ । ଭାବନା ନିଜ ଭାଉଜ ଅନୁଷ୍କାଙ୍କୁ ଛୋଟ ଭଉଣୀ ଭଳି ଭଲ ପାଆନ୍ତି । ପ୍ରାୟତଃ ଏହି ଦୁହେଁ ଏକା ସହିତ ଖୁବ୍ କମ ଥର ନଜର ଆସିଥାନ୍ତି । କିନ୍ତୁ ତାଙ୍କ ଦୁହିଁଙ୍କର ପରସ୍ପର ପ୍ରତି ଭଲ ପାଇବା ବହୁତ ଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *