ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ବଳି ଦେବାପାଇଁ ଯୁବକଙ୍କୁ କରିଥିଲେ ଅପହରଣ ,କିନ୍ତୁ ଜୀବନ ବଞ୍ଚାଇ ପଳାଇଆସିଲେ ଅପହୃତ । ଅତ୍ୟାଧୁନିକ ସମାଜରେ ବଳିପ୍ରଥା ଆଜି ବି ଜୀବିତ ରହିଛି , ଯଥା ଠାକୁରାଣୀଙ୍କ ଆଗରେ ବଳି ଦେବା ଦ୍ଵାରା ଶକ୍ତି ପ୍ରାପ୍ତ ବା ମନସ୍କାମନା ପୂରଣ ହେବା ଲୋକେ ବିଶ୍ଵାସ କରୁଛନ୍ତି ।
ବ୍ୟକ୍ତି ନିଜ ଇଛା ପୂରଣ କରିବା ପାଇଁ ମଣିଷକୁ ବଳି ଅର୍ପଣ କରିବା କଣ ଠିକ୍ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନିଳଗିରି ଥାନା ଅନ୍ତର୍ଗତ ଏକ ଗାଁ ରେ । ଗାଁରେ ରହୁଥିବା ଯୁବକ ତପନ ଶୁକ୍ରବାର ଦିନ ରାତିରେ ସାଢେ ସାତ ଟା ବେଳେ ବଜାରୁ ଘରକୁ ଫେରୁଥିଲା ଏବଂ ହଠାତ କେତେକ ଦୁବୁର୍ତ୍ତମାନେ ପଛ ଆଡୁ ତପନକୁ ଆଘାତ କରି ଚେତାଶୂନ୍ୟ କରିଦେଇଥିଲେ ।
ଯେତେବେଳେ ତପନଙ୍କ ଆଖି ଖୋଲିଲା ସେ ଦେଖୁଛନ୍ତି ସେ ସ୍ଵର୍ଣ୍ଣଚୂଡା ପାହାଡ ଉପରେ ଅଛନ୍ତି ଏବଂ ତାଙ୍କ ଗାଁ ର ଗୁଣିଆ ରୂପା ସିଂ ଥିଲା । ଅପହୃତ ଅପହରଣ କରି ବଳି ଦେବା ଉଦେଶ୍ୟରେ ଥିବା ଯୁବକ ବୁଝିପାରିଲେ । ଗୁଣିଆ ପାହାଡରେ ଥିବା ଠାକୁରଙ୍କ ବଳି ପାଇଁ ପୂଜା କରୁଥିଲେ । ଅଧରାତ୍ରି ସମୟରେ ଯୁବକ ଜଣଙ୍କ ତାନ୍ତ୍ରିକ ଅନୁପସ୍ଥିତ ଥିବାର ସୁଯୋଗ ଦେଖି କୌଶଳରେ ସେହିସ୍ଥାନରୁ ବାହାରି ଘରକୁ ପହଞ୍ଚିଥିଲେ ।
ଘରେ ପହଞ୍ଚି ତପନ ତାଙ୍କ ମା ‘ଙ୍କୁ ସବୁ କଥା କହିଥିଲେ ଯେ କିପରି ସେ ନିଜ ପ୍ରାଣ କୁ ରକ୍ଷା କରିଆସିଥିଲେ । ସଂପୂର୍ଣ୍ଣ ବିଷୟ ଶୁଣିବା ପରେ ତପନଙ୍କ ମା ନିଳଗିରି ଥାନାରେ ରୂପା ସିଙ୍ଗ ନାଁରେ ଅଭିଯୋଗ କରିଥିଲେ । ପରେ ପୋଲିସ ସମ୍ପୁର୍ଣ୍ଣ ବିଷୟ ଜାଣିବା ପରେ ରୂପା ସିଂ ଙ୍କ ଘରକୁ ଯାଇଥିଲେ । ମାତ୍ର ପୋଲିସ ସେହିସ୍ଥାନକୁ ଯିବା ପୂର୍ବରୁ ତାନ୍ତ୍ରିକ ଘରକୁ କିଏ ନିଆଁ ଲଗେଇଥିଲା ।
ଏହା ଜାଣିବା ପରେ ପୋଲସି ଏହି ଘଟଣା ଉପରେ ତଦନ୍ତ ଆରମ୍ଭ କରିଛି ଯେ କିଏ ତାନ୍ତ୍ରିକ ଘରକୁ ଜାଳିଛି । ତେବେ ଏହି ଘଟଣାକୁ ନେଇ କୋଣସି ଖବର ଆସିନଥିବା ବେଳେ ପୋଲିସ ତାଙ୍କ କାମ ଜାରି ରଖିଥିବା ସୂଚନା ମିଳିଛି । ଏହି ଖବର ସମ୍ପର୍କରେ ଆଗକୁ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ଓ ଆପଣଙ୍କ ମତ କଣ କମେଣ୍ଟ କରି ଜଣାନ୍ତୁ ।