ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ପିଟିପିଟି ପାରାଲିଶିସ୍ କରିଦେଲେ ପୋଲିସ ବାବୁ ଏବେ କାନ୍ଦୁଛି ମା ‘ ଓ ସ୍ଵାମୀକୁ ନ୍ୟାୟ ଦେବା ପାଇଁ ସ୍ତ୍ରୀ କରୁଛି ଗୁହାରି । ହଁ ଦର୍ଶକବନ୍ଧୁ ମାର୍ଶାଘାଇ ଥାନା ବାବୁଙ୍କ ଏହା ହେଉଛି ଥାର୍ଡ ଡିଗ୍ରୀ ପାର୍ଟ – 2 । ଖୋଲୁଛି ପୋଲିସ ବାବୁଙ୍କ ଅମାନସିକତା ଚିଠା ଏବଂ ସାମ୍ନାକୁ ଆସୁଛି ମାର୍ଶାଘାଇ ଥାନା ଆଇଏସିଙ୍କ ସାଂଘାତିକ ଅଭିଯୋଗ ।
ଅତିନିର୍ଦୟ ଭାବରେ ପିଟିପିଟି ଜଣେ ଯୁବକକୁ ପାରାଲିଶିସ୍ କରିଦେଇଛନ୍ତି ଏହି ପୋଲିସ ବାବୁ । ତେବେ ପୀଡିତଙ୍କ ପରିବାରଙ୍କ ପକ୍ଷରୁ ଅଭିଯୋଗ ପରେ ବି ଚୁପ ବସିଛନ୍ତି ଜିଲ୍ଲାପାଳ ଓ ଜିଲ୍ଲା ଏସପି । ସୂଚନା ଅନୁସାରେ ମାର୍ଶାଘାଇର ମନରଞ୍ଜନ ଦଲାଇ ଜଣେ ଯୁବତୀଙ୍କ ଅଭିଯୋଗ ନେଇ ପୋଲିସଥାନାର ଜ୍ଯୋତି ରଞ୍ଜନ ସାମନ୍ତ ରାୟଙ୍କ ପାଖକୁ ଯାଇଥିଲେ ।
ମାତ୍ର ପୋଲିସବାବୁ ତାଙ୍କ ଅଭିଯୋଗକୁ ନ ଶୁଣି ବ୍ୟକ୍ତିଜଣକୁ ନିର୍ଦ୍ଧୂମ ପିଟିବାକକୁ ଲାଗିଲେ ଯେତେ କହିଲେ ବି ଶୁଣିଲେ ନାହିଁ ଏହା ବ୍ଯତୀତ ମହିଳାଙ୍କୁ ମଧ୍ୟ ଅସଭ୍ୟ ଭାଷାର ବ୍ୟବହାର କରିଥିଲେ । । ପରେ ବ୍ୟକ୍ତିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଘର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ଯେବେ ବ୍ୟକ୍ତିକୁ କଟକ ବଡ ମେଡିକାଲକୁ ନେଇକି ତାଙ୍କର ଶାରୀରିକ ପରୀକ୍ଷମାନ କରିଥିଲେ ତେବେ ଜଣାପଡିଲା କି ଅସହ୍ୟ ମାଡ ଯୋଗୁଁ ତାଙ୍କ ହାତ ଓ ଗୋଡ ପାରଲିଶସ୍ସ ହୋଇଛି ।
ଏହାକୁ ଶୁଣିବା ପରେ ବ୍ୟକ୍ତିଙ୍କ ମା ଓ ସ୍ତ୍ରୀ କାନ୍ଦି କାନ୍ଦି ତାଙ୍କୁ ନ୍ୟାୟ ଦେବା ପାଇଁ ନିବେଦନ କରିଛନ୍ତି । ବୃଦ୍ଧା ମା ‘ ଙ୍କ ଆଖିରେ ଲୁହ ଝର ଝର ହୋଇ ଝରିପଡୁଛି । ଘରର ମୁଖ୍ୟ ବ୍ୟକ୍ତିଙ୍କ ସ୍ଥିତି ଖରାପ ହେବାରୁ ଘରକୁ ଚଳାଇବା କଷ୍ଟକର ହୋଇଯାଉଛି । ତେବେ ଏବେ ପ୍ରଶ୍ନ ଉଠୁଛି କି ଜ୍ଯୋତି ରଞ୍ଜନ ସାମନ୍ତଙ୍କ ନାଁ ଅଭିଯୋଗ ଦେଲା ପରେ ମଧ୍ୟ ଏବେ ଯାଏ କୋଣସି ପଦକ୍ଷେପ କଣ ପାଇଁ ନିଆଯାଇନି ।
ପୋଲିସବାବୁଙ୍କୁ ନୟାଗଡ ରୁ ଜଗସି॰ହପୁର ବଦଳାଇବା ପରେ ମଧ୍ୟ ସେ ନୟାଗଡରେ କାହିଁକି ରହିଛନ୍ତି । ତେବେ ପୋଲିସବାବୁଙ୍କ ପଛରେ କାହାର ହାତ ରହିଛି । ଯେ ତାଙ୍କ ଉପରକୁ ସାଙ୍ଗାତିକ ଅଭିଯୋଗ ଆସିଲା ପରେ ମଧ୍ୟ ଗିରଫ କରୁନାହାଁନ୍ତି । ତେବେ ଏହି ଖବର ସମ୍ପର୍କରେ ଆଗକୁ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତି ଓ ଆପଣଙ୍କ ମତ କଣ ଆମକୁ କାମେଣ୍ଟ କରି ଜଣାନ୍ତୁ ।