ପୁରୀ ଶ୍ରୀମନ୍ଦିର ବାନାରେ ଲାଗିଲା ନିଆଁ, ଜାଣନ୍ତୁ କଣ କହିଲେ ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ

ସମସ୍ତ ଓଡିଆ ଭକ୍ତ ଓ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଗୋଟେ ଦୁଃଖଦ ଖବର ସାମନ୍ନାକୁ ଆସିଛି । ପୁରୀ ଶ୍ରୀମନ୍ଦିରର ତଳ ବାନାରେ ନିଆଁ ଲାଗିଯାଇଥିଲା । ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀମନ୍ଦିରରେ ଚୈତ୍ର ମାସ କୃଷ୍ଣପକ୍ଷ ଏକାଦଶୀ ଅବସରରେ ନୀଳଚକ୍ର ପାଖରେ ଥିବା ଅଁଳାବେଢା ଉପରେ ମହାଦୀପ ଲାଗିଥିଲା । ତେବେ ସନ୍ଧ୍ଯା ଆଠଟା ସମୟରେ କାଳବୈଶାଖୀ କାରଣରୁ ପୁରୀରେ କିଛି ସମୟ ପାଇଁ ଜୋରରେ ପବନ ବହିବାକୁ ଲାଗିଥିଲା । ଏହି ପବନ ବହିଥିବା ସମୟରେ ତଳ ବାନାରେ ନିଆଁ ଲାଗି ଯାଇଥିଲା ।

ଏହା ଛଡା କରୋନା ପାଇଁ ମନ୍ଦିର ଭିତରେ ପ୍ରବେଶ କଟକଣା ଲାଗୁ ହେଇଛି । କରୋନାକୁ ଦ୍ରୁଷ୍ଟି ଆଗରେ ରଖି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଭକ୍ତବୃନ୍ଦ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ, ପ୍ରଶାସନ ପକ୍ଷରୁ ନିଆ ଯାଇଛି ଏପରି ନିଷ୍ପତ୍ତି । ନିଆଁ ଲାଗିଥିବା ଘଟଣାକୁ ନେଇ ଲୋକେ ଅନେକ କଥା କହୁଥିବା ସମୟରେ ଲୋକସମ୍ପର୍କ ଅଧିକାରୀ କହିଛନ୍ତି କି ମହାଦୀପ ଉଠୁଥିବା ସମୟରେ ପବନ ବହିଥିଲା ।

ଯାହା ଫଳରେ ତଳେ ଥିବା ବାନା, ଦୀପର ନିଆଁ ସଂସ୍ପର୍ଶରେ ଆସି ଯାଇଥିଲା ଓ ତା ପରେ ତାହା ଜଳିବାକୁ ଲାଗିଥିଲା । ନିଆଁ ଲାଗିବା ପରେ ସେବକ ଯାଇ ଜଳିଯାଇଥିବା ବାନାକୁ ସଙ୍ଗେସଙ୍ଗେ କାଢି ଦେଇଥିଲେ। ହେଲେ ନୀଳଚକ୍ର ଉପରେ ଲାଗିଥିବା ଅନ୍ୟ ଦୁଇଟି ପତିତପାବନ ବାନା ସୁରକ୍ଷିତ ଅଛି । ଏହା ଏକ ଦୁର୍ଭାଗ୍ୟ ଜନକ ଘଟଣା ବୋଲି କହିପାରିବେ ହେଲେ ଏଥିର ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ଲୋକସମ୍ପର୍କ ଅଧିକାରୀ କହିଛନ୍ତି ।

ଏହି ଘଟଣାକୁ ନେଇ କୌଣସି ଅପପ୍ରଚାର କରିବାଠାରୁ ଦୂରେଇ ରହିବା ଉଚିତ ଓ ଏହାକୁ କୌଣସି ଅଶୁଭ ସଂକେତ ରୂପରେ ମଧ୍ୟ ଗ୍ରହଣ କରନ୍ତୁ ନାହିଁ । ବାନାରେ ନିଆଁ ଲାଗିବା ପରେ ଭାଇରାଲ ହେଉଛି ଭିଡିଓ । ତେବେ ପବନର ବେଗ ଅଧିକ ଥିବା ଯୋଗୁ ନିଆଁ ଲାଗିଥିବା ବୋଲି କୁହାଯାଉଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *