ବାଇଶି ପାହାଚେ ଖେଳୁଛି ପାଣି ! କଣ ସତ ହେବାକୁ ଯାଉଛି କି ମାଳିକା ବଚନ ? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ର ସବୁଠାରୁ ବଡ଼ ଏବଂ ଗୁରୁତ୍ୱ ଘଟଣା ବର୍ତ୍ତମାନ ସମୟରେ ତେବେ ପୁରୀ ଶ୍ରୀମନ୍ଦିରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରବଳ ବର୍ଷାରେ ବେହାଲ ହୋଇଛି ପୁରୀ ଶ୍ରୀମନ୍ଦିର । ସାଢେ ଚାରି କୋଟି ଓଡିଆଙ୍କ ଆରଧ୍ୟ ଦେବତା ଚତୁର୍ଦ୍ଧା ମୂର୍ତ୍ତୀଙ୍କ ଶ୍ରୀମନ୍ଦିର ସିଂହଦ୍ବାର ବର୍ଷା ପାଣିରେ ଉବୁଟୁବୁ ହେଉଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିର ଭିତର ବେଢା ଜଳାର୍ଣ୍ଣବ ।

ଭିଡିଓ ଦେଖିଲେ ଲାଗୁଛି ସତେ ଯେମିତି ପୁରୀ ଶ୍ରୀମନ୍ଦିରରେ ବାଦଲଫଟା ବର୍ଷା ହୋଇଛି।ଏଥିଯୋଗୁଁ ବର୍ଷା ପାଣିର ଲହଡା ଦେଖିବାକୁ ମିଳିଛି ଶ୍ରୀମନ୍ଦିର ବେଢା ଭିତରେ । ପୁରୀ ଶ୍ରୀ କ୍ଷେତ୍ର ର ସିଂହଦ୍ଵାର କୁମୁଟ ରେ ବହି ଚାଲିଛି ଝରଣା ଯାହାର ଦୃଶ୍ୟ ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ବାଇଶି ପାହାଚ ରୁ କିଭଳି ଭାବେ ପାଣି ବୋହି ଚାଲିଛି ଅନବରତ ବର୍ଷା ହେବା କାରଣରୁ ।

ଯଦି ଶ୍ରୀ ମନ୍ଦିର ରୁ କୌଣସି ଜାଗାରୁ ପଲସ୍ତରା ଖସି ଯାଇଥିବ ତେବେ ସାମାନ୍ୟ ତମ ବର୍ଷା ହେଲେ ଅଧିକ ରୁ ଅଧିକ ପାଣି ବୋହିବାର ସମ୍ଭାବନା ରହିଛି । ଆପଣ ମାନେ ଦେଖି ପାରିବେ କିଭଳି ବାଇଶି ପାହାଚ ରୁ ପାଣି ର ସୁଅ ଛୁଟିବାରେ ଲାଗିଛି ଆଉ ଭକ୍ତ ଗଣ ମଧ୍ୟ ସେଠାରେ ଉପସ୍ଥିତି ରହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ କିନ୍ତୁ ବାସ୍ତବରେ ଏହା ଆଗାମୀ ସମୟରେ ବିପଦ ପୁର୍ଣ୍ଣ ସାବ୍ୟସ୍ତ ହୋଇପାରେ ।

ଲଗାତାର ବର୍ଷା ହେବା କାରଣରୁ ବାଇଶି ପାହାଚ ଦେଇ ପାଣି ଆସିବା କାରଣରୁ ସିଂହଦ୍ବାର ର ସମୁଖ ଭାଗରେ ପାଣି ରେ ଭର୍ତ୍ତି ହୋଇ ଗଲାଣି । ଏମିତିକି ମନ୍ଦିର ର ଚୂଡା ରେ ଏହି ପାଣି ଯଦି ପ୍ରବେଶ କରେ ତେବେ ନିଷ୍କିନ୍ତ ଭାବେ ପ୍ରଭାବ ପଡିବ । ହୁ ହୁ ହୋଇ ପାଣି ଯେପରି ମାଡି ଆସିଛୁ ସିଂହଦ୍ବାର କୁମୁଟ ରେ ପହଞ୍ଚିଛି ଯଦି କୌଣସି ଫାଟ ସୃଷ୍ଟି ହେଲା ଯଦି ପାଣି ଲିକେଜ ହେବେ ତେବେ ନିଶ୍ଚୟ ପ୍ରଭାବ ପକାଇବ ।

ପ୍ରାକୃତିକ ବିପର୍ଯ୍ୟୟ ବର୍ଷା ଘଡଘଡି ମାରୁଥିବା ଯୋଗୁଁ ସୁରକ୍ଷା ପାଇଁ ପ୍ରାଚୀନ କାଳ ରୁ ଶ୍ରୀ ମନ୍ଦିର ର କାନ୍ଥ ଗୁଡିକ ଚୁନରେ ଆସ୍ତରଣ ରେ ସୁରକ୍ଷିତ କରା ଯାଇଥିଲା । ୩ ରୁ ସାଢେ ୩ ଫୁଟ ଆସ୍ତରଣ ରେ ଚୂନ ଲେପ ମରା ଯାଇଥିଲା । ଯଦିଓ ବର୍ତ୍ତମାନ ଚୂନ ଚଢାଯାଇ ରାସାନିୟକ ପ୍ରଲେପ ଦିଆଗଲା ତେବେ ପ୍ରତି ମୂହୁର୍ତ୍ତ ରେ ଖୋଳା ଖୋଳି ସବୁ ଚଳାଇଛି । ବର୍ତ୍ତମାନ ଦେବସଭା ମଣ୍ଡପ ରେ ମଧ୍ୟ ଭଙ୍ଗ ଯାଉଛି ତାକୁ ମଧ୍ୟ ଫ୍ଲୋରିଙ୍ଗ କରା ଯାଉଛି । ତେଣୁ ଯେଉଁ କାମ ହେଉଛି ସେଥିପାଇଁ ହୁଏ ତ ଗର୍ଭ ଗୃହ ରୁ ପ୍ଲାଷ୍ଟର ଖସିବାର ଅନୁମାନ କରା ଯାଉଛି ।

ତେବେ ପ୍ରତେକ ଦିନ ଖୋଳା ଖୋଳି ହେବା କାରଣରୁ ଆଘାତ ସୃଷ୍ଟି ହୋଇ ବର୍ଷା ଜଳ ଭିତରେ ପ୍ରବେଶ କରୁଛି । ଯାହା କାରଣରୁ ମନ୍ଦିର ର କ୍ଷତି ହେବାରେ ଲାଗିଛି । ତେଣୁ ଏ ସବୁରୁ ଯେତେ ନିବୃତ୍ତ ରହିବା ଉଚିତ । ତେଣୁ ଶ୍ରୀ ମନ୍ଦିର କୁ କିଭଳି ସୁରକ୍ଷିତ କରାଯିବା ସେଥିପ୍ରତି ମନ୍ଦିର ପ୍ରଶାସନ ଗୁରୁତର ଭାବେ ନେବା ଉଚିତ । ଯଦି ଏମିତି ପାଣି ଲିକେଜ କରିବ ହୁଏ ତ ଆଗାମୀ ସମୟରେ କେଉଁଠୁ ପଥର ଖସିପାରେ ବା ଅନ୍ୟ କୌଣସି ଅସୁବିଧା ହୋଇପାରେ।

ତେବେ ଶ୍ରୀ ମନ୍ଦିରର ଉପର ଭାଗର ଆସ୍ତରଣ ଯେମିତି କ୍ଷତିଗ୍ରସ୍ତ ନ ହୁଏ ସେଥିପ୍ରତି ଧ୍ୟାନ ଦେବା ଉଚିତ । ଯେଉଁ ପଥର ଗତ କାଲି ଖସିଛି ସେଥିପ୍ରତି ମଧ୍ୟ ସୁରକ୍ଷାଅଧିକାରୀ ଧ୍ୟାନ ଦେବା ଉଚିତ। ତେବେ ଏହି କାରଣ ଯୋଗୁଁ ଉଭୟ ଶ୍ରଦ୍ଧାଳୁ ଓ ସେବାୟତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଶ୍ରୀମନ୍ଦିର ସିଂହଦ୍ଵାର ପ୍ରବେଶ ପଥ ତଥା ଗୁମୁଟରେ ଦେଢ ଫୁଟ ଯାଏଁ ପାଣି ଜମିବା ଯୋଗୁଁ ପ୍ରାୟ ଦେଢ ଘଣ୍ଟା ଧରି ମନ୍ଦିର ଭିତରକୁ ଯିବା ଆସିବା କରିବାରେ ଅସୁବିଧା ଦେଖା ଦେଇଥିଲା ।

ଶେଷରେ ବର୍ଷା କମିବା ପରେ ଶ୍ରୀମନ୍ଦିର ଭିତରକୁ ଯାତାୟତ ସ୍ବଭାବିକ ହୋଇଥଲା । ଏଠାରେ ପ୍ରଶ୍ନ ଉଠୁଛି ମନ୍ଦିର ବେଢା ଭିତରୁ ଜଳ ନିଷ୍କାସନ କଣ ଶ୍ରୀମନ୍ଦିର ବାଇଶି ପାହାଚ ଦେଇ ହୋଇଥାଏ । ଭକ୍ତ ଓ ସେବାୟତଙ୍କ ଏହି ଅସୁବିଧା ପାଇଁ କିଏ ଦାୟୀ ନା ଏହାକୁ ଏକ ସାଧାରଣ କଥା କହି ମନ୍ଦିର ପ୍ରଶାସନ ନିଜ ଦୋଷ ଦୁର୍ବଳତା ଲୁଚେଇବ। ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବର୍ଷା ପାଣି ନିଷ୍କାସନ ପାଇଁ କଣ କିଛି ବ୍ୟବସ୍ଥା ହୋଇନାହିଁ । ଏଭଳି ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବ କି ପ୍ରଶାସନ ? ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *