Bollywood ରେ ଏତେ ସଫଳତା ପାଇବା ପରେ ମଧ୍ୟ ଏହି 4 ଜଣ Actress ଅଣ୍ଡରୱଲ୍ଡ ଡନ ଙ୍କ ସହ ସମ୍ପର୍କ ରଖି ବର୍ବାଦ କରିଦେଲେ ନିଜ କ୍ୟାରିୟର

ବନ୍ଧୁଗଣ ପୂର୍ବରୁ ବଲିଉଡର ଏମିତି ବହୁତ କଳାକାର ଅଛନ୍ତି ଯେଉଁମାନେ ଅଣ୍ଡରୱାର୍ଲ୍ଡ ଡନ୍ ସହ ସମ୍ବନ୍ଧ ରଖିଛନ୍ତି । ଆପଣ ମାନେ ବଲିଉଡର ବହୁତ ଅଭିନେତା ମାନଙ୍କ ନାମ ଶୁଣିଥିବେ, ଯେଉଁ ମାନଙ୍କ ସମ୍ବନ୍ଧ ଅଣ୍ଡରୱାର୍ଲ୍ଡ ଡନ୍ ମାନଙ୍କ ସହ ଥିଲା । ହେଲେ ବନ୍ଧୁଗଣ ବଲିଉଡର କିଛି ଲୋକପ୍ରିୟ ଅଭିନେତ୍ରୀ ମାନେ ମଧ୍ୟ ଅଛନ୍ତି ଯେଉଁ ମାନଙ୍କ ନାମ ଅଣ୍ଡରୱାର୍ଲ୍ଡ ଡନ୍ ଙ୍କ ସହ ଯୋଡା ହୋଇଛି । ବନ୍ଧୁଗଣ ଏହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ବଲିଉଡର ସେହି ସମସ୍ତ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ସୋନା- ୭୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ସୋନା ସେତେବେଳେ ଅଣ୍ଡରୱାର୍ଲ୍ଡ ଡନ୍ ହାଜୀ ମସ୍ତାନଙ୍କ ସହ ରିଲେସନସିପରେ ରହିଥିଲେ । ଏହି ଦୁଇଜଣଙ୍କ ସାକ୍ଷାତ ହାଜୀ ମସ୍ତାନଙ୍କର ଏକ ପ୍ରଡ଼କ୍ସନ ହାଉସରେ ହୋଇଥିଲା । ସେହି ସମୟରେ ହାଜୀ ସୋନାଙ୍କ ସହ ବିବାହ କରିବାର ନିଷ୍ପତ୍ତି ନେଇଥିଲେ ।


ବିବାହ ପ୍ରସ୍ତାବ ନେଇ ହାଜୀ ସୋନାଙ୍କ ପରିବାର ଲୋକଙ୍କ ପାଖକୁ ଯାଇଥିଲେ । ସେମାନଙ୍କ ପରିବାର ଲୋକ ମଧ୍ୟ ଏହି ବିବାହକୁ ସ୍ଵୀକାର କରିଥିଲେ । ହେଲେ ବିବାହର କିଛି ବର୍ଷ ପରେ ହାଜୀଙ୍କର ମୃତ୍ୟୁ ହୋଇଥିଲା । ଯାହା ଫଳରେ ସୋନାଙ୍କ ଅବସ୍ଥା ଶୋଚନୀୟ ହୋଇ ଯାଇଥିଲା । ସେହି ସମୟରେ ସୋନାଙ୍କୁ କେହି ହେଲେ ସାହାର୍ଯ୍ୟ କରିନଥିଲେ ।


ମୋନିକା ବେଦି- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଫେମସ ଅଭିନେତ୍ରୀ ମୋନିକା ବେଦି । ୭୦ ଓ ୮୦ ଦଶକର ଫେମସ ଅଭିନେତ୍ରୀ ମୋନିକା ବେଦି ସେହି ସମୟରେ ଅଣ୍ଡରୱାର୍ଲ୍ଡ ଡନ୍ ଅବୁ ସାଲିମଙ୍କ ସହ ରିଲେସନସିପରେ ରହିଥିଲେ । ଏହି ଦୁଇ ଜଣଙ୍କର ପ୍ରଥମ ସାକ୍ଷାତ ଆମେରିକାର ଏକ ସ୍ଟେଜ ସୋ ରେ ହୋଇଥିଲା । ଏହା ପରେ ଏହି ଦୁଇଜଣଙ୍କ ମଧ୍ୟରେ ପ୍ରେମ ହୋଇଥିଲା ଓ ସେମାନେ ବହୁତ ସମୟ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରିଥିଲେ । ଏହା ପରେ ଏମାନେ ଏକା ସହ ରହିଥିଲେ । କିନ୍ତୁ ୧୮ ସେପ୍ଟେମ୍ବର ୨୦୦୨ରେ ଏହି ଦୁଇଜଣଙ୍କୁ ଏକ ଆରୋପରେ ପର୍ତୁଗାଲରେ ଗିରଫ କରାଯାଇଥିଲା । ମୋନିକା ନିଜର ସଜା କାଟି ବର୍ତ୍ତମାନ ବଲିଉଡକୁ ବ୍ୟାକ କରିସାରିଛନ୍ତି ଓ ସେ ସବୁଦିନ ପାଇଁ ଅବୁଙ୍କ ଠାରୁ ସମ୍ପର୍କ ଭାଙ୍ଗିଦେଲେ ।


ମନ୍ଦାକିନୀ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ମନ୍ଦାକିନୀ । ଏହି ଅଭିନେତ୍ରୀ ଜଣକ ବହୁତ ଶୀଘ୍ର ବଲିଉଡରେ ସଫଳତା ପାଇଥିଲେ ହେଲେ ସେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉତ ଇବ୍ରାହିମଙ୍କ ସହ ରିଲେସନରେ ରହିଥିଲେ । ସେହି ସମୟରେ ଏମାନଙ୍କ ଖବର ବହୁତ ଚର୍ଚାରେ ଥିଲା । ଦାଉତଙ୍କ ସହ ରହିବା କାରଣରୁ ତାଙ୍କର ବଲିଉଡ କ୍ୟାରିୟର ବରବାଦ ହୋଇଯାଇଥିଲା । ଏହି ଦୁଇଜଣ ପରସ୍ପରକୁ ବିବାହ କରିଥିଲେ ହେଲେ ସେମାନେ ବହୁତ ଶୀଘ୍ର ପରସ୍ପରକୁ ଡିଭୋର୍ସ ଦେଇଥିଲେ ଓ ବର୍ତ୍ତମାନ ଅଲଗା ଅଛନ୍ତି ।


ମମତା କୁଲକର୍ଣ୍ଣୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ମମତା କୁଳକର୍ଣ୍ଣୀ । ୯୦ ଦଶକର ଫେମସ ଅଭିନେତ୍ରୀ ମମତା ସେହି ସମୟରେ ଡ୍ରଗ ମାଫିଆ ଭିକି ଗୋସ୍ଵାମୀଙ୍କ ସହ ରିଲେସନସିପରେ ରହିଥିଲେ । ମମତା ଭିକିଙ୍କୁ ଭଲ ପାଇ ବଲିଉଡକୁ ଛାଡି ଦେଇଥିଲେ । ହେଲେ ୧୯୯୭ ମସିହାରେ ଭିକିଙ୍କୁ ପୋଲିସ ଖୋଜୁଥିଲା ସେତେବେଳେ ଏହି ଦୁଇଜଣ ନିଜ ନାମ ପରିବର୍ତ୍ତନ କରି ସାଉଦୀ ଚାଲିଯାଇଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *