Vastu Shastra – ବହୁତ ସାରା ଟଙ୍କା କମାଇବାକୁ ଚାହାଁନ୍ତି ତ ଘରର ଏହି ଜାଗାରେ ଲୁଚାଇ ଦିଅନ୍ତୁ ଗୋଟିଏ ଲବଙ୍ଗ ଓ ଗୋଟିଏ ଗୁଜୁରାତି

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିପୂର୍ଣ୍ଣ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି । ଏହି ଜୀବନକୁ ଅତିବାହିତ କରିବାକୁ ହେଲେ ବହୁତ ଧନର ଆବଶ୍ୟକତା ରହିଛି । ଯେଉଁଥି ପାଇଁ ମଣିଷ ରାତି ଦିନ କଷ୍ଟ କରିଥାଏ । ହେଲେ ବନ୍ଧୁଗଣ ବହୁତ କଷ୍ଟ କରି ମଧ୍ୟ କେତେକ ଲୋକଙ୍କୁ ସଠିକ ଫଳ ମିଳିନଥାଏ । ସେମାନଙ୍କ ପାଖରେ ଟଙ୍କା ରହିନଥାଏ । ଯେତେବେଳେ ସେମାନଙ୍କ ପାଖକୁ ଟଙ୍କା ଆସେ ବହୁତ ଶୀଘ୍ର ଖର୍ଚ ହୋଇଯାଇଥାଏ ।

ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ କହିବୁ ଯାହାକୁ ବ୍ୟବହାର କରି ଆପଣ ବହୁତ ସହଜରେ ନିଜର ଇଷ୍ଟ ଦେବତାଙ୍କୁ ପ୍ରସନ୍ନ କରିପାରିବେ ଓ ବହୁତ ସାରା ଧନଲାଭ କରିପାରିବେ। ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଉପାୟ ବିଷୟରେ ।

ବନ୍ଧୁଗଣ ଆପଣଙ୍କୁ ଏହି ଉପାୟ ଶୁକ୍ରବାର ଦିନ କରିବାକୁ ହେବ । ଏହି ଉପାୟକୁ ସମସ୍ତେ କରିପାରିବେ । ବନ୍ଧୁଗଣ ଶୁକ୍ରବାର ଦିନ ଆପଣ ସନ୍ଧ୍ୟା ସମୟରେ ସ୍ନାନ କରି ନିଅନ୍ତୁ ଓ ମା ଲକ୍ଷ୍ମୀଙ୍କ ଫଟୋ ସମ୍ମୁଖରେ ଏକ ଶୁଦ୍ଧ ଘିଅର ଦୀପ ଜଳାଇ ଦିଅନ୍ତୁ । ଦୀପ ଲଗାଇବା ପରେ ଆପଣ ନିଜ ଡାହାଣ ହାତରେ ଏକ ଲବଙ୍ଗ ଓ ଏକ ଅଳେଇଚକୁ ରଖନ୍ତୁ । ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ରରେ ଲବଙ୍ଗ ଓ ଅଳେଇଚକୁ ବହୁତ ଗୁରୁତ୍ଵ ଦିଆଯାଇଛି ।

ବନ୍ଧୁଗଣ ଗୋଟିଏ ଲବଙ୍ଗ ଓ ଗୋଟିଏ ଅଳେଇଚକୁ ନିଜ ଡାହାଣ ହାତରେ ରଖନ୍ତୁ । ହେଲେ ଧ୍ୟାନ ରଖିବେ ସେହି ଲବଙ୍ଗ ଓ ଅଳେଇଚ ଯେପରି ଭାଙ୍ଗି ନଥିବ । ହାତରେ ଏହି ଦୁଇଟି ଜିନିଷକୁ ରଖିବା ପରେ ଆପଣ ଏକ ମନ୍ତ୍ରର ଜପ କରନ୍ତୁ । ସେହି ମନ୍ତ୍ରଟି ହେଉଛି ‘ଓଁ ମହାଲକ୍ଷ୍ମେୟ ନମଃ’ । ବନ୍ଧୁଗଣ ଏହି ମନ୍ତ୍ରର ଜପ ଆପଣ ୧୦୮ ଥର କରିବେ । ହେଲେ ଏହି ମନ୍ତ୍ରର ଜପ କରିବା ସମୟରେ ଆପଣ ଯେପରି ବିଚଳିତ ହେବେ ନାହିଁ, ଏହାର ଖାସ ଧ୍ୟାନ ରଖିବେ ।

ମନ୍ତ୍ର ଜପ କରିବା ପରେ ଆପଣ ସେହି ଲବଙ୍ଗ ଓ ଅଳେଇଚକୁ ଏକ ହଳଦିଆ କପଡାରେ ରଖି ଯେଉଁ ସ୍ଥାନରେ ଆପଣ ଟଙ୍କା ରଖୁଛନ୍ତି ସେହି ସ୍ଥାନରେ ଏହି କପଡାକୁ ରଖିଦିଅନ୍ତୁ । ହେଲେ ବନ୍ଧୁଗଣ ଆପଣ ମାନେ ଏହାକୁ ପର୍ସରେ ରଖିପାରିବେ ନାହିଁ । କାରଣ ପର୍ସରେ ରଖିଲେ ନକରାତ୍ମକ ଊର୍ଜା ପ୍ରଭାବିତ ହୋଇଥାଏ । ଆପଣ ମାନେ ଏହାକୁ ନିଜ ଆଲମାରି ଓ ତିଜୋରିରେ ରଖିପାରିବେ ।

ବନ୍ଧୁଗଣ ଏହି ଗୋଟିଏ ଉପାୟ କରି ଦେଖନ୍ତୁ । ଦେଖିବେ ବହୁତ ଶୀଘ୍ର ଆପଣ ପ୍ରଚୁର ମାତ୍ରାରେ ଧନଲାଭ କରିବେ ଓ ଆପଣଙ୍କ ଜୀବନରେ ହେଉଥିବା ସମସ୍ତ ସମସ୍ଯା ଦୂର ହୋଇଯିବ । ଏହା ସହିତ ଆପଣଙ୍କ ଆଗାମୀ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯିବ ।

ଏହି ଟିପ୍ସଟି ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *