ନିଜ ଅସଲ ଜୀବନରେ ବହୁତ ହିଁ ଗର୍ବୀ ଅଟନ୍ତି TV ର ଏହି 4 ଜଣ Actress, ଶୁଟିଙ୍ଗ ସେଟ ରେ ହିଁ କରି ସାରିଛନ୍ତି ଝଗଡା

ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଶ୍ଚୟ ଜାଣିଥିବେ ଯେ ବଲିଉଡରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବହୁତ ଗର୍ବ କରିଥାନ୍ତି । ହେଲେ ଏହି କ୍ଷେତ୍ରରେ ଆମର ହିନ୍ଦୀ ଟେଲିଭିଜନ ଦୁନିଆର ଅଭିନେତ୍ରୀ ମାନେ ମଧ୍ୟ ପଛରେ ନାହାନ୍ତି । ହିନ୍ଦୀ ଟେଲିଭିଜନ ଦୁନିଆର ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ପ୍ରତି ବହୁତ ଗର୍ବ କରନ୍ତି । ଯାହା ଫଳରେ ଏମାନେ ଅନ୍ୟ ଅଭିନେତ୍ରୀ ମାନଙ୍କ ସହ ମଧ୍ୟ ଝଗଡା କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ହୀନା ଖାନ

ବନ୍ଧୁଗଣ ଆପଣମାନେ ସମସ୍ତେ ହୀନା ଖାନଙ୍କୁ ନିଶ୍ଚୟ ଜାଣିଥିବେ । ହୀନା ଖାନ ଗୋଟେ ସମୟରେ ବହୁତ ଚର୍ଚାରେ ଥିଲେ ଯେତେବେଳେ ସେ ‘ୟେ ରିସ୍ତା କ୍ୟା କେହେଲାତା ହେ’ର ଶୁଟିଙ୍ଗ କରୁଥିଲେ ସେତେବେଳେ ସେ କହିଥିଲେ ଏହି ସୋର ଶୁଟିଙ୍ଗ କରି କରି ମୁଁ ବୋର ହେଇଯାଇଛି । ଏହି ସିରିଏଲରେ ମୋ ପାଇଁ କିଛି ବି ନାହିଁ । ମୋ ଭୂମିକାକୁ ଆଗକୁ ବଢା ଯାଉନାହିଁ । ଏଥିପାଇଁ ସେ ଏହି ସୋକୁ ମଧ୍ୟ ଛାଡି ଦେଇଥିଲେ । ଏହା ଛଡା ‘ବିଗବସ’ରେ ମଧ୍ୟ ସେ ବହୁତ ଝଗଡା କରିଥିବାର ନଜର ଆସିଛନ୍ତି । ସେହି ସମୟ ପରେ ତାଙ୍କର ଟ୍ୟାଗ ଲାଗିଥିଲା ଗର୍ବ କରିବାର

ଅଙ୍କିତା ଲୋଖୋଣ୍ଡେ


ବନ୍ଧୁଗଣ ଆମ ଲିଷ୍ଟରେ ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ମଧ୍ୟ ସାମିଲ ଅଛନ୍ତି । ଟେଲିଭିଜନ ଦୁନିଆରେ ସେ ଏକ ସୋରେ କାମ କରିଥିଲେ ତାହା ହେଉଛି ‘ପବିତ୍ର ରିସ୍ତା’ । ଏହି ସୋ ଟି ବହୁତ ଦିନ ହେବ ବନ୍ଦ ହୋଇଯାଇଛି । ଏହି ସୋ କରିବା ସମୟରେ ସେ ନିଜ କୋ ଆକ୍ଟ୍ରେସ ଆଶା ନିଗୀଙ୍କ ସହ ଝଗଡା କରି ଦେଇଥିଲେ । ଏହା ପର ଠାରୁ ଏହି ଦୁଇଜଣ ଅଭିନେତ୍ରୀ ପରସ୍ପର ସହ କଥା ବାର୍ତ୍ତା କରୁନାହାନ୍ତି । ବହୁତ ଲୋକଙ୍କ ମତରେ ଅଙ୍କିତା ନିଜର ଅସଲ ଜୀବନରେ ବହୁତ ଗର୍ବ କରନ୍ତି ।

ନିୟା ଶର୍ମା


ନିୟା ଶର୍ମା ପ୍ରଥମେ ଟେଲିଭିଜନ ଦୁନିଆରେ କାମ କରୁଥିଲେ ହେଲେ ବର୍ତ୍ତମାନ ସେ ବହୁତ ବୋଲ୍ଟ କଣ୍ଟେଣ୍ଟକୁ ନେଇ ୱେବ ସିରିଜରେ ନଜର ଆସୁଛନ୍ତି । ନିଆ ନିଜର ଟେଲିଭିଜନ ସୋ ‘ଜମାଇ ରାଜା’ର ସେଟରେ ନିଜ କୋ ଆକ୍ଟର ରବି ଦୁବେଙ୍କ ସହ ବହୁତ ଝଗଡା କରିଛନ୍ତି । ହେଲେ ବର୍ତ୍ତମାନ ଏହି ଦୁଇଜଣ ବହୁତ ଭଲ ସାଙ୍ଗ ହୋଇ ରହିଛନ୍ତି ।

ସାଇନି ଜୋସି

ବନ୍ଧୁଗଣ ଆମ ଲିଷ୍ଟରେ ସାଇନି ଜୋସିଙ୍କ ନାମ ମଧ୍ୟ ସାମିଲ ଅଛି । ସେ କଲର୍ସ ଚ୍ୟାନେଲର ଲୋକପ୍ରିୟ ସୋ ‘ରାଧେ କ୍ରୀଷ୍ଣା’ରେ ନଜର ଆସୁଥିଲେ । ହେଲେ ଏହି ସୋ ପୂର୍ବରୁ ବହୁତ ସମୟ ପର୍ଯ୍ୟନ୍ତ ତାଙ୍କୁ କୌଣସି କାମ ମିଳୁନଥିଲା, ଏହାର ମୁଖ୍ୟ କାରଣ ହେଉଛି ସାଇନିଙ୍କର ବ୍ୟବହାର । ସାଇନିଙ୍କର ଖରାପ ବ୍ୟବହାର ହେତୁ ତାଙ୍କୁ କାମ ମିଳୁନଥିଲା । ଛୋଟ ଛୋଟ କଥା ପାଇଁ ସେ ଝଗଡା କରିଦେଉଥିଲେ । ସମସ୍ତେ ଜାଣିଛନ୍ତି ଅସଲ ଜୀବନରେ ସାଇନି ନିଜ ପ୍ରତି ବହୁତ ଗର୍ବ କରନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *