ବାହାନଗା ସ୍କୁଲରେ ସବୁଦିନ 20 ମିନିଟ୍ ଜଗିବେ ପରିବାର, ପିଲା ପଢିବେ ପାଠ, ଜାଣନ୍ତୁ ଏପରି କାହିଁକି ?

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଏବେ ସବୁ ରାଜ୍ୟରେ ଗ୍ରୀଷ୍ମ ଛୁଟି ସରିଛି । ଜିଲ୍ଲା ପ୍ରଶାସନ ତରଫରୁ ସ୍କୁଲ ଖୋଲା ଯିବା ଘୋଷଣା ହୋଇଛି । ତେବେ ଏହି ପରିସରର ବାହାନଗା ଉଚ୍ଚ ବିଦ୍ୟାଳୟ ମଧ୍ୟ ଖୋଲିଛି ହୋମ,ଯଜ୍ଞ କରି ଆରମ୍ଭ କରାଯାଇଛି ।  ମାତ୍ର 9.20 ରୁ 9.40 ବହୁତ ଗୁରୁତ୍ଵପୂର୍ଣ୍ଣ ଏବଂ ଏହି ସମୟରେ ସ୍କୁଲ ସଦସ୍ୟ ଘର ଲୋକ ଓ ସ୍ଥାନୀୟ ବାସିନ୍ଦା ପିଲାମାନଙ୍କୁ ଜଗିବେ ।

ଏହି ସମୟ ହେଉଛି ବହୁତ ଗୁରୁତ୍ଵପୂର୍ଣ୍ଣ ତେବେ ଏହି 20 ମିନିଟ୍ ରେ ଏଭଳି କଣ ରହିଛି ଯଥା ପ୍ରତ୍ୟେକ ଲୋକେ ଜଗିବାକୁ ନିଷ୍ପତି ନେଇଛନ୍ତି । ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ଶବ ଗୁଡକୁ ସ୍କୁଲ ଭିତରେ ରଖିବାକୁ ନେଇ ଅନେକ ବାର୍ତ୍ତା ଶୁଣିବାକୁ ମିଳିଥିଲା । ଶବ ଗୁଡାକୁ କାଢିବା ପରେ ମଧ୍ୟ ଲୋକେ ସେଠାକୁ ଯିବାକୁ ଆଦୌ ପସନ୍ଦ କରୁନଥିଲେ  ବା  ତାଙ୍କ ପିଲାମାନଙ୍କୁ ସ୍କୁଲ ଛାଡିବାକୁ ନାପସନ୍ଦ କରୁଥିଲେ ।

ତେବେ ଏହି ବିଷୟକୁ ନେଇ ସେଠାକାର ଜିଲ୍ଲାପାଳ ସ୍କୁଲ ପରିଦର୍ଶନ କୁ ଆସିଥିଲେ ଓ ସ୍କୁଲ କମିଟି ଓ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରିଥିଲେ । କାରଣ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କାଳେ ପିଲାମାନେ ଭୟଭୀତ ହେବେ ତେଣୁ ବିଦ୍ୟାଳୟକୁ ଛାଡିବାକୁ ମନା କରୁଥିଲେ । ମାତ୍ର ଲୋକମାନଙ୍କ କଥାକୁ ଦୃଷ୍ଟି ଆଗରେ ରଖି ଶବ ରଖାଯାଇଥିବା କୋଠରୀକୁ ଭଙ୍ଗା ଯିବ ଓ ନୂତନ କୋଠରୀ ନିର୍ମାଣ ପାଇଁ କଥା ଦେଇଥିଲେ ଓ ସେହିପ୍ରକାରରେ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଛି ।

ମାତ୍ର  9.20 ରୁ 9.40 ଯାଏ ଥିବା ସମୟରେ ଆଜି ଯଦି ରାମଙ୍କ ବାପା ଗୋପାଳ ଜଗିଲେ ତେବେ ଆର ଦିନ ଶ୍ଯାମ ବାପା ହରି ଜଗିବେ । କାରଣ ସ୍କୁଲକୁ ଆସିବା ପାଇଁ ପିଲାମାନେ ରେଳଧାରଣକୁ ପାର କରି ଆସିବାକୁ ପଡିଥାଏ । ତେଣୁ ଏହି ସମୟରେ ପିଲାମାନଙ୍କୁ ଜଗିବା ନିହାତି ଜରୁରୀ ହୋଇଥାଏ ।

ତେଣୁ ଜିଲ୍ଲା ପ୍ରଶାସନ ଓ ସ୍କୁଲ କମିଟି ଏହି ସମୟ ଯାଏ ଜଗିବେ ପରେ ପିଲାମାନେ ବିଦ୍ୟାଳୟ ଯିବା ପରେ ଜଗିଥିବା ଲୋକେ ନିଜ କାମକୁ ଯିବାର ନିୟମ ରହିଛି । କାରଣ ସେହିଦିନର ରେଳ ଘଟଣା ଲୋକମାନେ କେବେବି ଭୁଲିପାରିବେ ନାହିଁ । ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ  କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *