ବାହାଘର ପୂର୍ବରୁ ଭାବି ସ୍ୱାମୀ ସୋମୁଙ୍କ ରାଜ୍ ଖୋଲିଦେଲେ Mee Puch Puch, ଦେଖିଲେ ହସି ହସି ଗଡିବେ ଆପଣ !

ବନ୍ଧୁଗଣ, ଓଡିଆ କମେଡିଆନ ଭାବରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସ୍ଥାପନ କରିଥିବା Mee Puch Puch କୁ ଆପଣ ମାନେ ସମସ୍ତେ ଜାଣିଛନ୍ତି । ତେବେ Mee Puch Puch ଅର୍ଥାତ ଇତିକା ଯାହାକୁ ବିବାହ କରିବାକୁ ଯାଉଛନ୍ତି, ସୋମୁ ଙ୍କ ସମ୍ବନ୍ଧରେ କିଛି ବିଶେଷ କଥା କହିବାକୁ ଯାଉଛନ୍ତି । ତେବେ ଆସନ୍ତୁ ଜାଣିନେବା ଇତିକା କ’ଣ କହିଛନ୍ତି ? Mee Puch Puch ଙ୍କ ପରିବାର ଲୋକେ କହିଛନ୍ତି ଯେ ଇତିକା ଙ୍କୁ ଯିଏ ବିବାହ କରିବାକୁ ଯାଉଛନ୍ତି ସୋମୁ ବହୁତ ଭଲ ପିଲା ଅଟନ୍ତି ।

ସେ ମଧ୍ୟ ଏକ କଳାପ୍ରେମୀ ପିଲା ତଥା ତାଙ୍କ ପରି ପିଲା ମିଳିବା ବହୁତ କଷ୍ଟ । ଇତିକା କହିଥିଲେ ଯେ ତାଙ୍କ ବିବାହ ଏକ ଚର୍ଚ୍ଚାର ବିଷୟ ଥିଲା କିନ୍ତୁ ସେ ତାକୁ ଧ୍ୟାନ ଦେଉନଥିଲେ ମାତ୍ର ଏହା ଭିତରେ ବିବାହ ପ୍ରସ୍ତାବ ଆସି ପହଞ୍ଚିଗଲା । କିଛି ଦିନ ଭିତରେ ବହୁତ ଶୀଘ୍ର ବିବାହ ମଧ୍ୟ ହୋଇଯିବ ।

ସୋମୁ ଙ୍କୁ ଯେତେବବେଳେ ପ୍ରଥମ ଦେଖା କରିଥିଲେ ଇତିକା ସେତେବେଳେ ସେ ତାଙ୍କୁ ଗିଫ୍ଟ ଆଧାରରେ ନିଜର ବହୁମୂଲ୍ୟ ହୃଦୟ ଦେଇଛନ୍ତି ବୋଲି କହିଥିଲେ । ଏହା ସହିତ ଇତିକା କହିଥିଲେ ଯେ ସେ ପ୍ରଥମେ ଯେତେବେଳେ ତାଙ୍କ ସହିତ କଥା ହୋଇଥିଲେ ସେ କହିଥିଲେ ଯେ ସେ ବହୁତ ରାଗି ଆଉ ବହୁତ ଅଲଗା ପ୍ରକାରର ପିଲା ।

ମାତ୍ର ସୋମୁ ପଚାରିଥିଲେ ରାଗି ତ ରାଗି ଅଲଗା ପ୍ରକାରର ରାଗି ମାନେ କଣ ? Mee Puch Puch ସେତେବେଳେ କହିଥିଲେ ଯେ ରାଗକୁ ବୁଝେଇପାରୁଥିବା ଦରକାର ବହୁତ ରାଗି ଝିଅ ସେ । ଇତିକା ଙ୍କ ଭଉଣୀ ଏହି ସମ୍ପର୍କରେ କହିଥିଲେ ଯେ ମି ବହୁତ ରାଗି ଅଟନ୍ତି ଆଉ ବହୁତ ବଡ ବଡ କଥା କୁହନ୍ତି, ଦେଖିଲେ ଆପଣ କହିବେ ଯେ ଏତେ ଛୋଟ ବୟସରେ ଏଭଳି କଥା ।

କିନ୍ତୁ Mee Puch Puch ଯେତିକି ଜୋରସେ ରାଗିଥାନ୍ତି ଖୁବ ଶୀଘ୍ର ମଧ୍ୟ ତାଙ୍କୁ ମନେଇ ହୋଇଯାଏ । ଇତିକା କହିଥିଲେ ଯେ ସୋମୁ ନିଶ୍ଚିତ ଭାବରେ ତାଙ୍କୁ ମନେଇ ପାରିବେ କାରଣ ସେ ଜଣେ ଭଲ ପିଲା ଏବଂ ଭଲ ପରିବାରରୁ ଆସିଛନ୍ତି ତଥା ଭଲ ସଂସ୍କାର ମଧ୍ୟ ତାଙ୍କୁ ମିଳିଛି । ତେବେ ଏହିଭଳି ଭାବରେ Mee Puch Puch ନିଜ ମନର ମଣିଷ ସୋମୁ ଙ୍କ ବିଷୟରେ କିଛି ବିଶେଷ କଥା ନିଜ ଫ୍ୟାନ୍ସ ମାନଙ୍କ ସହିତ ସେୟାର କରିଥିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମାତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *