ଅଭିନେତା Boby Mishra ପୂର୍ବପତ୍ନୀ Koyel ଙ୍କୁ ମନେ ପକେଇ କହିଲେ, ‘ମୁଁ ଚାହେଁ ସେ ସବୁବେଳେ ଖୁସିରେ ରହୁ, ମୁଁ ତା ନଜରରେ ଯେତେ ଖରାପ ହେଲେ ବି ସେ ମୋର…’

ବନ୍ଧୁଗଣ, ଓଡିଆ ଆଲବମ ତଥା ଫିଲ୍ମ ର ଅଭିନେତା ବବିମିଶ୍ର ଙ୍କୁ କିଏ ବା ନଜାଣେ । ବବି ମିଶ୍ର ଜଣେ ଆଗ ଧାଡିର ନାୟକ ଅଟନ୍ତି, ଯିଏ କି ନିଜ ଅଭିନୟ ଜରିଆରେ ଲୋକଙ୍କ ହୃଦୟରେ ଘର କରି ବସିଛନ୍ତି । ତେବେ ଅଭିନେତା ବବିମିଶ୍ର ବଙ୍ଗୀୟ ଅଭିନେତ୍ରୀ କୋଏଲ ଙ୍କୁ ବିବାହ କରିଥିଲେ । କୋଏଲ କୋଲକାତା ରୁ ଆସି ଓଡିଶାରେ ନିଜର ଅଭିନୟ ଜରିଆରେ ବବି ଙ୍କ ହୃଦୟ କୁ ଜିତିପାରିଥିଲେ ।

ଉଭୟ ଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ପରେ ଏହା ପ୍ରେମରେ ପରିଣତ ହୋଇଥିଲା । ଏହା ପରେ ଉଭୟ ବିବାହ ବନ୍ଧନରେ ବାନ୍ଧିହେବେ ବୋଲି ନିଷ୍ପତ୍ତି ନେଇଥିଲେ । ବିବାହ ପରେ କିଛି ଦିନ ଉଭୟ ଖୁସିରେ ସୁନାର ସଂସାର ଗଢିଥିଲେ । କିନ୍ତୁ ଏହା ଦିନକୁ ଦିନ ଅଶାନ୍ତିରେ ପରିଣତ ହେବାକୁ ଲାଗିଲା ଏବଂ ବବି ମିଶ୍ର ତାଙ୍କ ପତ୍ନୀ କୋଏଲ ଅଲଗା ହେବେ ବୋଲି ନିସ୍ପତି ନେଲେ ।

କୋର୍ଟ ରେ ଆଇନଗତ ଭାବରେ ଛାଡପତ୍ର ନେଲାପରେ ବର୍ତମାନ କୋଲକାତା ଯାଇ କୋଏଲ ଅନ୍ୟ ଜଣଙ୍କୁ ନିଜ ଜୀବନସାଥି ଭାବରେ ଚୟନ କରିଛନ୍ତି ଏବଂ ନିଜ ବୈବାହିକ ଜୀବନ କୁ ହସଖୁସିରେ ବିତାଉଛନ୍ତି । ଏହାକୁ ନେଇ ବବିମିଶ୍ର କହିଛନ୍ତି ଯେ ସେ ସବୁବେଳେ ଚାହାଁନ୍ତି ଯେ ତାଙ୍କ ପ୍ରଥମ ପତ୍ନୀ କୋଏଲ ଖୁସିରେ ରୁହନ୍ତୁ ।

ତାଙ୍କ ଜୀବନରେ ସେ ନିଜ ଖୁସି କୁ ହରାଇ, ଦୀର୍ଘ 2012 ରୁ 2017 ପର୍ଯ୍ୟନ୍ତ ସିନେମା କରିବା ସେ ଛାଡି ଦେଇଥିଲେ କେବଳ କୋଏଲ ଙ୍କ ପାଇଁ, ଯେ ତାଙ୍କ ସ୍ତ୍ରୀ କେବେ କଷ୍ଟ ନ ପାଆନ୍ତୁ । ଯଦି ଆଜି ଲୋକ ମାନଙ୍କ ଆଗରେ ପ୍ରଚାର ହେଉଛି ଏବଂ କୋଏଲ ବାନାର୍ଜୀ ଙ୍କୁ ଆଉଥରେ ପଚରା ଯାଉ ସେ ବବି ମିଶ୍ର ଙ୍କ ସହିତ ଖୁସିରେ ଥିଲେ ନା ବର୍ତ୍ତମାନ ଖୁସିରେ ଅଛନ୍ତି ।

ଏହାପରେ ବବି ମିଶ୍ର କହିଥିଲେ ଯେ ସୁଟିଙ୍ଗ ସମୟରେ କୋଏଲ ବୀନା ଏସି ଗାଡିରେ ଗଲେ ବୋଲି ଆସି ବବି ମିଶ୍ର ଙ୍କ ପାଖରେ କାନ୍ଦିଥିଲେ । ଏହାକୁ ଦେଖି ବବି ମିଶ୍ର ତାଙ୍କ ସ୍ତ୍ରୀ କୋଏଲ ଙ୍କୁ ଗୋଟିଏ କାର ଗିପ୍ତ କରିଥିଲେ ।

କଲିକତା ରେ ମଧ୍ୟ କୋଏଲ ରହୁଥିବା ସମୟରେ ଭଡା ଦେଇ ପାରୁ ନଥିଲେ ଏବଂ ବବିମିଶ୍ର ଭଡା ଦେଇଥିଲେ ସେହି ଘର ସାଇଡରେ କୋଏଲ ଙ୍କ ପାଇଁ ଏକ ଫ୍ଲାଟ କିଣି ତାଙ୍କୁ ଗିଫ୍ଟ ଦେଇଥିଲେ । ତେବେ ଏହିଭଳି କିଛି କଥା କହିଥିଲେ ବବି ମିଶ୍ର । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *