Ishan Kishan ଙ୍କ ଧୂଆଁଦାର ବ୍ୟାଟିଂ ପରେ କଟିବ କି ଏହି ଷ୍ଟାର ଖେଳାଳିଙ୍କ ପତ୍ତା…BCCI ଦଳରୁ କରିପାରେ ବିଦା…

ବନ୍ଧୁଗଣ, ସୂଚନା ଅନୁଯାୟୀ ଇଶାନ ଙ୍କ ଡବଲ ସେଞ୍ଚୁରୀ ପରେ ଧାୱନ ଙ୍କୁ ବିସିସିଆଇ ବିଦାକରିପାରେ । ୱାର୍ଲ୍ଡକପ ଦଳରୁ ବିଦା ହୋଇପାରନ୍ତି ଧାୱନ । ବିସିସିଆଇ ଗମ୍ଭୀର ଏବଂ ରାଇନା ଙ୍କ ଭଳି ଧାୱନ ଙ୍କୁ ମଧ୍ୟ ଡୋମିନେଟ କରି ପାରନ୍ତି । ଭାରତୀୟ କ୍ରିକେଟ ଟିମ ର ଅଧିନାୟକ ଆଘାତ କାରଣରୁ ବାଂଲାଦେଶ ସିରିଜରେ ଦଳରୁ ବାହାର ରହିଥିଲେ । ଏହିଠିପାଇନ ଯୁବ କ୍ରିକେଟର ଇଶାନ କିଷାନ ଙ୍କୁ ସୁଯୋଗ ଦିଆଯାଇଥିଲା ।

ଧାୱନ ଙ୍କ ସହିତ ଓପନିଂ କରିଥିଲେ ରୋହିତ । ସିରିଜର ଶେଷ ମ୍ୟାଚରେ ଇତିହାସ ରଚିଥିଲେ ଇଶାନ । ସମସ୍ତ ରେକର୍ଡ କୁ ଭାଙ୍ଗିଦେଇଥିଲେ ଇଶାନ । ଇଶାନ ଙ୍କର ଏଭଳି ଖେଳପରେ ବର୍ତ୍ତମାନ ଚର୍ଚ୍ଚା ହେଉଛି ମୋଷ୍ଟ ଏକ୍ସପ୍ରିଏନ୍ସ ଖେଳାଳୀ ଧାୱନଙ୍କ କ୍ରିକେଟ ଭବିଷ୍ୟ ଉପରେ ବହୁତ ଶୀଘ୍ର ନିଷ୍ପତ୍ତି ନେଇପାରେ ବିସିସିଆଇ । ଭାରତରେ ଆସନ୍ତା ବର୍ଷ ୱାନ ଡେ ବିଶ୍ଵକପ ଖେଳାଯିବ ।

ଆଉ ବର୍ତ୍ତମାନ ଦଳକୁ ନୂଆ ଓପନିଂ ଯୋଡିର ଆବଶ୍ୟକତା ରହିଅଛି । ଏଭଳି ଖେଳାଳୀ ଯିଏ ବିନା ଭୟରେ ପ୍ରଥମରୁ ଦଳପାଇଁ ବିସ୍ଫୋରକ ବ୍ୟାଟିଂ କରି ରନ ସଂଗ୍ରହ କରି ପାରିବ । ବହୁତ ସମୟ ହୋଇଯିବ ୱାନଡେ ଟିମ ରେ ରୋହିତ ଶର୍ମା ବହୁତ କମ ମ୍ୟାଚ ଖେଳୁଛନ୍ତି । ଯେଉଁଥିପାଇଁ ଅଧିନାୟକତ୍ଵ ଧାୱନ ଙ୍କ ହାତରେ ରହିଥିଲା । ମାତ୍ର ସେ ଲଗାତାର ଖରାପ ଖେଳୀ ଚାଲିଛନ୍ତି ।

ବର୍ତ୍ତମାନ ଶୁଭମ ଗିଲ ଓପନିଂ ଆସି ସମସ୍ତଙ୍କୁ ବହୁତ ପ୍ରଭାବିତ କରିପାରିଛନ୍ତି । ବାଂଲାଦେଶ ବିପକ୍ଷ ମ୍ୟାଚରେ ଇଶାନ ଏଭଳି ଖେଳିଲେ ଯାହା ପରେ ତାଙ୍କ ସ୍ଥାନ ବିଶ୍ଵକପ ରେ ଏକ ପ୍ରକାର ସ୍ଥିର ହୋଇ ସାରିଛି । ବହୁତ ଦିନ ହେବ ସେ ଟିମର ବାହାରେ ରହି ଗୋଟିଏ ସୁଯୋଗର ଅପେକ୍ଷା କରିଥିଲେ । ଆଉ ସୁଯୋଗ ପାଇ 126 ବଲରେ 2 ଶତକ ମାରିଥିଲେ ଇଶାନ ।

ସବୁଠାରୁ ଶୀଘ୍ର 200 ରନ କରିବାର ବିଶ୍ଵ ରେକର୍ଡ ସେ ଭାଙ୍ଗି ଦେଇଛନ୍ତି । ଇଶାନ ଙ୍କ ଏଭଳି ଖେଳ ପରେ ଫ୍ୟାନ୍ସ ମାନେ କହୁଛନ୍ତି ଶୁଭମ ଗିଲ ଏବଂ ଇଶାନ କିଷନ ଙ୍କୁ ବିଶ୍ଵକପର ଓପନିଂ ଖେଳିବା ପାଇଁ । ଅପର ପାର୍ଶ୍ଵରେ ବିସିସିଆଇ କହିଛନ୍ତି ଯେ ଶିଖର ଧାୱନ ଙ୍କୁ ନେଇ ଶୀଘ୍ର କିଛି ନିଷ୍ପତ୍ତି ନିଆଯିବ । ଏହାର ନିଷ୍ପତ୍ତି ଭାରତୀୟ ଟିମ ର ବିଶ୍ଵକପ ଦଳ ଘୋଷଣା ହେବା ସମୟରେ କରାଯିବ । ଏହି ନିଷ୍ପତ୍ତି ଉପରେ କୋଚ ରାହୁଲ ଦ୍ରାଭିଡ ଏବଂ ଅଧିନାୟକ ରୋହିତ ଙ୍କ ନିଷ୍ପତ୍ତି ଙ୍କର ଆବଶ୍ୟକତା ରହିଛି ବୋଲି ବିସିସିଆଇ କହିଛି ।

ଧାୱନ ବର୍ତ୍ତମାନ ଗୋଟିଏ ଫର୍ମାଟ ୱାନ ଡେ ରେ ହିଁ ଖେଳୁଛନ୍ତି ଟି-20 ଫର୍ମାଟ ରୁ ତାଙ୍କୁ ବହୁତ ଦିନ ଆଗରୁ ବାହାର କରିଦିଆଯାଇଛି । ଟେଷ୍ଟରେ ତ ସେ ଖେଳୁ ହିଁ ନାହାଁନ୍ତି । ଏଭଳି ସ୍ଥିତିରେ ଯଦି ସେ ୱାନ ଡେ ରୁ ବାହାରି ଜାଆନ୍ତି ତେବେ ତାଙ୍କର ଆନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଏଠାରେ ସମାପ୍ତ ହୋଇଯିବ । ବନ୍ଧୁଗଣ ଏହି ବିଶେଷ ବିବରଣୀ କୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *