Aswini ଙ୍କ ବରଯାତ୍ରୀରେ ଧୂଆଁ ଉଡେଇ ନାଚିଲେ Aseema Panda, ଫ୍ୟାନ୍ସ ଦେଖି ହେଲେ ଘାଇଲା…

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ଇଣ୍ଡଷ୍ଟ୍ରୀରେ ସୁନାମ ଅର୍ଜନ କରିଥିବା ପ୍ରେମୀ ଯୁଗଳ ଅଭିନେତା ଅଶ୍ଵିନୀ ଏବଂ ଅଭିନେତ୍ରୀ ପ୍ରେରଣା ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଓଡିଆ ଇଣ୍ଡଷ୍ଟ୍ରୀରେ ପାଦଦେବାପରେ ଅଶ୍ଵିନୀ ଏବଂ ପ୍ରେରଣା ଙ୍କ ମଧ୍ୟରେ ଏକ ଉତ୍ତମ ବନ୍ଧୁତା ସ୍ଥାପନ ହୋଇଥିଲା । ଏହି ଦୁହି ଯୋଡି ଇଣ୍ଡଷ୍ଟ୍ରୀରେ କାମ କରୁଥିବା ସମୟରେ କେତେବେଳେ ଯେ ପ୍ରେମ ବନ୍ଧନରେ ବାନ୍ଧି ହୋଇଗଲେ ତାହା ସଠିକ ଭାବରେ ଉଭୟଙ୍କୁ ଜଣା ନଥିଲା ବୋଲି ସେମାନେ କହିଥିଲେ ।

କିନ୍ତୁ ସେ ଯାହା ହେଉ ଫ୍ୟାନ୍ସ ମାନେ କିନ୍ତୁ ଉଭୟଙ୍କୁ ନେଇ ନିଜର ଭିନ୍ନ ଭିନ୍ନ ମତ ଦେଇଥିଲେ ଏବଂ ଏହି ଯୋଡି ଙ୍କୁ ବେସ ପସନ୍ଦ ମଧ୍ୟ କରିଥିଲେ । ତେବେ ଅନେକ ଦିନ ପ୍ରେମ ସମ୍ପର୍କରେ ରହିବା ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପରିବାର ଲୋକେ ମଧ୍ୟ ଉଭୟଙ୍କୁ ନେଇ ବେସ ଖୁସି ଥିବାର ନଜର ଆସିଥିଲେ । ତେବେ ଅଶ୍ଵିନୀ ବର ବେଶରେ ବରଯାତ୍ରୀ କୁ ନେଇ ପ୍ରେରଣା ଙ୍କ ପାଖକୁ ଯାଇଥିଲେ ।

ବରଯାତ୍ରୀ ରେ ଅନେକ ଓଡିଆ ସେଲିବ୍ରେଟି ମାନେ ଯୋଗ ଦେବାର ପରିଲକ୍ଷିତ ହୋଇଥିଲା । ଓଡିଆ ଇଣ୍ଡଷ୍ଟ୍ରୀ ର ଅଭିନେତା ତଥା ଅଭିନେତ୍ରୀ ମାନେ ଏଥିରେ ନାଚିବା ସହିତ ଖୁବ ମଜାମସ୍ତି କରିଥିବାର ନଜର ଆସିଥିଲେ । ଏଥି ମଧ୍ୟରୁ କଣ୍ଠଶିଳ୍ପୀ ଅସୀମା ପଣ୍ଡା ମଧ୍ୟ ଡ୍ୟାନ୍ସ କରି ଧୂଆଁ ଉଡାଇଥିବାର ନଜର ଆସିଥିଲେ ।

ଅସୀମା ପଣ୍ଡା ଇଣ୍ଡଷ୍ଟ୍ରୀ କୁ ଅନେକ ଦମଦାର ଗୀତ ଦେଇଆସିଛନ୍ତି । ତାଙ୍କ ଗୀତ ବାଜିଲେ ଅନେକ ଫ୍ୟାନ୍ସ ଝୁମି ଉଠିଥାନ୍ତି । ଅଶ୍ଵିନୀ ଙ୍କ ବିବାହ ବରଯାତ୍ରୀ ରେ ମଧ୍ୟ କିଛି ନିଆରା କମାଲ ଦେଖାଇଥିଲେ କଣ୍ଠଶିଳ୍ପୀ ଅସିମା ପଣ୍ଡା । ତାଙ୍କ ସହିତ ଅନେକ ଅଭିନେତା ତଥା ଅଭିନେତ୍ରୀ ମଧ୍ୟ ନାଚିଥିଲେ । “ଓଡିଆ ଗୀତ ଲଚକମଣି ବେବି” ସାଙ୍ଗକୁ “ତୋର ଲକ୍ଷେ ଟଙ୍କିଆ ହସ” ଗୀତ ର ତାଳେ ତାଳେ ସବୁ ଖୁସିରେ ହଜିଯାଇଥିବା ଦେଖିବାକୁ ମିଳିଥିଲା ।

ଏହା ସହିତ ହିନ୍ଦୀ ଗୀତ ତେରା ଫ୍ୟାର ହୁକା ମାର ଗୀତରେ ମଧ୍ୟ ଅସୀମା ପଣ୍ଡା ଦମଦାର ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଥିଲେ । ତେବେ ଅଶ୍ଵିନୀ ଏବଂ ପ୍ରେରଣା ନିଜ ବିବାହକୁ ନେଇ ବହୁତ ଖୁସି ଥିଲେ ଏବଂ ଜୀବନ ସାଥି ଭାବରେ ପରସ୍ପରକୁ ପାଇ ଆଗକୁ ବୈବାହିକ ଜୀବନ ଆନନ୍ଦର ସହିତ ବିତାଇବେ ବୋଲି ଭଗବାନ ଙ୍କ ନିକଟରେ ଉଭୟ ପ୍ରାର୍ଥନା କରିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *