ଅଶ୍ଵିନୀଙ୍କ ବରଯାତ୍ରୀରେ ଧୂଆଁ ଉଡେଇ ନାଚିଲେ ଏହି ସବୁ ଓଡିଆ ଅଭିନେତା ଓ ଅଭିନେତ୍ରୀ, ଦେଖନ୍ତୁ ଏହି ମଜାଦାର ଭିଡିଓ

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀର ଜଣାଶୁଣା ଯୋଡି ଅଶ୍ଵିନୀ ଏବଂ ପ୍ରେରଣା ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଏହାକୁ ନେଇ ଉଭୟଙ୍କ ଫ୍ୟାନ୍ସ ମାନେ ସୋ-ସି-ଆ-ଲ ମି-ଡି-ଆରେ ଶୁଭକାମନା ଜଣାଇଥିଲେ । ଆପଣ ମାନେ ଅଶ୍ଵିନୀ ଏବଂ ପ୍ରେରଣା ଙ୍କୁ ଟିଭି ସୋ ମାନଙ୍କରେ ଆଙ୍କରିଙ୍ଗ କରିଥିବାର ଦେଖିଥିବେ । ଆଙ୍କରିଙ୍ଗ କରିବା ସହିତ ଉଭୟ ଏକାଠି ଆଲବମ ଏବଂ ଅନେକ ଗୁଡିଏ ଟିଭି ସିରିୟଲ ତଥା ଚଳଚ୍ଚିତ୍ର ରେ ଅଭିନୟ କରିସାରିଛନ୍ତି । ତେବେ ଉଭୟଙ୍କ ଅଭିନୟ କୁ ଦର୍ଶକେ ବେସ ପସନ୍ଦ କରିଥାନ୍ତି ।

ସୂଚନା ଅନୁଯାୟୀ ଓଡିଆ ଇଣ୍ଡଷ୍ଟ୍ରୀରେ ପ୍ରଥମେ ଅଶ୍ଵିନୀ ଏବଂ ପ୍ରେରଣା ଙ୍କ ମଧ୍ୟରେ ବନ୍ଧୁତା ସ୍ଥାପିତ ହୋଇଥିଲା । ଫ୍ୟାନ୍ସ ମାନେ ଏମାନଙ୍କୁ ଏକାଠି ଦେଖି ବୟଫ୍ରେଣ୍ଡ ତଥା ଗାର୍ଲଫ୍ରେଣ୍ଡ ଭାବୁଥିଲେ । ମାତ୍ର ଉଭୟ କିନ୍ତୁ ଏହାକୁ ସ୍ଵୀକାର କରି ନଥିଲେ କାରଣ ସେତେବେଳେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିନଥିଲା । କିନ୍ତୁ ପରେ କେତେବେଳେ ଉଭୟ ପରସ୍ପରକୁ ଭଲପାଇବାକୁ ଲାଗିଲେ ତାହା ସେମାନେ ମଧ୍ୟ ଅନୁଭବ କରି ପାରିଲେ ନାହିଁ ।

ଅନେକ ଦିନ ବନ୍ଧୁତା ସ୍ଥାପନ କରି ରହିବା ପରେ ପ୍ରେମ ହେଲା ଏବଂ ପ୍ରେମ ବନ୍ଧନ ଏଭଳି ଭାବରେ ନିବିଡ ହେଲା ଯେ ଉଭୟ ଘର ଲୋକଙ୍କ ଅନୁମତି ରେ ବିବାହ କରିବା ନିମନ୍ତେ ନିଷ୍ପତ୍ତି ନେଲେ । ପରିବାର ଲୋକେ ମଧ୍ୟ ଉଭୟ ଙ୍କ ସମ୍ପର୍କ କୁ ନେଇ ଖୁସି ଥିଲେ ଏବଂ ବର୍ତ୍ତମାନ ଅଶ୍ଵିନୀ ଏବଂ ପ୍ରେରଣା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ତେବେ ଅଶ୍ଵିନୀ ଙ୍କ ବରଯାତ୍ରୀ ରେ ଓଡିଆ ଇଣ୍ଡଷ୍ଟ୍ରୀର ଅଭିନେତା ତଥା ଅଭିନେତ୍ରୀ ମାନେ ଖୁବ ଡ୍ୟାନ୍ସ କରିବାର ନଜର ଆସିଥିଲେ । କଣ୍ଠଶିଳ୍ପୀ ଅସୀମା ପଣ୍ଡା ସମେତ ଅନେକ ଛୋଟ ବଡ କଳାକାର ମାନେ ବରଯାତ୍ରୀ ରେ ଧମାଲ ମଚାଇଥିଲେ । ଓଡିଆ ଗୀତ ତଥା DJ ର ତାଳେ ତାଳେ ଖୁବ ନାଚିବାକୁ ଲାଗିଥିଲେ । ତେବେ ଅଶ୍ଵିନୀ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହାକୁ ନେଇ ଅନେକ ଝିଅ ପ୍ରଶଂସକ ମାନଙ୍କ ହୃଦୟ ଭାଙ୍ଗି ଯାଇଛି ।

କାରଣ ଅଶ୍ଵିନୀ ଙ୍କୁ କ୍ୟୁଟ ଅଭିନେତା ତଥା ଆଙ୍କର ଭାବରେ ସମସ୍ତେ ବେସ ପସନ୍ଦ କରିଛନ୍ତି । ଆଉ ଆଜି ତାଙ୍କ ବିବାହ ଖବର ଶୁଣି ଅନେକ ଝିଅ ମାନଙ୍କ ହୃଦୟକୁ ଆଘାତ ଲାଗିଥିବ ନିଶ୍ଚିତ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *