ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଜାଡ଼ ଭାଙ୍ଗୁଛି ହାଡ଼ । ତିନି ଦିନ ହେବ ଶୀତ ରେ ଥରୁଛି ସାରା ଓଡ଼ିଶା । ପ୍ରବଳ ବେଗରେ ରହୁଛି ଥଣ୍ଡା । ଶୀତ ଯାଇ ନଥିବା ବେଳେ ବର୍ଷା ର ସତର୍କତା ଦେଇଛି ପାଣିପାଗ ବିଭାଗ । ମେଘ ଆସୁଛି ପଶ୍ଚିମ ବାୟୁ ପ୍ରଭାବ ରେ ରାଜ୍ୟ ରେ ଅଦିନିଆ ବର୍ଷା ହେବ । ଆସନ୍ତା ୩ ତାରିଖ ରୁ ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ଏହା ସୂଚନା ପ୍ରଦାନ କରିଛି ଯେ, ଆସନ୍ତା ୨ ତାରିଖ ରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲ୍ଲା ରେ ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ସମସ୍ତ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ନିଂ ଜାରି କରାଯାଇଛି । ଆସନ୍ତା ୩ ତାରିଖ ରେ ଉତ୍ତର ଓଡ଼ିଶା ଏବଂ ସୋନପୁର ଜିଲ୍ଲା ରେ ମଧ୍ୟମ ଧରଣ ର ବର୍ଷା ହେବାର ସମ୍ଭାବନା ରହିଛି ।ରାଜ୍ୟ ରେ ଜାରି ରହିଛି ଶୀତ ଲହରୀ । ପଶ୍ଚିମା ଝଡ଼ ପ୍ରଭାବ କମିଛି । ରାଜ୍ୟ କୁ ଉତ୍ତର ପଶ୍ଚିମ ଦିଗ ରୁ ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବେଶ କରୁଛି । ଏହାର ପ୍ରଭାବ ରେ ବିଭିନ୍ନ ସ୍ଥାନରେ ରାତି ର ତାପମାତ୍ରା ୩ ରୁ ୫° ସେଲ୍ସିୟସ ପର୍ଯ୍ୟନ୍ତ ହ୍ରାସ ପାଇଛି ।
୧୦ ଟି ସହର ରେ ୧୦° ସେଲ୍ସିୟସ ତଳେ ରହିଛି ସର୍ବନିମ୍ନ ତାପମାତ୍ରା । ଗତ ୨୪ ଘଣ୍ଟା ରେ ଫୁଲବାଣୀ ରେ ରାତି ସମୟ ରେ ସର୍ବନିମ୍ନ ତାପମାତ୍ରା ୬.୨ ଡିଗ୍ରୀ ସେଲ୍ସିୟସ ରେକର୍ଡ ହୋଇଛି । ଆସନ୍ତା କାଲି ୮ଟି ଜିଲ୍ଲା କୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି । କାଲି ପରେ କମିବ ଶୀତ ।

ପାଣିପାଗ ବିଜ୍ଞାନୀ ସଞ୍ଜୀବ ଦ୍ବିବେଦୀ ଙ୍କ କହିବାନୁଯାୟୀ, ଆଗାମୀ ଚାରି ଦିନ ପର୍ଯ୍ୟନ୍ତ ପାଗ ଶୁଷ୍କ ରହିବ । କିନ୍ତୁ ପଞ୍ଚମ ଦିନ ରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ ଟେମ୍ପରେଚର ମଧ୍ୟ ଧୀରେଧୀରେ ଖସିବାରେ ଲାଗିବ । ଏହାର ପ୍ରଭାବ ଓଡ଼ିଶା ର କିଛି ଜିଲ୍ଲା ରେ ରହିବ ।

ଗତ କିଛି ଦିନ ହେବ ରାଜ୍ୟ କୁ ଶୀତ ଫେରିଛି । ଜାଡ଼ ରେ ପ୍ରଭାବିତ ହୋଇଛି ଜନ ଜୀବନ । ଶୀତ ର ପ୍ରଭାବ ବର୍ତ୍ତମାନ ପର୍ଯ୍ୟନ୍ତ କମି ନାହିଁ । ଏହା ସହିତ ବର୍ଷା ହେବାର ସମ୍ଭାବନା ଜନ ସାଧାରଣ କୁ ବହୁତ ମାତ୍ରାରେ ପ୍ରଭାବିତ କରୁଅଛି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

