Jyotish Shastra – ନୂଆବର୍ଷ ୨୦୨୧, ୪ ଟି ରାଶିରେ ଧନର ବର୍ଷା, ୫ ଟି ରାଶି ରୁହନ୍ତୁ ସତର୍କ

ବନ୍ଧୁଗଣ ସାଧାରଣତଃ ମଣିଷ ଜୀବନରେ ହେଉଥିବା ସମସ୍ତ ପରିବର୍ତ୍ତନ ରାଶି ମାନଙ୍କ ଉପରେ ନିର୍ଭର ଥାଏ । କାରଣ ଗ୍ରହ ଓ ନକ୍ଷତ୍ର ମାନଙ୍କ ମଧ୍ୟରେ ହେଉଥିବା ନିୟମିତ ପରିବର୍ତ୍ତନ ହେତୁ ଏହାର ପ୍ରଭାବ ରାଶି ମାନଙ୍କ ଉପରେ ପଡିଥାଏ । ଯାହା ଫଳରେ ମଣିଷ ଜୀବନରେ ଉଭୟ ଦୁଃଖ ଓ ସୁଖ ଆସିଥାଏ । ହେଲେ ବନ୍ଧୁଗଣ ଆସୁଥିବା ବର୍ଷ ୨୦୨୧ରେ ରାଶି ମାନଙ୍କ ମଧ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିବ । ତେଣୁ ଏହି କାରଣରୁ ଆପଣ ମାନଙ୍କୁ ଏହି ବର୍ଷରେ ବହୁତ ଉଚ୍ଚ ଓ ନୀଚ ଦେଖିବାକୁ ମିଳିପାରେ । ଗ୍ରହ ମାନଙ୍କର ଗୋଚର ଆପଣ ମାନଙ୍କୁ ଏହି ବର୍ଷରେ ବହୁତ କିଛି ଦେବ । କିନ୍ତୁ ବହୁତ କିଛି ଆପଣ ମାନଙ୍କ ଠାରୁ ଛଡାଇ ପାରେ ମଧ୍ୟ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ୪ ଗୋଟି ରାଶି ବିଷୟରେ କହିବୁ ଯେଉଁମାନଙ୍କ ଭାଗ୍ୟ ଆସୁଥିବା ବର୍ଷ ୨୦୨୧ରେ ବଦଳିବାକୁ ଯାଉଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ ।

ମେଷ ରାଶି- ଏହି ବର୍ଷରେ ଆପଣ ମାନଙ୍କୁ ଧନପ୍ରାପ୍ତି ହୋଇପାରେ । ସନ୍ତାନ ମାନେ ଶିକ୍ଷାରେ ଉନ୍ନତି କରିବେ । ତୀର୍ଥ ଦର୍ଶନର ଯୋଗ ରହିଛି । ଚୋର ଭୟ ଥିବାରୁ ସାବଧାନର ସହ ରହିବେ । ବ୍ୟବସାୟୀ ମାନେ କର୍ତ୍ତବ୍ୟ ପଥରେ ଆଗେଇ ଯିବେ । ଆପଣ ମାନଙ୍କ ଦାମ୍ପତ୍ୟ ଜୀବନ ସୁଖପୂର୍ଣ୍ଣ ରହିବ । ମାତା ପିତାଙ୍କର ଆଶୀର୍ବାଦ ସବୁବେଳେ ଆପଣଙ୍କ ଉପରେ ରହିବ ।

ବୃଷ ରାଶି- ନୂଆ ନୂଆ ସଫଳତା ହାସଲ କରିବେ । ଏହି ରାଶିମାନଙ୍କର ଦିନକୁ ଦିନ ଉନ୍ନତି ଓ ସଫଳତା ହାସଲ କରିବାର ସମୟ ଏବେ ପାଖେଇ ପାଖେଇ ଆସୁଛି । ଜୀବନରେ ହେବାକୁ ଥିବା ପରିବର୍ତ୍ତନ ଆପଣଙ୍କ ପାଇଁ ବହୁତ ଖାସ ରହିବ । ଶିକ୍ଷା ଚାକିରି ପ୍ରେମ ଓ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଆପଣଙ୍କୁ ବହୁତ ଶୀଘ୍ର ନୂଆ ଖୁସି ଖବର ମିଳିବାର ସମ୍ଭାବନା ନଜର ଆସୁଛି ।

ମିଥୁନ ରାଶି- ମାଲି ମକଦ୍ଦମାରେ ଜୟଯୁକ୍ତ ହୋଇ ପାରନ୍ତି । ଶାରୀରିକ ସୁସ୍ଥତା ମିଳିବ, ବ୍ୟବସାୟରେ ସାମାନ୍ୟ ଲାଭ ମିଳିପାରେ । କର୍ମ କ୍ଷେତ୍ରରେ ସଫଳତା ମିଳିବ । ମହିଳା ମାନେ ପ୍ରଶଂସିତ ହେବେ । ଛାତ୍ର ଛାତ୍ରୀମାନେ ଶିକ୍ଷାରେ ଉନ୍ନତି କରିବେ ।

କର୍କଟ ରାଶି- ଆପଣଙ୍କ ବୈବାହିକ ଜୀବନରେ ଖୁସି ଆସିବାର ଦେଖା ଯାଉଛି । ସନ୍ତାନ ମାନଙ୍କ ପକ୍ଷରୁ କୌଣସି ଉପହାର ମଧ୍ୟ ମିଳିପାରେ । ଭାଗ୍ୟ ଚମକିବା କାରଣରୁ ଆପଣଙ୍କର ସବୁ ଅଟକି ରହିଥିବା କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ । ସମାଜରେ ଆପଣଙ୍କର ମାନ ସମ୍ମାନ ମଧ୍ୟ ବଢିଯିବ । ଯେଉଁମାନେ ଅବିବାହିତ ଅଛନ୍ତି ସେମାନଙ୍କର ବିବାହ ଯୋଗ ବନୁଛି । ଚାକିରି କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତି ପ୍ରାପ୍ତି ହେବ ।

କେଉଁ ରାଶି ରହିବେ ସତର୍କ

ଗୃହ ମଧ୍ୟରେ ବିବାଦ ଲାଗିରହିବ । ବନ୍ଧୁବିଦ୍ଵେଷ ଘଟିପାରେ । କର୍ମକ୍ଷେତ୍ରରେ ସହକର୍ମୀ ମାନେ ଅସୁବିଧାରେ ପକାଇ ପାରନ୍ତି । ବ୍ୟବସାୟରେ କ୍ଷତି ଘଟିପାରେ । ବେକାରି ସମସ୍ଯା ଦୂର ହୋଇପାରେ । ମହିଳା ଏବଂ ଛାତ୍ର ଛାତ୍ରୀ ମାନେ ନିନ୍ଦିତ ହେବେ । ଆସୁଥିବା ବର୍ଷରେ ଆପଣ ବିଶେଷ ରୂପେ ସାବଧାନତା ଅବଲମ୍ବନ କରନ୍ତୁ । ଆସୁଥିବା ବର୍ଷରେ ଆପଣ ମାନଙ୍କୁ ଅଯଥା ଶତ୍ରୁଭୟ ଦେଖାଯିବ । ଆପଣ ମାନେ ବିଦେଶକୁ ଯାତ୍ରା କରିପାରନ୍ତି । କର୍ମକ୍ଷେତ୍ରରେ ଅପମାନିତ ହୋଇପାରନ୍ତି । ସେଥିପାଇଁ ସାବଧାନତାର ସହ ଚଳନ୍ତୁ । ବ୍ୟବସାୟରେ ଲାଭର ଆଶା କମ ରହିବ । ମହିଳା ଏବଂ ବିଦ୍ୟାର୍ଥୀମାନେ ଦୁଃଖିତ ହେବେ । ଏହି ରାଶି ଗୁଡିକ ହେଲେ କନ୍ୟା ରାଶି, ଧନୁ ରାଶି, ମକର ରାଶି, ତୁଳା ରାଶି ଓ ମୀନ ରାଶି । ବାକି ୩ ଟି ରାଶିଙ୍କ ପାଇଁ ଆସନ୍ତା ବର୍ଷା ସାମାନ୍ଯ ରହିବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *