2021 ରେ ବିବାହ କରିବେ Bollywood ର ଏହି ସବୁ Star Couples

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ବଲିଉଡ କଳାକାର ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ଚର୍ଚାରେ ରହିଥାନ୍ତି । ଏହି କିଛି ଦିନ ହେବ କିଛି କଳାକାର ନିଜ ବିବାହ ପାଇଁ ବହୁତ ଚର୍ଚାରେ ରହୁଛନ୍ତି । ସେହି କଳାକାର ମାନେ ହେଲେ ଅଭିନେତ୍ରୀ ସନା ଖାନ ଓ ବଲିଉଡର ଫେମସ ସିଙ୍ଗର ନେହା କକ୍କଡ । ହେଲେ ବନ୍ଧୁଗଣ ବଲିଉଡର ଏପରି ମଧ୍ୟ କିଛି କଳାକାର ଅଛନ୍ତି ଯେଉଁମାନେ ଆଗାମୀ ବର୍ଷ ତଥା ୨୦୨୧ରେ ବିବାହ କରିବାକୁ ଯାଉଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ସମସ୍ତ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଆଗାମୀ ବର୍ଷ ବା ୨୦୨୧ରେ ବିବାହ କରିବାକୁ ଯାଉଛନ୍ତି । ତା ହେଲେ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।


୧. ବରୁନ ଧବନ ଓ ନତାସା ଦଲାଲ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ବରୁନ ଧବନ ଓ ଫ୍ୟାସନ ଡିଜାଇନର ନତାସା ଦଲାଲ । ଏହି ଦୁଇଜଣ ପରସ୍ପରକୁ ସ୍କୁଲ ସମୟରୁ ଜାଣିଛନ୍ତି ପ୍ରଥମେ ଏମାନେ ଭଲ ସାଙ୍ଗ ଥିଲେ ହେଲେ ବର୍ତ୍ତମାନ ଏମାନେ ପରସ୍ପରକୁ ପ୍ରେମ କରୁଛନ୍ତି । ପ୍ରଥମେ ଏହି ଦୁଇଜଣ ମିଡିଆ ସାମ୍ନାରେ ନିଜ ସମ୍ପର୍କକୁ ଲୁଚାଇ ରଖିଥିଲେ । ହେଲେ ବର୍ତ୍ତମାନ ଏହା ଖବର ମିଳିଛି ଯେ ଏମାନେ ପରସ୍ପର ସହ ନିର୍ବନ୍ଧ କରିସାରିଛନ୍ତି ଓ ବହୁତ ଶୀଘ୍ର ବିବାହ ବନ୍ଧନରେ ରହିବାକୁ ଯାଉଛନ୍ତି ଖବର ମିଳିଛି ଯେ, ଆଗାମୀ ବର୍ଷ ବା ୨୦୨୧ରେ ଏମାନେ ପରସ୍ପର ସହ ବିବାହ କରିବାକୁ ଯାଉଛନ୍ତି ।


୨. ରଣବିର କପୁର ଓ ଆଲିୟା ଭଟ୍ଟ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ରଣବିର କପୁର ଓ ଅଭିନେତ୍ରୀ ଆଲିୟା ଭଟ୍ଟ । ଖବର ମିଳିଛି ଯେ, ରଣବିରଙ୍କ ପିତା ରିଷି କପୁର ଚାହୁଁଛନ୍ତି ରଣବିର ଓ ଆଲିୟାଙ୍କ ବିବାହ ଶୀଘ୍ର ହୋଇଯାଉ । ହେଲେ ବର୍ତ୍ତମାନ କୁହାଯାଉଛି ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜ ହେବା ପରେ ଏହି ଦୁଇଜଣଙ୍କର ବିବାହ ହେବ । ଏହି ଫିଲ୍ମଟି ଆଗାମୀ ବର୍ଷ ୨୦୨୧ରେ ରିଲିଜ ହେବାକୁ ଯାଉଛି, ଏହି ଫିଲ୍ମ ପରେ ରଣବିର ଓ ଆଲିୟା ବିବାହ କରିବାକୁ ଯାଉଛନ୍ତି ।


୩. ମଲାଇକା ଅରୋରା ଓ ଅର୍ଜୁନ କପୁର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଅର୍ଜୁନ କପୁର ଓ ଅଭିନେତ୍ରୀ ମଲାଇକା ଅରୋରା । ଏହି ଦୁଇଜଣ ବଲିଉଡର ବହୁତ ସୁପର ହିଟ ଫିଲ୍ମରେ କାମ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଏହି ଦୁଇଜଣ ସୋସିଆଲ ମିଡିଆ ଜରିଆରେ ନିଜ ରିଲେସନସିପ ବିଷୟରେ କହିଥିଲେ ।

ଏହି ଦୁଇଜଣ ବର୍ତ୍ତମାନ ଲିଭିଙ୍ଗ ରିଲେସନସିପରେ ରହୁଛନ୍ତି । ସେମାନେ ନିଜ ରିଲେସନର କେତେକ ଫଟୋକୁ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଛନ୍ତି । ବର୍ତ୍ତମାନ ଖବର ମିଳିଛି ଯେ, ଏହି ଦୁଇଜଣ ଆଗାମୀ ବର୍ଷ ବା ୨୦୨୧ରେ ପରସ୍ପର ସହ ବିବାହ କରିବାକୁ ଯାଉଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *