TV ପରଦାରେ ସ୍ଵାମୀ-ସ୍ତ୍ରୀ ଅଭିନୟ କରି ଲୋକଙ୍କ ମନକୁ ଜିତିଥିବା ଏହି 4 TV କପଲ୍ସ ରିଅଲ ଲାଇଫ ରେ ପରସ୍ପରଙ୍କୁ କରନ୍ତି ଘୃଣା

ବନ୍ଧୁଗଣ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଏମିତି ବହୁତ ଯୋଡି ଅଛନ୍ତି ଯେଉଁମାନଙ୍କୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି । ଛୋଟ ପରଦାରେ ଏମାନେ ବହୁତ ଭଲ ଅଭିନୟ କରି ଦର୍ଶକ ମାନଙ୍କ ମନକୁ ଜିତି ଥାନ୍ତି । ହେଲେ ଅସଲ ଜୀବନରେ ଏମାନେ ପରସ୍ପରକୁ ଘୃଣା କରନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଟିଭି ଇଣ୍ଡଷ୍ଟ୍ରିର ଏପରି କିଛି ଯୋଡି ବିଷୟରେ କହିବୁ ଯେଉଁମାନେ ପରସ୍ପର ସହ କଥା ବାର୍ତ୍ତା କରନ୍ତି ନାହିଁ ଓ ଏହା ସହିତ ସେମାନେ ପରସ୍ପରକୁ ପସନ୍ଦ ମଧ୍ୟ କରନ୍ତି ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।

ସିଦ୍ଧାର୍ଥ ଶୁକ୍ଲା ଓ ରଶ୍ମୀ ଦେସାଇ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଓ ଅଭିନେତ୍ରୀ ରଶ୍ମୀ ଦେସାଇ । ଆପଣ ମାନେ ସମସ୍ତେ ଏହି ଦୁଇଜଣଙ୍କୁ ବିଭିନ୍ନ ଟେଲିଭିଜ ସୋରେ ଦେଖିଥିବେ । ଅଧିକାଂଶ ଲୋକ ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ବହୁତ ପସନ୍ଦ କରନ୍ତି ।


କଲର୍ସ ଚ୍ଯାନେଲରେ ପ୍ରସାରିତ ହେଉଥିବା ସୋ ‘ଦିଲ ସେ ଦିଲ ତକ’ରେ ଏମାନେ ସ୍ଵାମୀ ସ୍ତ୍ରୀର ଭୂମିକାରେ ନଜର ଆସିଥିଲେ । ହେଲେ ଅସଲ ଜୀବନରେ ଏମାନଙ୍କ ମଧ୍ୟରେ ବହୁତ ଝଗଡା ହୁଏ । ଆପଣ ମାନେ ସମସ୍ତେ ‘ବିଗବସ’ରେ ଏମାନଙ୍କ ଝଗଡାକୁ ନିଶ୍ଚୟ ଦେଖିଥିବ ।


ଦିବ୍ୟଙ୍କା ତ୍ରିପାଠୀ ଓ କରନ ପଟେଲ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତା କରନ ପଟେଲ ଓ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ । ଏହି ଦୁଇଜଣ ‘ୟେ ହେ ମହବତେ’ ସିରିଏଲରେ ସ୍ଵାମୀ ସ୍ତ୍ରୀର ଭୂମିକାରେ ନଜର ଆସୁଛନ୍ତି । ହେଲେ ଅସଲ ଜୀବନରେ ଏମାନେ ପରସ୍ପରକୁ ବିଲକୁଲ ପସନ୍ଦ କରନ୍ତି ନାହିଁ । ଏମିତିକି ଏମାନେ ପରସ୍ପର ସହ କଥା ବାର୍ତ୍ତା ମଧ୍ୟ କରନ୍ତି ନାହିଁ ।


ହୀନା ଖାନ ଓ କରନ ମେହେରା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ହୀନା ଖାନ ଓ ଅଭିନେତା କରଣ ମେହେରା । ଏହି ଦୁଇଜଣ ‘ୟେ ରସିତା କ୍ୟା କେହେଲାତା ହେ’ରେ ସ୍ଵାମୀ ସ୍ତ୍ରୀର ଭୂମିକାରେ ନଜର ଆସିଥିଲେ । ଦର୍ଶକ ମାନେ ମଧ୍ୟ ଏମାନଙ୍କ ଯୋଡିକୁ ବହୁତ ପସନ୍ଦ କରିଥିଲେ । ହେଲେ ଅସଲ ଜୀବନରେ ଏମାନେ ଶୁଟିଙ୍ଗ ସେଟରେ ସବୁବେଳେ ଅଲଗା ଅଲଗା ହୋଇ ରହୁଥିଲେ । ଏହା ସହିତ ଏମାନେ ପରସ୍ପର ସହିତ କଥା ବାର୍ତ୍ତା ମଧ୍ୟ ହେଉ ନଥିଲେ ।


ପରିଧି ଶର୍ମା ଓ ରଜତ ଟୋକସ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତା ରଜତ ଟୋକସ ଓ ଅଭିନେତ୍ରୀ ପରିଧି ଶର୍ମା । Zee TV  ଫେମସ ସୋ ‘ଯୋଦ୍ଧା ଆକବର’ର ମୁଖ୍ୟ କଳାକାର ରୂପେ ଭୂମିକା ପଦର୍ଶନ କରିଥିଲେ ଏହି ଦୁଇଜଣ କଳାକାର । ହେଲେ ଅଭିନେତା ରଜତଙ୍କୁ ଲାଗୁଥିଲା ଯେ, ସେ ପରିଧିଙ୍କ ଠାରୁ ବହୁତ ଅଧିକ ସିନିୟର ଅଛନ୍ତି । ସେଥିପାଇଁ ସେ ପରିଧିଙ୍କ ସହ ଅଧିକ କଥା ବାର୍ତ୍ତା କରୁନଥିଲେ ।

ଏମିତି ହିଁ ଟିଭି ଦୁନିଆ ବିଷୟରେ ପ୍ରତିଦିନ ନୂଆ ନୂଆ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *