ଓଡିଶାର ଚୁଲବୁଲି ନାୟିକା Archita Sahoo ଙ୍କ ଲାଇଫ ଷ୍ଟାଇଲ ଓ Biography

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଓଲିଉଡ ଅଭିନେତ୍ରୀ ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତୁ । ବନ୍ଧୁଗଣ ଓଲିଉଡ ଅଭିନେତ୍ରୀ ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ଓଲିଉଡ ଜଗତରେ ସଫଳତା ହାସଲ କରିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଓଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ଅର୍ଚିତା ସାହୁ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଅର୍ଚିତାଙ୍କ ଫିଲ୍ମ କାରିୟର  ଓ ଜୀବନୀ ବିଷୟରେ ତଥ୍ୟ ଦେବୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଓଲିଉଡ ଅଭିନେତ୍ରୀ ଅର୍ଚିତା ସାହୁଙ୍କ ବିଷୟରେ ।

ବନ୍ଧୁଗଣ ଓଲିଉଡ ଅଭିନେତ୍ରୀ ଅର୍ଚିତା ସାହୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ଜଣେ କ୍ଲାସିକାଲ ଡ୍ୟାନ୍ସର ଥିଲେ । ଅର୍ଚିତା କେବଳ ୬ ବର୍ଷ ବୟସରୁ ଓଡିଶୀ ଡ୍ୟାନ୍ସ କରିଆସିଥିଲେ । ସେଥିପାଇଁ ସେ ଓଡିଶୀରେ ୧ ନମ୍ବର ଡ୍ୟାନ୍ସର ଥିଲେ । ସେ ୨୦୦୫ ମସିହାରେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଓହ ମାଇ ଲଭ’ । ଏହି ଫିଲ୍ମଟି ସେହି ସମୟରେ ସୁପର ହିଟ ହୋଇଥିଲା ଓ ବହୁତ ଲୋକପ୍ରିୟତା ହାସଲ କରିଥିଲା ।


ବନ୍ଧୁଗଣ ତାଙ୍କର ତିନୋଟି ଫିଲ୍ମ ‘ଆକାଶେ କି ରଙ୍ଗ ଲାଗିଲା, ମୁ ଏକା ତୁମର ଓ ବାବୁ ଆଇ ଲଭ ୟୁ’ କେବଳ ଓଡିଶାରେ ନୁହେଁ ଓଡିଶା ବାହାରେ ମଧ୍ୟ ସୁପର ହିଟ ହୋଇଥିଲା । ସେ ଆମ ଓଡିଶା ପାଇଁ ମଧ୍ୟ ବହୁତ ସୁନାମ ଅର୍ଜନ କରିଛନ୍ତି । ସେ ୨୦୧୫ ଫେନିମା ମିସ୍ ଇଣ୍ଡିଆରେ ଭାଗ ନେଇଥିଲେ । ସେହି ସ୍ଥାନରେ ସେ ମିସ୍ ଟ୍ୟାଲେନ୍ଟେଡ ଓ ମିସ୍ ଷ୍ଟାଇଲିସ ହେୟାରର ପଦବୀ ଜିତିଥିଲେ ।

ଅର୍ଚିତାଙ୍କ ବୟସ ହେଉଛି ୨୭ ବର୍ଷ, ସେ ଗୋଟିଏ ଓଡିଆ ଫିଲ୍ମ କରିବା ପାଇଁ ୧୦ ରୁ ୧୫ ଲକ୍ଷ ଟଙ୍କାର ଡିମାଣ୍ଡ କରିଥାନ୍ତି ଓ ଗୋଟେ ବ୍ରାଣ୍ଡର ବିଜ୍ଞାପନ କରିବା ପାଇଁ ସେ ୩ ରୁ ୫ ଲକ୍ଷ ଟଙ୍କାର ଡିମାଣ୍ଡ କରିଥାନ୍ତି । ସେ ଆଜି ପର୍ଯ୍ୟନ୍ତ ମୋଟ ୩୫ଟି ଫିଲ୍ମ କରିସାରିଛନ୍ତି । ତାଙ୍କର ‘ବାବୁ ଆଇ ଲଭ ୟୁ, ତୋ ବିନା କାହାଣୀ ଅଧା, ତୋ ପାଇଁ ନେବି ମୁ ଶହେ ଜନମ ଓ ଧନରେ ରଖିବୁ ଶପଥ ମୋର ଆଦି ଫିଲ୍ମ ବହୁତ ଲୋକପ୍ରିୟତା ହାସଲ କରିଛି ।

ଅର୍ଚିତା ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି ଓ ସେ ବର୍ତ୍ତମାନ ସିଙ୍ଗଲ ଅଛନ୍ତି । ଓଡିଶାରେ ତାଙ୍କର ବହୁତ ଲୋକପ୍ରିୟତା ରହିଛି । ଆମ ଓଲିଉଡ ଇଣ୍ଡଷ୍ଟ୍ରିରେ ସେ ନିଜର ଏକ ନୂଆ ପରିଚୟ ସ୍ଥାପନ କରିଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *