ବନ୍ଧୁଗଣ, ସୂଚନା ଅନୁଯାୟୀ ଅର୍ଚ୍ଚନା ଙ୍କର କଳାକାରନାମା କୁ ଗୋଟିଏ ଗୋଟିଏ କରି ଖୋଲିଛନ୍ତି ଶ୍ରଦ୍ଧାଞ୍ଜଳୀ । ଅର୍ଚ୍ଚନା କେବଳ ଗଣମାଧ୍ୟମ କୁ ନିଜର ଫାଇଦା ପାଇଁ ବ୍ୟବହାର କରି ଆସୁଥିଲା । ବର୍ତ୍ତମାନ ED ଆଗରେ ଶ୍ରଦ୍ଧାଞ୍ଜଳୀ ଗୋଟି ଗୋଟି କରି ସବୁ କଥା ଖୋଲି କହିଦେଇଛନ୍ତି । ଅର୍ଚ୍ଚନା ଙ୍କ ମୁଖ୍ୟ କାରପଟଦାର ଏବଂ ମୁଖ୍ୟ ସହଯୋଗୀ ଥିଲା ଖଗେଶ୍ଵର । ଡିଲ କରୁଥିଲା ଅର୍ଚ୍ଚନା ଏବଂ ତାହା ସହିତ ଭି-ଡି-ଓ କରୁଥିଲା ଖଗେଶ୍ଵର ।
କାହାକୁ କାହାକୁ ଫସାଯିବ ସେ ସବୁର ଲିଷ୍ଟ ତିଆରି କରୁଥିଲା ଅର୍ଚ୍ଚନା ନାଗ । ଆଉ ଏଥିରେ ତାହାର ମୁଖ୍ୟ ସହଯୋଗୀ ଥିଲା ଖଗେଶ୍ଵର । ସ୍ଵାମୀ ଜଗବନ୍ଧୁ ଏହି ସମ୍ବନ୍ଧରେ ବିଶେଷ କିଛି ଜାଣି ମଧ୍ୟ ପାରୁ ନଥିଲେ । ଖଗେଶ୍ଵର ଆଉ ଅର୍ଚ୍ଚନା ମିଶି ସବୁ ଖେଳ କରୁଥିଲେ । ଶ୍ରଦ୍ଧାଞ୍ଜଳୀ ଏହି ସବୁର ନିଜେ ଜଣେ ଭୁକ୍ତ ଭୋଗୀ ।
କୋଭିଡ ସମୟରେ ତାକୁ ଘରେ ଡାକି ତାକୁ ବିଭିନ୍ନ ଲୋକଙ୍କୁ ଫସାଇବା ପାଇଁ ସିଧାସଳଖ କହିଥିଲା ଅର୍ଚ୍ଚନା ନାଗ । ED କାର୍ଯ୍ୟଳୟରେ ଏହିସବୁକୁ ନେଇ ଖୁଲାସା କରି ଦେଇଛି ଅର୍ଚ୍ଚନା ନାଗ । ଅର୍ଚ୍ଚନା ନାଗ ଏହିସବୁକୁ ସ୍ଵୀକାର କରୁନଥିବା ବେଳେ ED ପଚରା ଉଚରା ଅଧିକ ଜାରି ରଖିଛି । ଶ୍ରଦ୍ଧାଞ୍ଜଳୀ କହିଛି ଅର୍ଚ୍ଚନା ଙ୍କର ଗୋଟିଏ ଗୋଟିଏ ବ୍ଲୁ ପ୍ରିଣ୍ଟ ର କଥା ।
ଅର୍ଚ୍ଚନା କିଭଳି ଭାବରେ ଲିଷ୍ଟ ତିଆରି କରୁଥିଲା ଆଉ ଫେସବୁକ ରେ କିଭଳି ଫ୍ରେଣ୍ଡ ରିକ୍ଵେଷ୍ଟ ପଠାଇବାକୁ କହୁଥିଲା ? ଏହାପରେ ଶ୍ରଦ୍ଧାଞ୍ଜଳୀ କିଭଳି ଲୋକ ମାନଙ୍କୁ ନିଜ ମାୟା ଜାଲରେ ଫସାଉଥିଲେ ଏହି ସବୁ ମଧ୍ୟରେ ରହୁଥିଲା ଅର୍ଚନା ଙ୍କର ମାଷ୍ଟର ମାଇଣ୍ଡ । ଶ୍ରଦ୍ଧାଞ୍ଜଳୀ ରୁମ କୁ ଡାକି ନେଉଥିଲା ଏବଂ ଭିଡିଓ ସୁ-ଟି-ଙ୍ଗ କରୁଥିଲା ଖଗେଶ୍ଵର ।
ଆଉ ଖଗେଶ୍ଵର ଏହି କ୍ଲିପ କୁ ସମ୍ପୃକ୍ତ ବ୍ୟକ୍ତି, ବ୍ୟବସାୟୀ, ଫିଲ୍ମ ପ୍ରଡ୍ୟୁସର, ଏହା ସହିତ ଲୋକ ମାନଙ୍କୁ ଛୋଟ ଛୋଟ କ୍ଲିପ କରି ପକାଉଥିଲେ । ଏହାପରେ ଅର୍ଚ୍ଚନା ଡିଲ କରିବା ଆରମ୍ଭ କରୁଥିଲା । ଲକ୍ଷରୁ ଡିଲ ଆରମ୍ଭ ହୋଇ କୋଟିଏ ପର୍ଯ୍ୟନ୍ତ ଯାଉଥିଲା । ତେବେ ଏହିସବୁ ବିଷୟରେ ବର୍ତ୍ତମାନ ବିଶେଷ ଭାବରେ ED ଖୋଲତାଡ କରିବା ଆରମ୍ଭ କରି ଦେଇଛି । ବର୍ତ୍ତମାନ ବଡ ପ୍ରଶ୍ନ ଉଠୁଛି ଯେ ଶ୍ରଦ୍ଧାଞ୍ଜଳୀ କୁ ED ଗିରଫ କରିବ ନା ନାହିଁ ? ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।