ଆପଣଙ୍କ ଜନ୍ମ ମାସ ଖୋଲିଥାଏ ଆପଣଙ୍କ ରାଜ୍, ଜଣାଇ ଥାଏ ଆପଣଙ୍କ ସ୍ଵଭାବ

ଜନ୍ମ ମାସ ଦ୍ଵାରା ଆପଣଙ୍କ ବ୍ୟକ୍ତିତ୍ଵ ପ୍ରକାଶ ପାଇଥାଏ । ଏହା ଦ୍ଵାରା ଆପଣଙ୍କ ଗୁଣ ଓ ଦୋଷ ମଧ୍ୟ ଜଣାପଡେ । ଜ୍ୟୋତିଷଶାସ୍ତ୍ର ଅନୁସାରେ ପ୍ରତ୍ୟେକ ମାସରେ କୌଣସି ନା କୌଣସି ଗ୍ରହର ପ୍ରଭାବ ଜନ୍ମିତ ଜାତକ ଉପରେ ପଡ଼ିଥାଏ । ଆସନ୍ତୁ ଜାଣିବା ଅଲଗା ଅଲଗା ମାସରେ ଜନ୍ମ ହେବା ଫଳରେ କିପରି ହୋଇଥାଏ ଆପଣଙ୍କ ସ୍ଵଭାବ ଓ କଣ କଣ ରହିଥାଏ ଦୋଷ ଗୁଣ ।

ଜାନୁୟାରୀ

ଏହିମାସରେ ଜନ୍ମିତ ବ୍ୟକ୍ତିଙ୍କ ଉପରେ ସୂର୍ଯ୍ୟ ଓ ଶନି ଗ୍ରହଙ୍କ ପ୍ରଭାବ ପଡିଥାଏ । ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ଵଭାବ ସବୁ କାମରେ ତୁରୁତୁରିଆ ଭଳି ହୋଇଥାଏ। ଫଳରେ କ୍ଷତି ସହିବାକୁ ବା ପଛରେ ପସ୍ତାଇବାକୁ ପଡ଼ିଥାଏ । ଏହି ମାସରେ ଜନ୍ମିତ ବ୍ୟକ୍ତି ସାଧାରଣତଃ କଳା କ୍ଷେତ୍ରରେ ମାହୀର୍ ହୋଇଥାନ୍ତି ।

ଫେବୃୟାରୀ

ଏହି ମାସରେ ଜନ୍ମିତ ବ୍ୟକ୍ତିଙ୍କ ଉପରେ ଶୁକ୍ର ଗ୍ରହଙ୍କ ପ୍ରଭାବ ପଡିଥାଏ । ଜନ୍ମିତ ବ୍ୟକ୍ତି ନିଜ କଳା ଓ ବାଣୀ ଦ୍ଵାରା ଅନ୍ୟକୁ ନିଜ ଆଡକୁ ଆକର୍ଷିତ କରିପାରନ୍ତି । ଏମାନେ ନିଜ କାମକୁ ବହୁତ୍ ସହଜ ଓ ସରଳତାର ସହ ପୂର୍ଣ୍ଣ କରିଥାନ୍ତି । ଏମାନେ ନିଜ ବିଚାରରେ ରୁଢ଼ିବାଦି ହୋଇଥାନ୍ତି ।

ମାର୍ଚ୍ଚ

ଏହିମାସରେ ଜନ୍ମିତ ବ୍ୟକ୍ତିଙ୍କ ଉପରେ ବୃହସ୍ପତି ଗ୍ରହଙ୍କ ପ୍ରଭାବ ପଡିଥାଏ । ଏମାନେ ସାଧାରତଃ ପରୋପକାରୀ ସ୍ୱଭାବର ହୋଇଥାନ୍ତି । ଏମାନେ ନିଜ କଥାରେ ଅଟଳ ରହନ୍ତି । ବେଳେ ବେଳେ ତାଙ୍କର ଏହି ଗୁଣ ପାଇଁ ପଛରେ ହଇରାଣ ହୋଇଥାନ୍ତି ।

ଏପ୍ରିଲ

ଏହି ମାସରେ ଜନ୍ମିତ ବ୍ୟକ୍ତିଙ୍କ ଉପରେ ମଙ୍ଗଳ ଗ୍ରହଙ୍କ ପ୍ରଭାବ ପଡିଥାଏ। ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ୍ ଲକି ହୋଇଥାନ୍ତି । ଏମାନେ ଜିଦି ସ୍ୱଭାବର ହୋଇଥାନ୍ତି । ଏମାନେ ଖେଳକୁଦ ଓ ଅନେକ କ୍ଷେତ୍ରରେ ଯଶଶ୍ୱୀ ଲାଭ କରନ୍ତି । କ୍ରୋଧୀ ସ୍ଵଭାବ ଏମାନଙ୍କ ପାଇଁ ନକାରାତ୍ମକ ପକ୍ଷ ଅଟେ ।

ମଇ

ଏହିମାସରେ ଜନ୍ମିତ ବ୍ୟକ୍ତିଙ୍କ ଉପରେ ରବି ଗ୍ରହଙ୍କ ପ୍ରଭାବ ପଡିଥାଏ । ଏମାନେ ଅଳ୍ପ ପରିଶ୍ରମରେ ଉଚରେ ପହଞ୍ଚି ପାରନ୍ତି । ଏମାନେ ନିଜ ଉପରେ ଆବଶ୍ୟକତା ଠାରୁ ଅଧିକ ବିଶ୍ୱାସ କରନ୍ତି । ଯାହାକି ବାରମ୍ବାର ନିଜ ପାଇଁ ଖରାପ ହୋଇଥାଏ ।

ଜୁନ

ଏହି ମାସରେ ଜନ୍ମିତ ବ୍ୟକ୍ତିଙ୍କ ଉପରେ ରବି ଓ ଚନ୍ଦ୍ର ଗ୍ରହଙ୍କ ପ୍ରଭାବ ପଡିଥାଏ । ଏମାନେ ନିଜ ମନମର୍ଜିରେ ଚଳନ୍ତି । ଯାହାଫଳରେ ଏମାନେ ନିଜେ ନିଜ କାମର ପ୍ରତିବନ୍ଧକ ହୋଇଯାଆନ୍ତି ।

ଜୁଲାଇ

ଏହିମାସରେ ଜନ୍ମିତ ବ୍ୟକ୍ତିଙ୍କ ଉପରେ ରବି ଗ୍ରହଙ୍କ ପ୍ରଭାବ ପଡିଥାଏ । ଏମାନେ ବହୁତ୍ ଜିଦିଆ ଓ ଭାବୁକ ପ୍ରକୃତିର ହୋଇଥାନ୍ତି । କିନ୍ତୁ ଏମାନଙ୍କ ମନ ପରିଷ୍କାର ଥାଏ । ଅନ୍ୟ ପ୍ରତି ଏମାନଙ୍କ ମନରେ ଖରାପ ଭାବନା ନଥାଏ ।

ଅଗଷ୍ଟ

ଏହିମାସରେ ଜନ୍ମିତ ବ୍ୟକ୍ତିଙ୍କ ଉପରେ ଶୁକ୍ର ଓ ଶନି ଗ୍ରହଙ୍କ ପ୍ରଭାବ ପଡିଥାଏ । ଏମାନଙ୍କୁ ପ୍ରଶାସନିକ କ୍ଷେତ୍ରରେ ଜଲ୍ଦୀ ଚାକିରି ମିଳିଯାଏ । କୌଣସି ବି କଥାକୁ ଏମାନେ ନିଜ ତରିକାରେ ସମ୍ଭାଳି ନେଇଥାନ୍ତି । ଏମାନଙ୍କର ଚତୁରତା ଏମାନଙ୍କ କଥାରେ ପରିଷ୍କାର ଦେଖାଦେଇଥାଏ ।

ସେପ୍ଟେମ୍ବର

ଏହି ମାସରେ ଜନ୍ମିତ ବ୍ୟକ୍ତିଙ୍କ ଉପରେ ବୁଧ ଗ୍ରହଙ୍କ ପ୍ରଭାବ ପଡିଥାଏ । ଏମାନେ ନିଜର କୌତୁକିଆ କଥାରେ ଅନ୍ୟକୁ ଭୁଆଁ ବୁଲାଇ ପାରନ୍ତି । ଏମାନେ ପ୍ରତ୍ୟେକ କ୍ଷେତ୍ରରେ ନିଜ ବୁଦ୍ଧି ଖଟାଇଥାନ୍ତି ।

ଅକ୍ଟୋବର

ଏହି ମାସରେ ଜନ୍ମିତ ବ୍ୟକ୍ତିଙ୍କ ଉପରେ ଚନ୍ଦ୍ର ଗ୍ରହଙ୍କ ପ୍ରଭାବ ପଡିଥାଏ । ଏମାନଙ୍କ ମନ ଚନ୍ଦ୍ର ଭଳି ଶୀତଳ ହୋଇଥାଏ । ଏମାନେ କଳା ଓ ଅଭିନୟ କ୍ଷେତ୍ରରେ ବହୁତ୍ ଜଲ୍ଦୀ ସଫଳତା ହାସଲ କରିଥାନ୍ତି

ନଭେମ୍ବର

ଏହି ମାସରେ ଜନ୍ମିତ ବ୍ୟକ୍ତିଙ୍କ ଉପରେ ବୁଧ ଗ୍ରହଙ୍କ ପ୍ରଭାବ ପଡିଥାଏ । ଏମାନଙ୍କୁ ନିଜ କଥା ଉପରେ ବହୁତ୍ ଅଭିମାନ ଆସିଥାଏ । ଥଟ୍ଟା ମଜାରେ ଏମାନେ କଟୁକଥା ମଧ୍ୟ କହିଥାନ୍ତି।

ଡିସେମ୍ବର

ଏହି ମାସରେ ଜନ୍ମିତ ବ୍ୟକ୍ତିଙ୍କ ଉପରେ ଶୁକ୍ର ଓ ମଙ୍ଗଳ ଗ୍ରହଙ୍କ ପ୍ରଭାବ ପଡିଥାଏ । ଏମାନେ ସାଧାଣତଃ ରକ୍ଷା କ୍ଷେତ୍ରରେ ଜଲ୍ଦୀ ସଫଳତା ଲାଭ କରନ୍ତି । ପ୍ରେମ ଓ କଳା କ୍ଷେତ୍ରରେ ଏମାନେ ଅଧିକ ସକ୍ରିୟ ଅଟନ୍ତି । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *