ସୁପରଷ୍ଟାର ଅନୁଭବଙ୍କ Iove in London ସିନେମା ଭଲ ରେସପୋନ୍ସ ମିଳିଥିବା ବେଳେ, ଅଭିନେତ୍ରୀ ବର୍ଷପ୍ରିୟାଦର୍ଶିନୀଙ୍କ BOSS ସିନେମା ଓଲିଉଡ ରେ ହଳଚଳ ସୃଷ୍ଟି କରିବ କି ?

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଲଭ ଇନ ଲଣ୍ଡନରେ ଦମଦାର କମବ୍ୟାକ କଲେ ଅନୁଭବ ଓ ଲୋକେ ମଧ୍ୟ ଏହି ଚଳଚ୍ଚିତ୍ରକୁ ପସନ୍ଦ କରିଛନ୍ତି  । ଏବେ BOSS ଚଳଚ୍ଚିତ୍ର ମାଧ୍ୟମରେ ଓଲିଉଡରେ ହଲଚଲ ସୃଷ୍ଟି କରିବେକି ବର୍ଷା ? ଚଳିତ ବର୍ଷ ଓଡିଶାର ପବିତ୍ର ପର୍ବ ରଜରେ ଅନୁଭବଙ୍କ ଲଭ ଇନ ଲଣ୍ଡନ ସିନେମା ସିନେମା ହଲରେ ରିଲିଜ୍ କରଯାଇଥିଲା ଏବଂ ସୁପରଷ୍ଠାର ଅନୁଭବଙ୍କୁ ଭଲ ପାଉଥିବା ତାଙ୍କ ପ୍ରଶଂସକମାନେ ବହୁ ମାତ୍ରାରେ ଚଳଚ୍ଚିତ୍ରକୁ ଭଲ ପାଇବା ଦେଇଥିଲେ ।

ବଜାର ଓ ପ୍ରତ୍ୟେକ ସିନେମା ହଲ୍ ରେ ହଲଚଲ ସୃଷ୍ଟି କରିଥିଲା । ତେବେ ଅନୁଭବ ମିଡିଆ ସମ୍ମୁଖରେ କହିଛନ୍ତି ଯେ ଆପଣମାନଙ୍କ ଭଲ ପାଇବା ଠାରୁ ଏହି ଜଗତରେ ବେଶୀ କିଛି ନାହିଁ ଓ ମୋର ବାପାମା ‘ଙ୍କ ଆର୍ଶୀବାଦ ଯୋଗୁଁ ମୁଁ ଆଜି ସଫଳ ହୋଇଛି । ତେଣୁ ମୁଁ ମୋର ସଫଳତାର ଶ୍ରେୟ ମୋ ବାପାମା ‘ଙ୍କୁ ଦେବାକୁ ଚାହେଁ ।

ତେବେ ଅପର ପକ୍ଷେ ଅଭିନେତ୍ରୀ  ବର୍ଷାପ୍ରିୟଦର୍ଶିନୀଙ୍କ ନୂତନ ସିନେମା BOSS ର ଆଜି ଶୁଭାଆରମ୍ଭ ହୋଇଛି । ଏହି ଚଳଚ୍ଚିତ୍ରକୁ ନେଇ ପ୍ରଶଂସକମାନେ ବେସ୍ ଖୁସି ଅଭିବ୍ୟକ୍ତ କରିଛନ୍ତି । କାରଣ ଏହି ଚଳଚ୍ଚିତ୍ରରରେ ଜଣେ ମହିଳା କିପରି ଜଗତ ସହ ସଙ୍ଗର୍ଷ କରି ସଫଳତାକୁ ପ୍ରାପ୍ତ କରିଥାଏ ଏବଂ ନାରୀମାନଙ୍କ ନିମନ୍ତେ ପରିବର୍ତ୍ତନ ସ୍ଵର ବୋଲି ଅଭିନେତ୍ରୀ ବର୍ଷାପ୍ରିୟଦର୍ଶିନୀ କହିଛନ୍ତି ।

ଏହା ବ୍ୟତୀତ ସିନେମାରେ ନୂତନ କଳାକାରୀମାନଙ୍କୁ ଚୟନ କରାଯାଇଛି କାରଣ ସେମାନେ ମଧ୍ୟ ନିଜକୁ ପ୍ରମାଣ କରିପାରିବେ । ଅଭିନେତ୍ରୀ ବର୍ଷାପ୍ରିୟାଦର୍ଶିନୀ ସିନେମାକୁ ନେଇ ବେସ୍ ଉଚ୍ଛୁକ ଓ ଏହା ସମ୍ପର୍କରେ ଅଧିକାଂଶ ବିଷୟ ଗୁପ୍ତ ରଖିବାକୁ ଇଛା କରୁଛନ୍ତି । ତେବେ ଲୋକମାନଙ୍କ କହିବା ଅନୁଯାୟୀ ସୁପରଷ୍ଟାର ଅନୁଭବଙ୍କ ସିନେମା ରଜରେ ଯେପରି ମାର୍କେଟରେ ହଳଚଳ ସୃଷ୍ଟି କରିଥିଲା BOSS ସିନେମା ମଧ୍ୟ ଲୋକମାନଙ୍କ ମନକୁ କିଣିନବ ବୋଲି ଶୁଣିବାକୁ ମିଳିଛି ।

BOSS ଚଳଚ୍ଚିତ୍ରର ଶୁଭାରମ୍ଭ ହିଁ ବେସ୍ ଚର୍ଚ୍ଚାର ବିଷୟ ପାଲିଟିଛି । ତେବେ ରିଲିଜ୍ ହେବା ପରେ ଏହା ମଧ୍ୟ ଲଭ ଇନ ଲଣ୍ଡନ ଭଳି ଦମାକଦାର ହେବାର ସମ୍ଭାବନା ଦେଖାଯାଉଛି । ତେବେ ଲୋକେ ସିନେମା କେବେ ରିଲିଜ୍ ହେବ ଏହାକୁ ନେଇ ଅପେକ୍ଷାରେ ରହିଛନ୍ତି । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରିଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *