ଅଣ୍ଟା ଦେଖାଇ ମାଗିଛି ଘଣ୍ଟା, ଆଖି ଦେଖେଇ ମାଗିଛି ଚଷମା, କଣ ଦେଇ ମାଗୁଥିଲା ଟଙ୍କା…ନବମରୁ ହିଁ ଶ୍ରଦ୍ଧାଞ୍ଜଳି ପାଇଁ ଥିଲେ 90 ପାଗଳ…

ବନ୍ଧୁଗଣ, ଶ୍ରଦ୍ଧାଞ୍ଜଳୀ ବେହେରା ଯିଏ କି ଅର୍ଚ୍ଚନା ଙ୍କ ସହିତ ସାଙ୍ଗ ହୋଇଥିଲେ ତଥା ଅର୍ଚ୍ଚନା ତାଙ୍କୁ ସଂଗାତ ବସାଇ ଥିଲେ । ଅର୍ଚ୍ଚନା କଳା ସାମ୍ରାଜ୍ୟର ଅଧିକାରିଣୀ ସାଜିବ ବୋଲି ସ୍ଵପ୍ନ ଦେଖୁଥିଲା । ଅର୍ଚ୍ଚନା ଯେତେ ଆଗକୁ ଯିବ ଶ୍ରଦ୍ଧାଞ୍ଜଳୀ ଭାବିଥିଲା ସେତେ ଆଗକୁ ଯିବ । ମାତ୍ର ଅର୍ଚ୍ଚନା ତାକୁ ମୋହରା ବନାଇ ଦେଉଥିଲା । କୋଟି କୋଟି ଟଙ୍କା ଆଣି ଶ୍ରଦ୍ଧାଞ୍ଜଳୀ ଙ୍କୁ ଦେବା ସମୟରେ ସ୍ୱଳ୍ପ ମାତ୍ରାରେ ଦେଉଥିଲା ।

ଏତେବେଳେ ଏହି ଘଟଣା ଇଡି ପାଖକୁ ଗଲା, ଇଡି ଜଣେ ପରେ ଜଣଙ୍କୁ ତଦନ୍ତ ପରିସରଭୁକ୍ତ କରିଲେ । ଠିକ ସେତିକି ବେଳେ ଶ୍ରଦ୍ଧା ଆସିଥିଲା ଇଡି କାର୍ଜ୍ୟାଳୟକୁ ଆଉ ଏହାପରେ ଶ୍ରଦ୍ଧାକୁ ନେଇ ଚର୍ଚ୍ଚା ଥମିବାର ନାମ ଧରୁନି । କାରଣ ଶ୍ରଦ୍ଧା ଅର୍ଚ୍ଚନା ର ଘନିଷ୍ଠ ସହଯୋଗୀ ଥିଲା । ଯେଉଁଠାକୁ ଅର୍ଚ୍ଚନା ଯାଇ ପାରୁନଥିଲା, ସେଠାକୁ ଶ୍ରଦ୍ଧାକୁ ପଠାଉଥିଲା । ଯେଉଁ ଡିଲ କୁ ଅର୍ଚ୍ଚନା କରିପାରୁନଥିଲା, ସେହି ଡିଲ ଶ୍ରଦ୍ଧା କରୁଥିଲା ।

ଆଉ ଯେଉଁ ହୋଟେଲର ଡିଲ ସମୟର ଭି-ଡି-ଓ ଭା-ଇ-ରା-ଲ ହୋଇଥିଲା ସେଥିରେ ମଧ୍ୟ ଶ୍ରଦ୍ଧା ଥିଲା । ଯେତେବେଳେ ଶ୍ରଦ୍ଧା କୁ ନେଇ ଚର୍ଚ୍ଚା ଲାଗିଛି, ସେତେବେଳେ ଶ୍ରଦ୍ଧାକୁ ନେଇ ଅନେକ ଗୁଡିଏ ରୋଚକ କଥା ଶୁଣିବାକୁ ମିଳିଛି । ବର୍ତ୍ତମାନ ଶୁଣିବାକୁ ମିଳିଛି ଯେ ନବମ ଶ୍ରେଣୀରୁ ପ୍ରାୟ ୯୦ ଜଣ ପାଗଳ ହୋଇଥିଲେ ଶ୍ରଦ୍ଧା ପାଇଁ । ସେହି ସମୟରେ ଶ୍ରଦ୍ଧା ଭଲପାଇ କାହାକୁ ଘଣ୍ଟା ତଥା ଚଷମା ମାଗିଥିଲା ।

ବର୍ତ୍ତମାନ ଅର୍ଚ୍ଚନା ଙ୍କ କଥାରେ ପଡି କେତେ କ’ଣ ଯେ ମାଗିଛି ତାହା ଧାରଣାର ବାହାରେ । ମାତ୍ର ସେ ଯେତେ ମାଗିଛି ସେତେ ଟଙ୍କା ପାଇଛି କି ନାହିଁ ତାହା କେବଳ ଶ୍ରଦ୍ଧା ହିଁ କହିବ । କିନ୍ତୁ ଅର୍ଚ୍ଚନା ଶ୍ରଦ୍ଧା କୁ ନେଇ ସଂପୂର୍ଣ୍ଣ ମାଲାମାଲ ହୋଇଯାଇଛି । ଏହିଭଳି କିଛି କଥା ବର୍ତ୍ତମାନ ଚର୍ଚ୍ଚା ହେଉଛି । ଦେଖିବାକୁ ବାକି ରହିଲା ଯେ ପ୍ରଥମେ ସ୍ଵର ଉଠାଇଥିବା ଶ୍ରଦ୍ଧା କଣ ସେହି ବଡ ବଡିଆ ବାବୁ ମାନଙ୍କ ନାମ କହିବ ।

ଏହା ସହିତ ଇଡି କ’ଣ ସେମାନଙ୍କ ପାଖରେ ଯାଇ ପହଞ୍ଚିବ ? ଏହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାମଧ୍ୟ ହୋଇପାରେ ଯେ ବଡବଡିଆ ଏହି ମାମଲାରେ ଟଙ୍କାର ପ୍ରଲୋଭନ ଦେଖାଇ ସମସ୍ତଙ୍କୁ ଚୁପ କରେଇ ପାରନ୍ତି । ଆଗକୁ ଏହି ମାମଲା କେତେଦୂର ଆଗଉଛି ତାହା ଦେଖିବା ବାକି ରହିଲା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *