ଅନେକ ଦିନ ପରେ ଓଡିଶା ଆସି Bobby Mishra ଙ୍କୁ କୁଣ୍ଢେଇ ପକେଇଲେ Namrata Thapa, ଦେଖନ୍ତୁ କଣ କହିଲେ ସେ ?

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ନମ୍ରତାଙ୍କୁ ହିନ୍ଦୀ ସିନେମା ହେଉ ବା ସିରିଏଲରେ ଦେଖିବା ପାଇଁ ମିଳୁଛି । ଆଗରୁ ନମ୍ରତା ଆମ ଓଡିଆ ସିନେ ଜଗତରେ ଅନେକ ସିନେମା କରିଛନ୍ତି ଏବଂ ବହୁତ ଜଣାଶୁଣା ମଧ୍ୟ । ଏହାପରେ ସେ ଓଡିଆ ସିନେମା ଛାଡି ବଲିଉଡରେ ପାଦ ଥାପିଥିଲେ । ଆଉ ବର୍ତ୍ତମାନ ମଧ୍ୟ ସେହି ବଲିଉଡରେ କାମ କରୁଛନ୍ତି । ହେଲେ ନମ୍ରତା ପୁଣି ଥରେ ଦେଖିବା ପାଇଁ ମିଳିଛନ୍ତି ଓଡିଶାରେ ଏବଂ ଓଡିଆ ସିନେଷ୍ଟାର ମାନଙ୍କ ସହ ଭେଟ ମଧ୍ୟ ହୋଇଛନ୍ତି । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ନମ୍ରତା ଓଡ଼ିଶାକୁ ଆସିଥିଲେ ହୋଲି ପାଳନ କରିବା ପାଇଁ । ଆଉ ସେ ବହୁତ ଖୁସି ମଧ୍ୟ ଥିଲେ । ନିଜେ ମଧ୍ୟ ନମ୍ରତା କହିଛନ୍ତି ମୁଁ ବହୁତ ଖୁସି ଅଛି ଓଡିଶା ଆସି ଏବଂ ସମସ୍ତଙ୍କୁ ଦେଖା କରି । ଓଡିଆ ସିନେ ଜଗତର ପ୍ରାୟ ସମସ୍ତ ଅଭିନେତା ଏବଂ ଅଭିନେତ୍ରୀମାନେ ଏକତ୍ରିତ ହୋଇଥିଲେ । ସେଠାରେ ନମ୍ରତା ସମସ୍ତଙ୍କୁ ଭେଟିଥିଲେ ।

ନମ୍ରତାଙ୍କୁ ଦେଖି ସମସ୍ତେ ବହୁତ ଖୁସି ହେଉଥିବା ବେଳେ ବବି ମିଶ୍ର ଆମ ଓଡିଆ ସିନେ ଜଗତର ନୂତନ କଳାକାର ମାନଙ୍କ ସହ ତାଙ୍କ ଭେଟା ମଧ୍ୟ କରାଉଥିଲେ ଯେଉଁମାନଙ୍କୁ କି ନମ୍ରତା ଆଗରୁ ଭେଟି ନାହାନ୍ତି । ଝିଲିକ ଏବଂ ଦେବାଶିଶଙ୍କ ନମ୍ରତାଙ୍କୁ ଭେଟା କରାଇଲେ ବବି ମିଶ୍ର । ଏହା ସହିତ ନମ୍ରତା ସିଦ୍ଧାନ୍ତ ମଧ୍ୟ ଖୁବ କଥା ହେଲେ ପରସ୍ପର ମଧ୍ୟରେ ।

ସିଦ୍ଧାନ୍ତ ମଧ୍ୟ ବହୁତ ଖୁସି ଥିଲେ ନମ୍ରତାଙ୍କୁ ଭେଟି । ଯେହେତୁ ସେମାନେ ଆଗରୁ ଉଭୟ ଉଭୟଙ୍କୁ ଜାଣିଛନ୍ତି ତେଣୁ ତାଙ୍କ ମଧ୍ୟରେ ବହୁ ସମୟ ଧରି କଥା ବାର୍ତ୍ତା ଚାଲିଥିଲା । ନମ୍ରତା ହିନ୍ଦୀ ଭାଷାରେ ନିଜର ଖୁସିକୁ ଦର୍ଶାଇ ଥିଲେ । କହିଲେ କି ମେ ବହତ ଆଛି ହୁଁ । ଅର ମୁଝେ ବହତ ଆଛା ଲଗ ରାହା ହେ ଓଡିଶା ଆକେ ।

ଆପ ସବଶେ ମିଲକେ ଭି ଆଛା ଲଗ ରାହା ହେ । ଏଭଳି କିଛି ଖୁସି ହୋଇ ନମ୍ରତା କହିଥିଲେ ମିଡିଆ ସାମ୍ନରେ । ନମ୍ରତା ଧଳା ସର୍ଟ ଡ୍ରେସ ଏବଂ ଧଳା ସୁ ପିନ୍ଧି ନଜର ଆସିଥିଲେ ଏବଂ ବହୁତ ସୁନ୍ଦର ମଧ୍ୟ ଲାଗୁଥିଲେ । ନମ୍ରତାଙ୍କ ସମ୍ପର୍କରେ ଆପଣ ମାନଙ୍କ ମତ କଣ ରହିବ ତାହା କମେଣ୍ଟ ଜରିଆରେ ନିହାତି ଭାବରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *