ହଠାତ୍ ଖାଦ୍ୟ ପ୍ଲେଟରୁ ପାଟି ଆଁକରି ଅନାଇଲା ମାଛ…ଦେଖି ସମସ୍ତଙ୍କ ହୋସ ଉଡିଗଲା…

ନମସ୍କାର ବନ୍ଧୁଗଣ, ମାଛ ହେଉ ବା ମାଂସ ସାଧାରଣ ଭାବରେ ମରିସାରିବା ପରେ ତାଙ୍କୁ ରନ୍ଧା ଯାଇଥାଏ । ଆଉ ଯଦି ବି ଜୀବିତ ଥାଏ ତେବେ ତାହାକୁ ତତଲା କଡାଇରେ ତଥା ନିଆଁ ଆଞ୍ଚରେ ରୋଷେଇ କରିବା ଭିତରେ ଆଉ ତାର ଜୀବନ ରହିବକି କୁହନ୍ତୁ । ସମସ୍ତେ ଏହାର ଉତ୍ତର ନାଁ ହିଁ କହିବେ । କିନ୍ତୁ ଦେଖିବାକୁ ମିଳିଥିବା ଏକ ଦୃଶ୍ୟ ସମ୍ପୂର୍ଣ ଭିନ୍ନ । ଖାଦ୍ୟ ପ୍ଳେଟରେ ପରସା ଯାଇଥିଲା ମାଛ ହେଲେ ହଠାତ ମାଛ ମୁହଁ ଆଁ କରି ମାଡି ଆସିଲା । ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ।

ସୋସିଆଲ ମିଡିଆରେ ବହୁ ଚକିତ କରିବା ଭଳି ଫଟୋ ଏବଂ ଭିଡିଓ ଦେଖିବାକୁ ମିଳୁଛି । ସେଥି ମଧ୍ୟରୁ ଏହି ମାଛ ଆଁ କରି ମାଡି ଆସିବାର ଦୃଶ୍ୟ ଅବିଶ୍ଵସନୀୟ । ଗୋଟିଏ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ପ୍ଳେଟରେ ମାଛ ପରସା ଯାଇ ଦିଆଯାଇଥିଲା । ହେଲେ ତାକୁ ଖାଇବା ପାଇଁ ଯିବା ବେଳକୁ ମାଛ ଜୀବିତ ଥିଲା ଆଉ ଆଁ କରି ମାଡି ଆସିଲା ।

ସେହି ଭିଡିଓଟିକୁ ଦେଖିଲେ ଆପଣ ଭାବିବେ ମାଛଟି ବିଲକୁଲ ମଧ୍ୟ ରୋଷେଇ ହୋଇନାହିଁ ବାସ କଞ୍ଚା ମାଛଟିକୁ ପାଣିରୁ ଆଣି ସିଧା ପ୍ଳେଟରେ ରଖିଦିଆ ଯାଇଛି । ମାଛଟିର ଏତେ ଶକ୍ତି ଥିଲା ଯେ ସେ ଆଁ କରିବା ସହ ତା ପାଟିରେ ଜଣେ ଚାକୁ ପୁରାଉଥିଲେ ଆଉ ସେହି ଚାକୁ ସେ ନିଜ ଦାନ୍ତରେ ଜୋରେ ଜାବୁଡି ଧରିଥିଲା ।

ଏଭଳି ଏକ ଘଟଣା ଏକ ଜାପାନୀ ରେଷ୍ଟୁରାଣ୍ଟରେ ଘଟିଛି । ସେଠାରେ ଏକ କଞ୍ଚା ମାଛକୁ ପରସା ଯାଇଥିଲା । ପ୍ଳେଟରେ ଥିବା ମାଛକୁ ଖାଇବା ପୂର୍ବରୁ ସେ ହଠାତ ତା ପାଟି ଖୋଲା କରି ଅନାଉଛି । ଲୋକେ ଏହାକୁ ଦେଖିବା ପରେ ପୁରା ଆଶ୍ଚର୍ଯ୍ୟ ହେଇଯାଉଥିଲେ । ସମସ୍ତଙ୍କର ଗୋଟିଏ କଥା କେମିତି ମାଛଟି ଜୀବିତ ହୋଇଗଲା ।

ମାଛଟି ଯେଉଁଭଳି ଭାବରେ ଗ୍ରାହକ ଜଣଙ୍କ ଚପଷ୍ଟିକକୁ ନିଜ ପାଟିରେ କାମୁଡି ଧରିଥିଲା ସେହି ମାଛର ବଳ ଦେଖିବା ପରେ ଆପଣଙ୍କ ହୋସ ଉଡିଯିବ । ମାଛ ସହ ସାଲାଡ ଦିଆଯାଇଥିଲା ଆଉ ଘଟଣାଟି ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଗ୍ରାହକ ଜଣଙ୍କ ମାଛକୁ ଚପଷ୍ଟିକ ସାହାର୍ଯ୍ୟରେ ଖାଇବା ଉଠାଇଲେ । ଏହା ସମ୍ପର୍କରେ ଆପଣଙ୍କ ମତ କଣ ରହିବା ତାହା କମେଣ୍ଟ ଦ୍ଵାରା ଜଣାନ୍ତୁ ।

Leave a Reply

Your email address will not be published. Required fields are marked *