ଅମୃତଭଣ୍ଡାର ମଞ୍ଜି ଖାଇଲେ ଯାହା ହୁଏ, ଆପଣ ସ୍ବପ୍ନରେ ମଧ୍ୟ ଭାବି ନଥିବେ

ଆପଣମାନେ ଜାଣିଥିବେ କି ଅମୃତଭଣ୍ଡା  ଖାଇବା ଶରୀର ପାଇଁ କେତେ ଲାଭକାରୀ ହୋଇଥାଏ । ମନୁଷ୍ୟ ଯେତେବେଳେ ରୋଗରେ ପଡେ ସେତେବେଳେ ଡାକ୍ତରମାନେ ମଧ୍ୟ ରୋଗୀଙ୍କୁ ଅମୃତଭଣ୍ଡା ଖାଇବା ପାଇଂ କହିଥାନ୍ତି । କାରଣ ଏହି ଫଳଟି  ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଯାହା ରୋଗ ସହିତ ଲଢିଥାଏ ଓ ରୋଗ ଭଲ ହୋଇଯାଏ । ଏହା ଶୀଘ୍ର ହଜମ ମଧ୍ୟ ହୋଇଯାଏ ।

କଣ ଆପଣ ଜାଣନ୍ତି କି ଅମୃତଭଣ୍ଡାର ମଞ୍ଜି ମଧ୍ୟ ବହୁତ ଉପକାରୀ ହୋଇଥାଏ । ଅମୃତଭଣ୍ଡା ଖାଇ ସାରିବା ପରେ ଆମେ ତାର ମଞ୍ଜିକୁ ଫୋପାଡି ଦେଇଥାଉ । କିନ୍ତୁ ଅମୃତଭଣ୍ଡା ଖାଇଲେ ଯେତିକି ଉପକାର ମିଳେ ତାର ମଞ୍ଜି ମଧ୍ୟ ତାଠାରୁ ଅଧିକ ଲାଭକାରୀ ହୋଇଥାଏ । ଆସନ୍ତୁ ଜାଣିବା ଅମୃତଭଣ୍ଡାର ମଞ୍ଜି ଖାଇଲେ କଣ ଲାଭ ମିଳେ ।

ପୋଡି ଯିବା ବା ଖଣ୍ଡିଆ ହେବା-

ଯଦି ଆପଣଙ୍କ ଶରୀରରେ କେଉଁଠି ପୋଡା ଘା’ ହୋଇ ଯାଇଥାଏ ବା ଖଣ୍ଡିଆ ହୋଇଯାଏ, ତେବେ ଆପଣ ଏହି ଅମୃତଭଣ୍ଡାର ମଞ୍ଜିକୁ ସେହି କ୍ଷତ ସ୍ଥାନରେ ଲଗାଇଲେ ତାହା ଭଲ ହୋଇଯାଏ । ଏହା ବହୁତ ଉପକାରୀ ହୋଇଥାଏ ।

କ୍ୟାନ୍ସର ଭଳି ରୋଗରୁ ମଧ୍ୟ ରକ୍ଷା ପାଇବା-

କ୍ୟାନ୍ସର ରୋଗ ବିଷୟରେ ଆପଣ ଜାଣିଥିବେ । ଏହି ମାରାତ୍ମକ ରୋଗକୁ ମଧ୍ୟ ଅମୃତଭଣ୍ଡାର ମଞ୍ଜି ଦ୍ୱାରା ଦୂର କରିହେବ । ଏହା ଶରୀରକୁ କ୍ୟାନ୍ସର ରୋଗ ସହ ଲଢିବାର ଶକ୍ତି ମଧ୍ୟ ପ୍ରଦାନ କରେ । ଏହି ମଞ୍ଜିରୁ “ଆଇସୋଥାୟୋସାୟନେଟ” ନାମକ ତତ୍ତ୍ଵ ମିଳିଥାଏ ଯିଏ ଆମକୁ କ୍ୟାନ୍ସର ରୋଗ ସହିତ ଲଢିବାରେ ସାହାଯ୍ୟ କରେ ।

ପାଚନ ତନ୍ତ୍ର –

 

ଯଦି କୌଣସି ବ୍ୟକ୍ତିର ପାଚନ କ୍ରିୟା ଠିକ୍ ହେଉନାହିଁ, କବ୍ଜ ବା ପାଚନକୁ ନେଇ ଚିନ୍ତିତ ଅଟନ୍ତି, ତେବେ ଅମୃତଭଣ୍ଡାର ମଞ୍ଜି ବ୍ୟବହାର କରିପାରିବେ ଓ ଚିନ୍ତାରୁ ମୁକ୍ତି ପାଇ ପାରିବେ । ଏହି ମଞ୍ଜି ବହୁତ ଉପକାରୀ ହୋଇଥାଏ ।

ଭାଇରାଲ ଜ୍ଵର ହେଲେ-

ଆଜିକାଲି ଭାଇରାଲ ଜ୍ଵର ବହୁତ ଶୀଘ୍ର ବ୍ୟାପି ଯାଉଛି । ବହୁତ ଲୋକ ଏହି ଜ୍ଵରରେ ପୀଡିତ ହେଇଥାନ୍ତି ଓ ଔଷଧ ଖାଇଲେ ମଧ୍ୟ ଏହା ଜଲ୍ଦି ଭଲ ହୋଇ ନଥାଏ । ଅମୃତଭଣ୍ଡା ମଞ୍ଜି ଜ୍ଵରକୁ ଭଲ କରିବା ପାଇଂ ଆନ୍ଟି ଭାଇରାଲ ପରି କାମ କରିଥାଏ ଓ ଜ୍ବର ଭଲ ହୋଇ ଯାଇଥାଏ । ଭାଇରାଲ ଜ୍ଵରରେ ଅମୃତଭଣ୍ଡାର ମଞ୍ଜି ସେବନ କରିଲେ ବହୁତ ଲାଭକାରୀ ହୋଇଥାଏ ।

ଆପଣଙ୍କୁ କହିଦେଉଛୁ କି ଗର୍ଭବତୀ ମହିଳାମାନେ ଅମୃତଭଣ୍ଡାର ମଞ୍ଜିକୁ  ସେବନ କରନ୍ତୁ ନାହିଁ, ଏହା ଆପଣଙ୍କ ପାଇଁ ହାନିକାରକ ହେବ । ଏହି ସ୍ୱାସ୍ଥ୍ୟ ସମ୍ବଧୀୟ ଲେଖାଟି ଆପଣଙ୍କୁ କେମିତି ଲାଗିଲା ଆମକୁ ଜଣାନ୍ତୁ । ନୂଆ ଟିପ୍ସ ସବୁ ପାଇବା ପାଇଁ ଏବେହିଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *