କୋଟି କୋଟି ଟଙ୍କାର ମାଲିକ ଅଟନ୍ତି Amitabh Bacchan, କିନ୍ତୁ ଆଜି ବି ଦୁଇ ବେଳା ଦୁଇ ମୁଠା ଖାଇବାକୁ ପାଆନ୍ତି ନାହିଁ ତାଙ୍କର ଏହି ପରିବାର

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଦିଗଜ ଅଭିନେତା ଅମିତାବ ବଚ୍ଚନଙ୍କୁ ନିଶ୍ଚୟ ଜାଣିଥିବେ । ଅମିତାବ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । କିଛି ନା କିଛି କାରଣ ହେତୁ ବଚ୍ଚନ ପରିବାର ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଅମିତାବ ବଚ୍ଚନ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି ।

ସେ ଗତ କିଛି ଦିନ ତଳେ ନିଜ ପୁଅ ଅଭିଷେକ ବଚ୍ଚନ ଏବଂ ଝିଅ ଶ୍ଵେତା ନନ୍ଦାଙ୍କୁ ତାଙ୍କ ସମ୍ପତ୍ତି ଭାଗ କରି ଦେଇଥିଲେ । ହେଲେ ଅମିତାବ ବଚ୍ଚନଙ୍କ ପରିବାରରେ ଏପରି ମଧ୍ୟ କିଛି ସଦସ୍ୟ ଅଛନ୍ତି ଯେଉଁ ମାନେ ଆଜି ବି ଦରିଦ୍ରତାରେ ବଞ୍ଚୁ ଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅମିତାବ ବଚ୍ଚନଙ୍କ ସେହି ସମ୍ପର୍କୀୟ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବଚ୍ଚନ ପରିବାରରେ ଏମିତି ମଧ୍ୟ କିଛି ସଦସ୍ୟ ଅଛନ୍ତି ଯେଉଁ ମାନେ ଲାଇମ ଲାଇଟ ଠାରୁ ଦୂରରେ ଅଛନ୍ତି ଓ ଦରିଦ୍ରତାରେ ଜୀବନ କାଟୁ ଛନ୍ତି । ଅମିତାବ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିଲେ ମଧ୍ୟ ତାଙ୍କ ପରିବାରର କିଛି ସଦସ୍ୟ ଆଜି ଦରିଦ୍ରତାରେ ଜୀବନ କାଟୁ ଛନ୍ତି ।

ଏହି କଥାଟି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଅମିତାବଙ୍କର ଜଣେ ସମ୍ପର୍କୀୟ ଅଛନ୍ତି ତାଙ୍କ ନାମ ହେଉଛି ଅନୁପ ରାମ ଚନ୍ଦର । ଅମିତାବଙ୍କ ପିତା ହରୀବଂସ ରାୟ ବଚ୍ଚନଙ୍କ ବଡ ଭଉଣୀ ଭଗବାନ ଦେଇଙ୍କ ପୁଅ ରାମ ଚନ୍ଦର ଓ ସ୍ତ୍ରୀ କୁସୁମ ଲତାଙ୍କର ଚାରୋଟି ପୁଅ ଅଛନ୍ତି ଏବଂ ତିନି ନମ୍ବର ପୁଅ ହେଉଛନ୍ତି ଅନୁପ ରାମ ଚନ୍ଦର ।

ବନ୍ଧୁଗଣ ଅନୁପଙ୍କ ଆର୍ଥିକ ଅବସ୍ଥା ବହୁତ ଦୁର୍ବଳ ଅଛି । ହରୀବଂସ ରାୟ ବଚ୍ଚନଙ୍କ ଘର ସ୍ଥିତ ଗୋଟେ ଘରେ ନିଜ ପରିବାର ସହ ଅନୁପ ରହୁଛନ୍ତି । ଅନୁପ ତାଙ୍କ ପତ୍ନୀ ଓ ଦୁଇ ଛୁଆ ସେହି ଘରେ ରହୁଛନ୍ତି ।ମିଡିଆ ରିପୋର୍ଟସ ଅନୁସାରେ ଅନୁପ ଓ ଅମିତାବଙ୍କ ମଧ୍ୟରେ ପାରିବାରିକ ଜମିବାଡିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଅମିତାବ ତ ନିଜ ଜୀବନରେ ଆଗକୁ ବଧିଗଲେ ହେଲେ ଅନୁପ ଦରିଦ୍ରତାରେ ରହିଗଲେ ।

ଅଭିଷେକଙ୍କ ବିବାହର ନିମନ୍ତ୍ରଣ ଅନୁପଙ୍କ ପରିବାରକୁ ଆସିଥିଲା ହେଲେ ଦରିଦ୍ରତା ହେତୁ ସେମାନେ ଅଭିଷେକଙ୍କ ବିବାହରେ ଯୋଗଦାନ କରିପାରି ନଥିଲେ । ବନ୍ଧୁଗଣ ଅମିତାବ ଓ ଅନୁପଙ୍କ ମଧ୍ୟରେ ଭଲ ସମ୍ପର୍କ ନାହିଁ ସେଥିପାଇଁ ଅନୁପଙ୍କୁ ଦରିଦ୍ରତା ଭୋଗ କରିବାକୁ ପଡୁଛି ବୋଲି ଜଣା ପଡିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *